ବାସନ୍ତୀ ଦୁର୍ଗାପୂଜା ମେଳାରେ ଦର୍ଶକଙ୍କ ଭିଡ଼

ରାଉରକେଲା ୬-୪ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ସାରନଗରୀ ବୋଇତବନ୍ଦାଣ ପଡ଼ିଆ ନିକଟରେ ଗତ ୨୩ ତାରିଖରୁ ବାସନ୍ତୀ ଦୁର୍ଗାାପୂଜାର ଆୟୋଜନ କରାଯାଇଥିବା ବେଳେ, ଏହି ପୂଜାରେ ମୀନାବଜାର ଓ ମେଳା ଦର୍ଶକଙ୍କ ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଗତ ରବିବାର ଠାରୁ ମୀନାବଜାର ଆରମ୍ଭ ହେବା ପରେ ପ୍ରତିଦିନ ସଂଧ୍ୟାରେ ବହୁ ଦର୍ଶକ ମେଳାରେ ବୁଲି ମେଳାର ମଜା ଉଠାଇବା ଲକ୍ଷ୍ୟ କରାଯାଇଥିଲା। ସାରନଗରୀ ସମେତ ନବକୃଷ୍ଣନଗର, ବାଲିଯୋଡ଼ି, ଧରମଡ଼ିହି, ଅସୁରଛପଲ, ଜଲଦା ଆଦି ଅଂଚଳରୁ ଶ୍ରଦ୍ଧାଳୁ ମାନେ ମା’ ବାସନ୍ତୀ ଦୁର୍ଗାଙ୍କ ଦର୍ଶନ କରି ତାଙ୍କର ଅପାର କରୁଣା ଲାଭ କରିଥିଲେ। ଏହି ଅବସରରେ ମଣ୍ଡପ ନିକଟରେ ପ୍ରତିଦିନ ସଂଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ପରିବେଷଣ କରାଯାଇଥିଲା। ଆସନ୍ତାକାଲି ବୁଧବାର ମା’ ବାସନ୍ତୀ ଦୁର୍ଗାଙ୍କ ଭସାଣୀ ଯାତ୍ରା ସଂଧ୍ୟାରେ ଆୟୋଜନ କରାଯିବ ବୋଲି ବାସନ୍ତୀ ପୂଜା ପରିଷଦ ପକ୍ଷରୁ ସୂଚନା ମିଳିଛି। ଏହି ପୂଜାର ଆୟୋଜନରେ ବାସନ୍ତୀ ପୂଜା ପରିଷଦର ସମସ୍ତ ସଦସ୍ୟ ଯୋଗ ଦେଇ ପୂଜାରେ ସକ୍ରୀୟ ସହଯୋଗ କରିଥିଲେ। ଶାନ୍ତି ଶୃଖଂଳା ରକ୍ଷା କରିବା ଲାଗି ସ୍ଥାନୀୟ ଟାଙ୍ଗରପାଲ୍ଲୀ ଥାନାର ପୁଲିସ କର୍ମୀମାନେ ମୁତୟନ କରିଥିଲେ।

Leave a Reply

Your email address will not be published. Required fields are marked *