ଓଡ଼ିଶା

ବାହାନଗା ବ୍ଲକରେ ବିଭିନ୍ନ ସ୍ଥାନରେ ୪୦ଡିଗ୍ରୀ ଡେଇଁଲା ପାରଦ

– ବାହାନଗା ବ୍ଲକରେ ଅଗ୍ନି ବର୍ଷା, ତାପମାତ୍ରା ୪୦ଡିଗ୍ରି ଟପିଲା

– ଯିବନଯାତ୍ରା ହେଉନି ସହଜ, ବର୍ଷାକୁ ଚାହିଁ ଚାଷିକୂଳ ଚିନ୍ତାରେ

ବାହାନଗା/ବାଲେଶ୍ୱର, ୧୮/୦୬(ଓଡିଆ ପୁଅ/ଭାରତୀ ଦାସ)- ପାଣିପାଗର ସମସ୍ୟା ବଡ଼ ବିଚିତ୍ର ଗ୍ରୀଷ୍ମରେ ଦିନରେ ବର୍ଷା ଲାଗି ରହିଥିଲା। କିନ୍ତୁ ବର୍ଷା ଋତୁକୁ ଗ୍ରୀଷ୍ମ ଦଖଲ କରିଛି। ଯାହା ଫଳରେ ଆଷାଢ ମାସ ବର୍ଷା ସମୟରେ ପାଦ ୪୦ଡିଗ୍ରି ଡେଇଁବାର ଜଣାପଡ଼ିଛି। ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକର ବିଭିନ୍ନ ସ୍ଥାନରେ ଆଜି ତାପମାତ୍ରା ୪୦ଡିଗ୍ରୀ ପାର ହୋଇଛି। ଫଳରେ ଅଗ୍ନି ବର୍ଷା ହେବା ସହ ଯିବନଯାତ୍ରା ସହଜ ହେଉନି। ଏହି ଅଞ୍ଚଳରେ ଥିବା ସାଧାରଣ ଜୀବନ ଯାପନ କଷ୍ଟ ହୋଇଛି। ଫଳରେ ସକାଳ ଛଅଟାରୁ ସନ୍ଧ୍ୟା ୬ଟା ଜୀବଯାତ୍ରା ବ୍ୟାହତ ହୋଇଛି। ଏଣେ ବର୍ଷା ଅଭାବରୁ ଚାଷୀ କୂଳ ଚିନ୍ତାରେ ପଡ଼ିଯାଇଛନ୍ତି। ତଳି ପକାଇ ଆଷାଢ ଶେଷ ଭାଗରେ ଜମିରେ ଧାନ ଲଗେଇବାର ସମୟ। କିନ୍ତୁ ବର୍ଷା ନହେବା ଦେଖି ଚାଷୀ କୂଳ ହତାଶ ହୋଇ ପଡ଼ିଛିନ୍ତି। ଏହି ପରି ଗ୍ରୀଷ୍ମ ଅବକାଶ ଲାଗି ରହେ ତାହେଲେ ଅଶୁଂଘାତକୁ ଏଡ଼େଇ ଦିଆଯାପାରିବନାହିଁ। ଏଥି ପ୍ରତି ସରକାର ଧ୍ୟାନ ଦେବାକୁ ସାଧାରଣରେ ଚର୍ଚ୍ଚା ହେଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top