ଜିଲ୍ଲା ପରିକ୍ରମା

ବାସୁଦେବପୁର ନଗର ସଭାପତିଙ୍କ ବିୟୋଗରେ ଶୋକ

ଭୁବନେଶ୍ୱର, ୪/୬/୨୦୧୮(ଓଡ଼ିଆ ପୁଅ): ବାସୁଦେବପୁର ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ ତଥା ନଗର ବିଜେଡି ସଭାପତି ସୁବାଷ ବାରିକଙ୍କ ଅକାଳ ବିୟୋଗରେ ବିଜୁ ଜନତା ଦଳ ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକଟ କରିଛନ୍ତି। ସ୍ୱର୍ଗତ ବାରିକ ବିଜୁ ଜନତା ଦଳର ଜଣେ ଦକ୍ଷ ସଂଗଠକ ଥିଲେ, ଯାହାଙ୍କ ବିୟୋଗରେ ଦଳର ଅପୂରଣୀୟ କ୍ଷତି ଘଟିଲା ବୋଲି ଶ୍ରୀ ପଟ୍ଟନାୟକ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି। ସ୍ୱର୍ଗତ ବାରିକଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସଭାପତି ଶ୍ରୀ ପଟ୍ଟନାୟକ ସମବେଦନା ଜ୍ଞାପନ କରିଛନ୍ତି ବୋଲି ଦଳ ରାଜ୍ୟ ସଂପାଦକ ବିଜୟ ନାୟକ କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top