ଓଡ଼ିଶା

ବାସୁଦେବପୁର ବ୍ଲକର ଇରମ୍ ଗ୍ରାମପଞ୍ଚାୟତରେ ‘ଆମଗାଁ ଆମବିକାଶ’ କାର୍ଯ୍ୟକ୍ରମର ଶୁଭାରମ୍ଭ

ଭଦ୍ରକ, ୨୧ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକ ଅନ୍ତର୍ଗତ ଇରମ୍ ପଞ୍ଚାୟତରେ ସରକାରଙ୍କ ପକ୍ଷରୁ ଆମଗାଁ ଆମବିକାଶ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଆଜି ଗ୍ରାମପଞ୍ଚାୟତର ମୌଳିକ ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥାନୀୟ ସରପଞ୍ଚ ପ୍ରଫୁଲ୍ଲ କୁମାର ବିଶ୍ୱାଳଙ୍କ ସହିତ ସିଧାସଳକ ଭିଡ଼ିଓ କନ୍ଫ୍ରେନ୍ସ ଜରିଆରେ କଥା ହୋଇଥିଲେ ଓ ପଞ୍ଚାୟତର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ସ୍ଥାନୀୟ ସରପଞ୍ଚ ଗାଁ ଲୋକଙ୍କର ହିତ ଓ ବିକାଶ ନିମନ୍ତେ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ରଖିଥିଲେ। ଏହି ପ୍ରସ୍ତାବ ଗୁଡ଼ିକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିଲେ। ପ୍ରସ୍ତାବ ଗୁଡ଼ିକ ଯଥା- ଇରମ୍ ମିଶନ ଶକ୍ତି ଗୃହ, ତିଲଦାଠାରେ ମିଶନ ଶକ୍ତି ଗୃହନିର୍ମାଣ, ମୁଗେଇପଡ଼ା ଠାରେ ମିଶନ ଶକ୍ତି ଗୃହ ନିର୍ମାଣ, ବଇଁଚାଗ୍ରାମ ନାଳଦା ପୋଖରୀ ଠାରେ ଗାଧୁଆ ତୁଠ ନିର୍ମାଣ, ଦାମଦର ଗ୍ରାମ କୋରିଆ ପୋଖରୀ ଠାରେ ଗାଧୁଆ ତୁଠ ନିର୍ମାଣ, ଈଶ୍ୱରପୁରଗ୍ରାମ କାଇନେ ପୋଖରୀଠାରେ ଗାଧୁଆ ତୁଠ ନିର୍ମାଣ, ସଦେଇପଡ଼ା ଗୋବରଗାଢିଆ ପୋଖରୀ ନବୀକରଣ ବାବଦକୁ ମୋଟ ୭ଟି ପ୍ରକଳ୍ପର ପ୍ରତ୍ୟେକ ପ୍ରକଳ୍ପ ପାଇଁ ୫ଲକ୍ଷ ଲେଖାଏଁ ମୋଟ ୩୫ଲକ୍ଷ ଟଙ୍କା ଅନୁମୋଦନ କରିଥିଲେ। ଏହି ପ୍ରକଳ୍ପ ଗୁଡ଼ିକୁ ନିର୍ଦ୍ଦାରିତ ସମୟରେ ଶେଷ କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନୁମୋଦିତ ହୋଇଥିବା ଏହି ପ୍ରକଳ୍ପ ଗୁଡ଼ିକୁ ଜିଲ୍ଲାପାଳ ଜ୍ଞାନଦାନ ଉପସ୍ଥିତ ଜନସାଧାରଣଙ୍କ ଆଗରେ ଘୋଷଣା କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୁଦନ ମିଶ୍ର, ଡ଼ିଆଇପିଆରଓ ଗୋଲଖ ଚନ୍ଦ୍ର ବେହେରା, ବିଡ଼ିଓ ବୀରକିଶୋର ପାଣିଗ୍ରାହୀ, ତହସିଲଦାର ଗୋପୀନାଥ କୁନାର, ଡ଼ିଇଜିଏମ୍ ବିଜୟାନନ୍ଦ କର, ବାସୁଦେବପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା, ସ୍ଥାନୀୟ ସମସ୍ତ ସରପଞ୍ଚ, ସମିତି ସଭ୍ୟ ଓ ଜନସାଧାରଣ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top