ବାହାଘର ହେଲା କାଳ : କଲଭର୍ଟକୁ ପିଟିଲା କାର ୫ ଗୁରୁତର

ରାଉରକେଲା ୩-୭ (ଓଡ଼ିଆ ପୁଅ/ଶିବରାମ ପାତ୍ର) ବଣେଇ ଥାନା ଅନ୍ତର୍ଗତ ବରଡାବାହାଳ ରାସ୍ତା ରେ ଥିବା ପୋଲ ରେ ଏକ ୱାଗନର ଗାଡ଼ି ଦୁର୍ଘଟଣା। ଏହି ଦୁର୍ଘଟଣାରେ ୫ ଗୁରୁତର। ଘଟଣାରୁ ପ୍ରକାଶ ଲଲେଇ ଗ୍ରାମର କିଛି ଲୋକ ଜୀବିକା ଗ୍ରାମକୁ ବାହାଘର ବରାତ ରେ ଯୋଗଦେଇ ବଣେଇ ଦେଇ ଘରକୁ ରାତି ୯.୩୦ ପାଖାପାଖି ରେ ଫେରୁଥିବା ବେଳେ ବରଡାବାହାଳ ପାଖ ଏକ ପୋଲରେ କୌଣସି କାରଣରୁ କାର ବାଡେଇ ହେବା ଫଳରେ ବସିଥିବା ଲୋକ ଝଟକାରେ ଗୁରୁତର ହୋଇ ଯାଇଥିଲେ। ଫଳରେ ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ ଆମ୍ବୁଲେନ୍ସ ସାହାଯ୍ୟରେ ତାଙ୍କୁ ବଣେଇ ଉପଖଣ୍ଡ ଚିକିତ୍ସା ଲୟକୁ ଅଣାଯାଇ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଉ ଥିବାର ସୂଚନା ମିଳିଛି। ୫ ଜଣ ଅଧିକ ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ଅଧିକ ଚିକିତ୍ସା ନିମନ୍ତେ ରାଉରକେଲା କୁ ସ୍ଥାନାନ୍ତର ପାଇଁ ନିର୍ଦେଶ ଦେଇଥିବା ଜଣାପଡିଛି। ଏହି ଦୁର୍ଘଟଣା ରେ ଲଲେଇ ଗ୍ରାମର ବିଶିଷ୍ଟ ଆଇନ ଯିବି (ଓକିଲ)ବୁଲୁ ମିଶ୍ର ମଧ୍ୟ ଥିବାର ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *