ଓଡ଼ିଶା

ବାହାନଗା ବ୍ଲକ ନିକଟସ୍ଥ ଇଚ୍ଛାପୁରରୁ ଏଟିଏମ ତାଡ଼ି ଫିଙ୍ଗିଦେଲେ ଦୁବୁର୍ତ୍ତ

ବାହାନଗା/ବାଲେଶ୍ୱର, ୦୫/୦୪(ଓଡ଼ିଆ ପୁଅ/ଭାରତୀ ଦାସ)- ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଇଚ୍ଛାପୁର ଠାରେ ଥିବା ଏସବିଆଇ ଏଟିଏମ କୁ ପୁଣି ଥରେ ଦୁର୍ବୁତ୍ତ ମାନେ ଟାର୍ଗେଟ କରି ଲୁଟି ବାକୁ ପ୍ରୟାସ କରି ବିଫଳ ହୋଇଥିବାର ଜଣାପଡ଼ିଛି। ସୂଚନା ଅନୁସାରେ ସୋର ଥାନାବାହାନଗା ବ୍ଲକ ଅଧିନ ଇଚ୍ଛାପୁର ଠାରେ ଥିବା ଷ୍ଟେଟ ବ୍ୟାଙ୍କ ଏଟିଏମକୁ ଗତ କାଲି ମଧ୍ୟ ରାତିରେ ଦୁର୍ବୁତ୍ତ ମାନେ ତାଡ଼ି ବାହାରେ ଫିଙ୍ଗି ଦେଇଥିଲେ। ଖବର ପାଇ ସୋର ପୋଲିସ ଓ ପ୍ରାଞ୍ଚାଇଜ କମ୍ପାନୀର ସଦସ୍ୟ ମାନେ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ତେବେ ଏଟିଏମର ଇଞ୍ଜିୟନର ପହଞ୍ଚି ଆଇରନ ଚେଷ୍ଟକୁ ଯାଞ୍ଚ କରିଥିଲୋ। କୌଣସି କ୍ୟାସ ଯାଇନଥିବାର ଜଣାପଡ଼ିଥିଲା। ତେବେ ପ୍ରକାଶ ଥାଉକି ୨୦୧୭ମସିହାରେ ଏହି ଏଟିଏମରେ ଏକ ଗୁଳି କାଣ୍ଡ ହୋଇଥିଲା। ବାରମ୍ବାର ଏହି ଏଟିଏମଟି ଟାର୍ଗେଟରେ ରହୁଥିବାର ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top