ଜିଲ୍ଲା ପରିକ୍ରମା

ବାହାନଗା କୃଷି ବିଭାଗ କାର୍ଯ୍ୟାଳୟରୁ ଚାଷିଙ୍କୁ ରବି ଚାଷ ସମୟରେ ମିଳିଲାନି ରିହାତି କୀଟ ନାସକ। ଧରାପଡ଼ିଯିବା ଭୟରେ ପୋଡ଼ିଦେଲେ

ବାହାନଗା/ବାଲେଶ୍ୱର, ୩୦/୦୩(ଓଡ଼ିଆ ପୁଅ/ଭାରତୀ ଦାସ)- ରବିଚାଷ ସମୟରେ ଚାଷିଙ୍କୁୁ ରିହାତି କୀଟ ନାଶକଦେଲେ ନାହିଁ ଫଳରେ ଚାଷମରିଲା। ପରେ ସେ କୀଟନାଶକ ପୋଡ଼ି ଦେଇଥିବାର ଜଣାପଡ଼ିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ମୁଖ୍ୟାଳୟରେ। ସୂଚନା ଅନୁସାରେ ଏହି ବ୍ଲକର ବିଭିନ୍ନ ଗ୍ରାମର ୧୨୨ହେକ୍ଟର ଜମିରେ ୧୨୨ ହେକ୍ଟର ଜମିରେ ରବି ଧାନଚାଷ ହୋଇଥିଲା। ଚାଷୀ ମାନେ ଡିସେମ୍ବର ମାସ ଶେଷ ଭାଗରେ ତଳି ପକାଇ ଜାନୁଆରୀ ପ୍ରଥମ ସପ୍ତାହରେ ରୋଇଥିଲେ। ହେଲେ ଥୋଡ଼ ବାହାରିବ ା ପୂର୍ବରୁ ଧାନ ଗଛ ଗୁଡ଼ିକ ଶୁଖିମରି ଯାଇଥିଲା। ଫଳରେ ଚାଷୀ ମାନେ ମୁଣ୍ଡରେ ହାତ ଦେଇ ବସିଲୋ ଚାଷୀ ମାନେ କୃଷି ବିଭାଗକୁ ଦାୟୀ କଲେ କାରଣ କୃଷି ବିଭାଗ ଠିକ ସମୟରେ କୀଟନାଶକ ଦେଲାନାହିଁ, ସେ କଥାରେ କାନ ଝାଡ଼ିଲେ ନାହିଁ। କ୍ଷତି ପୂରଣ ତ ଦୁରର କଥା। ହେଲେ ଏବେ କୃଷି ବିଭାଗର ଭିତର କଥା ଜଣାପଡ଼ିଛି ଚାଷ ସମୟରେ ଚାଷୀଙ୍କୁ କୀଟନାଶକ ଦିଆ ଯାଇ ନଥିବା ଯୋଗୁଁ ଷ୍ଟକରେ ଅଧିକ ରହି ଯାଇଥିଲା। ଫଳରେ ମାର୍ଚ୍ଚମାସ ଶେଷରେ ଷ୍ଟକ ଠିକ କରିବା ପାଇଁ ସେ ଗୁଡ଼ିକ ନଷ୍ଟ କରି ଦିଆଯାଇଥିବାର ଜଣାପଡ଼ିଛି। ଗତ କାଲି ଅପରାହ୍ନରେ ବ୍ଲକ କାର୍ଯ୍ୟାଳୟ ନିକଟରେ ଗାତ ଖୋଳି ଏହାକୁ ସବୁ ପୋଡ଼ି ଦିଆଯାଇଥିଲା। ଫଳରେ ଏହାର ଗନ୍ଧ ସ୍ଥାନୀୟ ଅଞ୍ଚଳରେ ବ୍ୟାପି ଯାଇଥିଲା। ଏନେଇ ଚାଷୀମାନେ ନିଜ ଉଦ୍ୟମରେ ତନାଘନା କରିବା ପରେ ସବୁ ଘଟଣା ସାମ୍ନାକୁ ଆସିଥିଲା। ଏବାବଦରେ କୃଷି ବିଭାଗରୁ ସନ୍ତୋଷ ଜନକଉତ୍ତର ମିଳି ନଥିବାର ଜଣାପଡ଼ିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top