ଓଡ଼ିଶା

ବାସନ୍ଦ ହୋଇ ଜୀବନ ସହ ସଂଗ୍ରାମ କରୁଛି ପୁରାତନ ଯକ୍ଷ୍ମା ରୋଗୀ

-:ଜଗଦୀଶ ସୁନା:-

ବାସନ୍ଦ ଶବ୍ଦଟି ଅତି କାଷ୍ଟଦାୟକ ଓ ନିନ୍ଦନୀୟ ବିଷୟ। ବାସନ୍ଦ ବ୍ୟକ୍ତିକୁ ଅନ୍ୟମାନେ ଅପମାନ, ଘୃଣ୍ୟ ଓ ଲାଞ୍ଚିତ ଦୃଷ୍ଟିରେ ଦେଖିଥାନ୍ତି। ଏହା ଅସାମାଜିକ କାର୍ଯ୍ୟକଳାପ ଓ ଅମାନବୀୟ ବିଷୟ ଭଳି ସୁଚାଇଥାଏ। ହେଲେ ଉପରୋକ୍ତ ଶବ୍ଦମାନଙ୍କୁ ସାଧାରଣ ମନୁଷ୍ୟ ଅତି ସହଜ ଭାବରେ ଭୁଲିଯାଇ ନିଜ ମାନସିକ ଚାପରେ ପଡ଼ି ଅସମାଜିକ ବ୍ୟବହାରକୁ ମଧ୍ୟ ଗ୍ରହଣ କରିବାକୁ ବାଧ୍ୟ ହୁଅନ୍ତି। ଘରଲୋକ, ପଡ଼ାର ଲୋକମାନେ ମଧ୍ୟ ଖରାପ ମାନସିକ ଦୁଶ୍ଚିନ୍ତାରେ ଛନ୍ଦିହୋଇ ଅମାନବୀୟ କାର୍ଯକଳାପ ଗୁଡ଼ିକୁ ଗ୍ରହଣ କରିବାକୁ ବାଧ୍ୟ ହୁଅନ୍ତି। ଏମିତି ଏକ ଦୟନୀୟ ଦୁଃଖପୂର୍ଣ୍ଣ ଘଟଣା ଦେଖିବାକୁ ମିଳେ ନୂଆପଡ଼ା ଜିଲ୍ଲା କାଣ୍ଡେତରା ଗାଁରେ।

୬୫ବର୍ଷର ଧନସିଂ ଦଣ୍ଡସେନା ବ୍ୟକ୍ତିଜଣକ ପୁରାତନ ଟିବି ରୋଗରେ ଆକ୍ରାନ୍ତ ହୋଇ ଛଟପଟ ହେଉଛନ୍ତି। ଜୀବନ ଓ ମୃତ୍ୟୁସହ ସଂଗ୍ରାମ କରୁଛନ୍ତି ଦୀର୍ଘ ୧୦ବର୍ଷରୁ ଉଦ୍ଧ୍ୱର୍ହେବ। ତାଙ୍କୁ ଏମ.ଡ଼ି.ଆର. ଟିବି ହେବାର ଯଥେଷ୍ଟ ସମ୍ଭାବନା ରହିଛି। ପୁରାତନ ଯକ୍ଷ୍ମାରୋଗ ହୋଇଥିବା ଜାଣି ଘରଲୋକେ ତାଙ୍କୁ ଅଲଗା କରାଇ ଏକ କୁଡ଼ିଆ ମାଟିଘରେ ଏକୁଟିଆ ରହିବାପାଇଁ ଦେଉଛନ୍ତି। ସେଠି ରହିବା ସାଙ୍ଗକୁ ଖାଇବା, ପିଇବା ମଧ୍ୟ ନିଜେ କରିଥାଏ। ଘର ଲୋକ ତାଙ୍କସହ ଗତାଗତ ବନ୍ଦ କରିଦେଇଛନ୍ତି। ଏପରିକି କଥାବାର୍ତ୍ତାର ସମ୍ପର୍କ ମଧ୍ୟ ପରିବାର ଲୋକେ ରଖୁନାହାନ୍ତି। ଅତି ଆବଶ୍ୟକୀୟ ପଡ଼ିଲେ ଦୂର ବ୍ୟବଧାନରେ ରହି ତାଙ୍କ ସହ କଥାବାର୍ତ୍ତା କରିଥାନ୍ତି। ସେ ମୁହଁରେ ଗାମୁଛା ବାନ୍ଧି ନିଜକୁ ସୁରକ୍ଷା ଦେବାସାଙ୍ଗକୁ ଅନ୍ୟମାନଙ୍କୁ ଏହି ରୋଗରୁ ସୁରକ୍ଷା ଦେବାପାଇଁ ନିଜେ ଗାମୁଛା ବାନ୍ଧି ଘରେ ରହିଛନ୍ତି। ଏପରିକି କଥାବାର୍ତ୍ତା ସମୟରେ ମଧ୍ୟ ମୁହଁରେ ଗାମୁଛା ବାନ୍ଧିଥାନ୍ତି। ସଦାସର୍ବଦା ଖୁଁ ଖୁଁ କରି ଦିନ ରାତ୍ରୀ କାଶ କରିଥାଏ। ସେ ନୂଆପଡ଼ା ଜିଲ୍ଲାସ୍ଥିତ ବିଭିନ୍ନ ଟିବି ହସ୍ପିଟାଲଠାରୁ ଚିକିତ୍ସା ହୋଇଥିଲେ ମଧ୍ୟ ଓ୍ୟ÷ଷଧ ଖାଇବାରେ ଅନିୟମିତତା ଯୋଗୁଁ ଯକ୍ଷ୍ମାରୋଗରୁ ଏମ୍.ଡ଼ି.ଆର. କୁ ଅତିକ୍ରମ କରିବାର ଯଥେଷ୍ଟ ସମ୍ଭାବନା ହେବାର ବରିଷ୍ଠ ଚିକିତ୍ସା ନିରୀକ୍ଷକ କହନ୍ତି। ସରକାରୀ ଆଶା ମାଁ ଓ ଡ଼ାକ୍ତରମାନେ ବାରମ୍ବାର ଚିକିତ୍ସାର ନେତୃତ୍ୱ ନେଉଥିଲେ ମଧ୍ୟ ଆରୋଗ୍ୟ ନହୋଇ ବିଫଳରେ ପରିବର୍ତ୍ତନ ହୋଇଯାଉଛି। ତାଙ୍କ ପରିବାର ଲୋକେ ରୋଗର ଭୟ ନେଇ ତାଙ୍କଠାରୁ ଅଲଗା ରହୁଛନ୍ତି। ତାଙ୍କ ନିଜ ସ୍ତ୍ରୀ ତେଜନବାଇ ଦଣ୍ଡସେନା ମଧ୍ୟ ତାଠାରୁ ଅଲଗା ରହିବସିଥିଲେ ମଧ୍ୟ ସେ ମଧ୍ୟ ଯକ୍ଷ୍ମାରୋଗର ଆକ୍ରାନ୍ତରୁ ବାଦ ପଡ଼ିନାହିଁ। ଯେତେବେଳେ ତାଙ୍କୁ ଯକ୍ଷ୍ମାରୋଗର ଲକ୍ଷଣ ଦେଖାଗଲା ନିକଟସ୍ଥ ଆଶା ମାଁଙ୍କ ଠାରୁ ନିୟମିତ ଓ୍ୟ÷ଷଧ ଖାଇ ବର୍ତ୍ତମାନ ଆରୋଗ୍ୟ ହୋଇଯାଇଛନ୍ତି ଓ ନିଜକୁ ନିଜେ ଆରୋଗ୍ୟ ବୋଲି କହିବସନ୍ତି। ସେ ସ୍ୱାମୀଠାରୁ ବର୍ତ୍ତମାନ ଅଲଗା ହୋଇ ରହନ୍ତି। ତାଙ୍କ ସ୍ତ୍ରୀ ତାଙ୍କ ପୁଅମାନଙ୍କ ସହ ରହି ଖାଇବା ପିଇବା କରିଥିବା ବେଳେ ତାଙ୍କ ସ୍ୱାମୀ ନିଜେ ଅଲଗା ରହି ରୋଷେଇକରି ଖାଇଥାନ୍ତି। ଦୀର୍ଘ ୪ ବର୍ଷଧରି ଏଭଳି

ଭାବରେ ଅଲଗା ହୋଇ ଏକୁଟିଆ ଭାବେ ନିଜର ଦୈନନ୍ଦିନ କାର୍ଯ୍ୟକ୍ରମ ଯନ୍ତ୍ରଣାର ସହ ତୁଲାଇ ଆସୁଛନ୍ତି। ଗତ ଜନ୍ମାଷ୍ଟମୀ ମାସଠାରୁ ଅତି ଦୁର୍ବଳ ହୋଇପଡ଼ିବାରୁ ତାଙ୍କ ବଡ଼ପୁଅ ଘରଲୋକେ ଖାଇବାକୁ ଦେଇ ଆସୁଛନ୍ତି। ଧନସିଂହଙ୍କ ଅଲଗା କୁଡ଼ିଆରେ ଖଟଟିଏ ତାଉପରେ ମସାରୀ ଓ ତାଙ୍କପାଇଁ ସ୍ୱତନ୍ତ୍ର ବାସନକୁସନ ରହିଛି, ଚା ପିଇବାକୁ ହେଲେ ତା ନିକଟରେ ହିଟର କନେକ୍ସନ କରିଦିଆଯାଇଛି, ତାହା ସାହାଯ୍ୟରେ ଚା ନିଜେ ତିଆରି କରି ବ୍ୟବହାର କରିଥାଏ ଏବଂ ତା ନିକଟରେ ପୁରୁଣା ସିଲେଇ ମେସିନଟି ଘୋଡ଼େଇ ହୋଇ ରଖିଥିବା ଦେଖିବାକୁ ମିଳେ। ସେ ଜଣେ ଭଲ କପଡ଼ା ସିଲେଇ କାରିଗରୀ ବୋଲି ଗାଁ ଲୋକ କହନ୍ତି। ମସିନ ସାହାଯ୍ୟରେ କପଡ଼ା ସିଲେଇକରି ରୋଜଗାର କରୁଥିବାବେଳେ ଏବେ ଆଉ କରିପାରୁନାହିଁ। ଫଳରେ ତାଙ୍କୁ ଚଳିବାପାଇଁ ମଧ୍ୟ ବହୁ କଷ୍ଟ ସମ୍ମୁଖୀନ ହେବାକୁ ପଡ଼ୁଛି। ଏମ୍.ଡ଼ି.ଆର. ଟିବି ରୋଗ ହେବାରେ ଯଥେଷ୍ଟ ସମ୍ଭାବନା ରହିଥିବା ଯୋଗୁଁ ତାଙ୍କ ପରିବାର ଲୋକଙ୍କ ସମେତ ଗାଁ ଲୋକମାନେ ମଧ୍ୟ ତାଙ୍କ ସହ କଥାବାର୍ତ୍ତା ହୁଅନ୍ତି ନାହିଁ। କାଳେ ରୋଗ ଡ଼େଇଁଯିବ ସେହି ଭୟରେ ତାଙ୍କ ନିକଟକୁ ଯାଆନ୍ତି ନାହିଁ। ସେ ନୀରବର ସହିତ ଏକୁଟିଆ ନିଜକୁ ନିଜେ କଥାବାର୍ତ୍ତା ହୋଇ ଘରେ ପଡ଼ି ରହିଥାଏ। ବର୍ତ୍ତମାନ ତାଙ୍କ ଶରୀର ଦୁର୍ବଳ ହୋଇ ହାତଗୋଡ଼ ଭଲ ଭାବରେ ଚାଲିପାରୁନାହିଁ। ମୁଣ୍ଡ ଗରମ ହୋଇ ଅତ୍ୟଧିକ କଷ୍ଟ ଅନୁଭବ କରିବସୁଥିବା ସେ କହିବସନ୍ତି। ରୋଗ ସହିତ ତାଙ୍କର ଏକ ଅନ୍ୟ ଏକ ବଦ୍ଗୁଣ ଦେଖିବାକୁ ମିଳେ ବା ଗାଁ ଲୋକ କହନ୍ତି ପ୍ରଚୁର ମଦ ପିଇବା। ମଦ ଯୋଗୁଁ ଏହି ରୋଗଟି ଆକ୍ରାନ୍ତ ହୋଇଥିବା ଗାଁ ଲୋକେ ତଥା ପରିବାର ଲୋକେ ମତ ଦିଅନ୍ତି। ସେ ମଦ ଦୈନିକ ପିଉଥିବା ଯୋଗୁଁ ଘର ଲୋକଙ୍କୁ ଗାଳିଦେବା ସହିତ ଗାଁର ପଡ଼ାଲୋକଙ୍କୁ ମଧ୍ୟ ଗାଳିଗୁଲଜ କରିଥାନ୍ତି। ସେହି ଭୟରେ ତାଙ୍କ ନିକଟକୁ ଯାଆନ୍ତି ନାହିଁକି କଥାବାର୍ତ୍ତା ହୁଅନ୍ତି ନାହିଁ। ଏଥିଯୋଗୁଁ ତାଙ୍କ ପଡ଼ାଲୋକେ ତଥା ତାଙ୍କ ପରିବାର ଲୋକେ କୌଣସି ସହଯୋଗ କରୁନଥିବା ତା ସମ୍ପର୍କୀୟ ଲୋକେ କହିଥାନ୍ତି। ଏପରିକି ତାଙ୍କ ନିଜ ଧର୍ମ ସ୍ତ୍ରୀ ମଧ୍ୟ ତାଙ୍କସହ କଥାବାର୍ତ୍ତା ଭଲଭାବେ କରନ୍ତି ନାହିଁ। ତାଙ୍କର ପୁଅ ଦୁଇଟି ଓ ଝିଅଟିଏ। ଝିଅକୁ ବାହା ଦେଇସାରିଥିବା ବେଳେ ଦୁଇ ପୁଅଙ୍କ ମଧ୍ୟରୁ ବଡ଼ପୁଅ ୩୨ବର୍ଷ ପରମାନନ୍ଦ ଦଣ୍ଡସେନା ସେ ବାହାହୋଇ ତାଙ୍କର ଛଅ ବର୍ଷର ପୁଅଟିଏ ଓ ତେର ମାସର ଝିଅଟିଏ ଘରେ ରହିଛନ୍ତି। ଅନ୍ୟ ପୁଅ ୩୦ ବର୍ଷର ନିରଞ୍ଜନ ଦଣ୍ଡସେନା। ବଡ଼ପୁଅ କେବଳ ନବମ ଶ୍ରେଣୀ ପାଠ ପଢ଼ି ଆର୍ଥିକ ଅଭାବ ଯୋଗୁଁ ଆଗକୁ ପଢ଼ି ପାରିନଥିଲା। ବୟସ ମାତ୍ରାନୁସାରେ ସେ ବିବାହ ହୋଇଯାଇଥିଲେ। ତାଙ୍କ ପରିବାରର ପେଟପାଟଣା ପାଇଁ ଗୋଟିଏ ଠେଲାଗାଡ଼ିରେ ମୁଡ଼ି ମିକ୍ଚର ଓ ଗୁପ୍ଚୁପ୍ ତିଆରି କରି ଦୀର୍ଘ ୧୫ ବର୍ଷରୁ ବେପାର କରି ନିଜ ପରିବାର ପ୍ରତିପୋଷଣ କରିଆସୁଛନ୍ତି। ଅନ୍ୟପୁଅଟି ନିରଞ୍ଜନ ସେ ଦଶମ ଶ୍ରେଣୀ ପାସ୍ କରି ଘରୋଇ ଭାବେ ଲୋକମାନଙ୍କୁ ଇଞ୍ଜେକ୍ସନ ଦେଇଆସୁଛନ୍ତି। ସେ ଗାଁରେ ଗୋଟିଏ ଛୋଟିଆ କ୍ଲିନିକ୍ ଦୋକାନ ଦେଇ ମଧ୍ୟ ସେ ତାଙ୍କ ପରିବାର ପ୍ରତିପୋଷଣ କରିଆସୁଛନ୍ତି। ତା ବଡ଼ପୁଅ ପରମାନନ୍ଦ କହିବସନ୍ତି ତା ବାପାଙ୍କ ରୋଗ ଦେଖି ସେ ଭୟ କରେ। ତା ପରିବାରକୁ ତଥା ତା ପୁଅଝିଅ

ମାନଙ୍କୁ ତାଙ୍କ ନିକଟରେ ପଠାନ୍ତି ନାହିଁ। ତଥାପି ବାଧ୍ୟର ସହ ବାପାର ସମ୍ପର୍କ ଥିବାରୁ ଦୁରେ ରହି ଆବଶ୍ୟକ ପଡ଼ିଲେ କଥାବାର୍ତ୍ତା ହୁଅନ୍ତି। ଏବଂ ଗତ କିଛି ମାସ ହେବ ତାଙ୍କୁ ଖାଇବାକୁ ଦେଉଥିବା ସେ କହିବସନ୍ତି। ଧନସିଂ କହନ୍ତି “ଏବେ ତାକତ ନାଇନ, ଚାଲିପାରୁନାହିଁ, ମୁଡ଼ ଗରମ ଲାଗୁଛେ, ଗୋଡ଼ ହାତେ ଶକ୍ତି ନାଇଁ, ଚାଲି ହେଉନାଇଁ, ଧିରେ ଧିରେ ଗାଁ ନିକଟରେ ଥିବା ପୋଖରୀକୁ ଯାଇ ଗାଧୋଇ ଆସନ୍ତି। ସାଢ଼େ ତିନିମାସ ଓ୍ୟ÷ଷଧ ଖାଇଲାପରେ ମଧ୍ୟ ଏବେ ଏନ୍ତା ଲାଗୁଛେ ବୋଲି କହନ୍ତି।” ସେହି ଗାଁର ଆଶାମାଁ ସୁବଳୟା ଦଣ୍ଡସେନା କହନ୍ତି ସେ ଓ୍ୟ÷ଷଧ ଖାଇବାରେ ଅନିୟମିତତା କରେ, ଓ୍ୟ÷ଷଧ ଭଲକରି ଖାଏ ନାହିଁ, ମଦ ପ୍ରଚୁର ପିଏ, ସେଥିପାଇଁ ଏମିତି କଷ୍ଟ ଭୋଗିବାକୁ ପଡ଼ୁଛି। ମଦ ପିଇବା ଯୋଗୁଁ ଗାଁ ଲୋକମଧ୍ୟ କଥାବାର୍ତ୍ତା ତା ନିକଟରେ କରନ୍ତି ନାହିଁ। ଆମ ସମ୍ପର୍କୀୟ ଅତି ନିକଟର ହୋଇଥିଲେ ମଧ୍ୟ ଆମ୍ଭମାନଙ୍କୁ ଗାଳି କରନ୍ତି। ସେଥିପାଇଁ ତାଙ୍କପ୍ରତି ଦୃଷ୍ଟିଦେବାରେ କମିଯାଇଛି ବୋଲି କହନ୍ତି। ଧନସିଂ କହେ ମୋତେ ଅଲଗା କରାଯାଇଛି, ରହିବା ପାଇଁ ମଧ୍ୟ ଛୋଟିଆ ଘର, ପୋ ବହ ବାହାହେଲେନ ଯାଗା ନାହିଁ, ଅଲଗା ହୋଇ ଚାରି ବର୍ଷ ହେଲାନ ଏଠାରେ ଅଛେଁ। ଏବେ ବଡ଼ପୁଅ ଘରେ ଖାଏବାକୁ ଦେସନ ଗତ ଜନ୍ମାଷ୍ଟମୀ ଠାରୁ। ଏବେ ମୁଁ ମଦ ପିଉନାହିଁ। କିଏ ଯଦି ମୋତେ ଯତ୍ନାବାକେ ହେଲେ ମୁଇଁ ଯିମି, ମୋତେ ବହୁତ କଷ୍ଟ ହେଉଛେ। କାମଠଣାକୁ ମଧ୍ୟ ଯିମି ବୋଲି କହିବସନ୍ତି। ପ୍ରକାଶ ଯେ, ସେ ଜଣେ ଗରୀବ ଶ୍ରେଣୀର ବ୍ୟକ୍ତି। ତାଙ୍କର ଘରବାଡ଼ି ନାହିଁ। ତାଙ୍କ ଅଜାଙ୍କ ନାମରେ ଅର୍ଥାତ୍ ଧନସିଂଙ୍କ ବାପା ୰ ତୁଳସୀରାମ ଦଣ୍ଡସେନାଙ୍କ ନାମରେ ମାତ୍ର ୧ ଏକର ଜମିଥିବାରୁ ସେଠାରେ ଚାଷକରି ଆସୁଛନ୍ତି। ସେ ଜମି ମଧ୍ୟ ମାଲମାମୁଲି। ନୂଆଁଗାଁରେ ଅବସ୍ଥିତ। ଅଧା ଏକର ଜମିରେ ଧାନଚାଷ ହୋଇଥାଏ। ବର୍ଷା ହେଲେ ତ ହେଲା ନ ହେଲେ ନାହିଁ। ଆକାଶର ବର୍ଷା ଉପରେ ନିର୍ଭର କରିବାକୁ ପଡ଼େ। ସେହି ଜମିକୁ ଅନ୍ୟମାନଙ୍କ ନିକଟରେ ଚାଷ କରିବା ପାଇଁ ଦେଇଛନ୍ତି ଦୀର୍ଘ ବର୍ଷରୁ ଓ ସେଠାରୁ ଭଲ ଚାଷ ହେଲେ ବର୍ଷକୁ ୫ ପକେଟ ଧାନ ମିଳିଥାଏ, ସେହି ଧାନରୁ ଆମ୍ଭ ମାନଙ୍କ ପରିବାର ଚଳିଥାଏ ବୋଲି ତା ବଡ଼ପୁଅ କହିବସନ୍ତି। ସରକାରଙ୍କ ତରଫରୁ ପଡ଼ିପତ୍ରଟିଏ ମଧ୍ୟ ଯୋଗାଇବାରେ ତାଙ୍କ ପରିବାରକୁ ସରକାର ଅସଫଳ ସାଜିଛନ୍ତି। ଏହି ପରିବାର ବାରମ୍ବାର ପଞ୍ଚାୟତକୁ ଯାଇ ଚାଉଳ ଖଣ୍ଡିକ ପାଇଁ ପଡ଼ିପତ୍ର ଯୋଗାଇବା ପାଇଁ ଆବେଦନ କରି ଆସିଥିଲେ ହେଁ ସେହି ଦୁଖିନୀ ପରିବାରକୁ ପଡ଼ିପତ୍ର ଦିଆଯାଇନାହିଁ। ଫଳରେ ବହୁତ ଯନ୍ତ୍ରଣାସହ ତାଙ୍କ ପରିବାରର ପୁଅମାନେ ବେପାର କରି ପ୍ରତିପୋଷଣ କରିଆସୁଛନ୍ତି। ଜିଲ୍ଲା ପ୍ରଶାସନ ଉକ୍ତ ପରିବାରକୁ ଯଦି ପଡ଼ିପତ୍ର ଯୋଗାଇ ଦିଆଯାଇପାରନ୍ତା ତାହେଲେ ପରିବାର ପ୍ରତିପୋଷଣରେ ବାଧା ଉପୁଜି ନ ପାରନ୍ତା। ଅନ୍ୟ ପକ୍ଷରେ ଯଥେଷ୍ଟ ସମ୍ଭାବନା ଥିବା ଏମ୍.ଡ଼ି.ଆର. ଟିବି ରୋଗୀଙ୍କୁ ଯଦି ଜିଲ୍ଲା ପ୍ରଶାସନ ଉଚିତ ସ୍ଥାନରେ ନେଇ ତାଙ୍କୁ ଯଦି ଉତ୍ତମ ରୂପେ ଚିକିତ୍ସା କରାଯାଇପାରନ୍ତା ତାହେଲେ ମୃତ୍ୟୁସହ ସଂଗ୍ରାମ କରୁଥିବା ବ୍ୟକ୍ତିଟି କାଳେ ବଞ୍ଚିଯାଆନ୍ତା ବୋଲି ବୁଦ୍ଧିଜୀବି ମହଲରେ ଅନୁରୋଧ ହୁଏ। ଏନେଇ ନୂଆପଡ଼ା ଜିଲ୍ଲାର ବରିଷ୍ଠ ଯକ୍ଷ୍ମା ଚିକିତ୍ସା ନିରୀକ୍ଷକ ଶ୍ରୀ ନାରାୟଣ ହୋତା ମତ ଦିଅନ୍ତି ଯକ୍ଷ୍ମାରୋଗୀମାନେ ଓ୍ୟ÷ଷଧ ଖାଉଥିବା ସମୟରେ ଯଦି ମଦ ପିଇ ବସିଲେ ସେହି ଓ୍ୟ÷ଷଧ କାମ ଦିଏନାହିଁ। ଉପରୋକ୍ତ ରୋଗୀ

ଙ୍କ ସମ୍ପର୍କରେ କହିଥିଲେ ଏମ.ଡ଼ି.ଆର. ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଗାଁ ମାନଙ୍କରେ ରହିଥିବା ନକରାତ୍ମକ ମନଭାବ ଗୁଡ଼ିକୁ ଦୁର କରିବାକୁ ପଡ଼ିବ। ଗାଁର ଯୁବପିଢ଼ିମାନେ ଯଦି ଏହି ନକରାତ୍ମକ ମନୋଭାବକୁ ଠିକ୍ ରୂପେ ସଚେତନତା କରିପାରିଲେ ତେବେ ଯାଇ ଏହା ଦୁର ହୋଇପାରିବ ଏବଂ ସଂକ୍ରମିତ ହେବାକୁ ଥିବା ଯକ୍ଷ୍ମାରୋଗ ଦାଉରୁ ରକ୍ଷା ପାଇ ପାରିବେ। ତେଣୁ ନିଶ୍ଚିନ୍ତ ରୂପରେ ଜନସଚେତନତାର ଅଭାବ ପରିଲକ୍ଷିତ ହେଉଥିବା ଜଣାଯାଏ। ନୂଆପଡ଼ା ଜିଲ୍ଲାସ୍ଥିତ ପାଞ୍ଚୋଟି ବ୍ଲକ ମାନଙ୍କରେ ବର୍ତ୍ତମାନ ଯାଏ ନଅ ଗୋଟି ଏମ୍.ଡ଼ି.ଆର. ଚିହ୍ନଟ ହୋଇସାରିଛି। ସେମାନଙ୍କ ମଧ୍ୟରୁ ଜଣେ ମୃତ ହୋଇଯାଇଥିବା ବେଳେ ଅନ୍ୟ ଜଣେ ଡ଼ିଫଲଟର୍ ହୋଇ ରହିଛନ୍ତି ଏବଂ ଅନ୍ୟ ଦୁଇଜଣ ସଫଳ ହୋଇଥିବା ବେଳେ ଓ ଅନ୍ୟ ଛଅ ଏମ୍.ଡ଼ି.ଆର.ରୋଗୀ ନିୟମିତ ଚିକିତ୍ସିତ ଅବସ୍ଥାରେ ରହିଛନ୍ତି ବୋଲି ବରିଷ୍ଠ ଯକ୍ଷ୍ମା ଚିକିତ୍ସା ନିରୀକ୍ଷକ କହିବସନ୍ତି। ପୁଣି କହନ୍ତି ରୋଜିଖିଆ ଲୋକମାନଙ୍କର ସାମାଜିକ ଓ ଅର୍ଥନୈତିକ ଉପରେ ବହୁତ ପ୍ରଭାବ ପଡ଼େ ଏହି ରୋଗୀମାନଙ୍କ ଉପରେ, ଯଦି ସଚେତନତାର ଅଭାବ ହୁଏ। ଏଦିଗରେ ନୂଆପଡ଼ା ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯକ୍ଷ୍ମାରୋଗୀ ମାନଙ୍କ ପାଇଁ ଅବହେଳା ନ କରି ନିୟମିତ ନିରୀକ୍ଷଣ କରାଯାଉଅଛି।

ନେସ୍ନାଲ ମିଡ଼ିଆ ଟି.ବି. ଫେଲୋସିପ୍

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top