ଓଡ଼ିଶା

ବାହାନଗା ତହସିଲଦାରଙ୍କୁ ଘେରିଲେ ନୂଆପୁର ପଞ୍ଚାୟତ ବାସୀ

ବାହାନଗା/ବାଲେଶ୍ୱର, ୨୫/୦୯/(ଓଡ଼ିଆ ପୁଅ/ଭାରତୀ ଦାସ)- ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକର ଗୋପାଳପୁର ଠାରେ ଥିବା ତହସିଲ ଅଫିସରେ ତହସିଲ ଦାରଙ୍କୁ ନୂଆପୁର ପଞ୍ଚାୟତ ବାସୀ ଘେରି ଥିବାର ଜଣାପଡ଼ିଛି। ସୂଚନା ଅନୁସାରେ ଲଘୁଚାପ ଜନିତ ବର୍ଷାରେ ନୂଆପୁର ପଞ୍ଚାୟତର କେତେକ ୱାର୍ଡ଼ର କ୍ଷୟକ୍ଷତି ହୋଇଥିଲା।ବରିପଦା ଆରଆଇ ମନୋଜ ବିଶ୍ୱାଳଙ୍କୁ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲାା ହେଲେ ଆରଆଇ ଶ୍ରୀ ବିଶ୍ୱାଳ ତଦନ୍ତ କରିଥିଲେ ସତ କିନ୍ତୁ ରିପୋର୍ଟ ତହସିଲଦାର ଦେବଯାନୀ ଭୂୟାାଁଙ୍କୁ ପ୍ରଦାନ କରି ନଥିଲେ। ଫଳରେ ପଞ୍ଚାୟତର ପ୍ରଭାବିତଦ ଲୋକେ ଆସି ଆରଆଇ ଅଫିସରୁ ଫେରି ଥିଲେ। ତହସିଲଦାର ଭୂୟାଁ ପ୍ରଭାବିତ ଲୋକଙ୍କୁ କହିଥିଲେ ରିପୋର୍ଟ ନ ମିଳିଲେ ପଲିଥିନ ମିଳିବ ନାହିଁ। ତେଣୁ ନୂଆପୁର ପଞ୍ଚାୟତର ନୂଆପୁର, କୁଆପଦା, ଦ୍ୱାରିକାର ଶତାଧିକ ଲୋକେ ଆସି ଆଜି ତହସିଲଦାର ଦେବଯାନୀ ଭୂୟାଙ୍କୁ ଘେରି କାହିିଁକି ପଲିଥିନ ନ ମିଳିବ କହି ହୋହାଲ୍ଲା କରିଥିଲେ। ଖବର ପାଇ ଖନ୍ତାପଡ଼ା ଥାନା ଆଇଆଇସି ଶ୍ରୀବଲ୍ଲଭ ସାହୁ ତହସିଲ ପରିସରରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ତଦନ୍ତ ରିପୋର୍ଟ ପ୍ରଦାନ ନିମନ୍ତେ ଆରଆଇ ଶ୍ରୀ ବିଶ୍ୱାଳଙ୍କୁ ଦେବା ପାଇଁ କହିଥିଲେ। ଏହା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top