ବାସନ୍ତୀ ଦୁର୍ଗାପୂଜା ନିମନ୍ତେ ପ୍ରସ୍ତୁତି ବୈଠକ

ତାଳଚେର,୯/୩(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ସାଉଥବଲଣ୍ଡାସ୍ଥିତ ଦୁର୍ଗାମଣ୍ଡପ ପ୍ରାଙ୍ଗଣରେ ବାସନ୍ତୀ ଦୁର୍ଗାପୂଜା ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଦୁର୍ଗାପୂଜା କମିଟିର ସଭାପତି ପ୍ରଦୀପ କୁମାର ବିଶୋଇ ଅଧ୍ୟକ୍ଷତା କରିଥିଲେ । ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ସାଉଥବଲଣ୍ଡା ଦୁର୍ଗାପୂଜା ମଣ୍ଡପରେ ଏହି ଉତ୍ସବକୁ ପାଳନ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ଏହି ଉତ୍ସବକୁ ଅଧିକ ଆକର୍ଷଣୀୟ ଓ ମନୋରଞ୍ଜନ ଢଙ୍ଗରେ ପାଳନ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରିବାସହ ପୂଜା ପାଳନ ସମ୍ପର୍କରେ କାର୍ଯ୍ୟସୂଚୀ ସ୍ଥିର କରାଯାଇଥିଲା । କାର୍ଯ୍ୟସୂଚୀ ଅନୁଯାୟୀ ଚଳିତ ମାସ ୧୮ତାରିଖ ଦିନ ନବରାତ୍ର ପୂଜା,୨୨ ତାରିଖରେ ଷଷ୍ଠୀ ପୂଜା,୨୩ ତାରିଖରେ ସପ୍ତମୀ,୨୪ ରେ ମହାଅଷ୍ଟମୀ ପୂଜା,୨୫ରେ ନବକୁମାରୀ ପୂଜା ଓ ୨୬ତାରିଖରେ ବାସନ୍ତୀ ଦଶହରା ପାଳନ କରାଯିବାକୁ ନିଷ୍ପତି ହୋଇଥିଲା । ଏହା ସହିତ ପ୍ରତ୍ୟହ ନାମ ସଂକୀର୍ତନ ସହ ୨୫ ତାରିଖ ପବିତ୍ର ରାମନବମୀରେ ସାମୁହିକ ପ୍ରସାଦ ସେବନର ବ୍ୟବସ୍ଥା କରାଯିବ ବୋଲି ସ୍ଥିର କରାଯାଇ ଥିଲା । ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଦର୍ଶକଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ପ୍ରକାର ଦୋଳି, ମୀନାବଜାର ସହ ନାନାପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବାର ନିଷ୍ପତି ହୋଇଥିଲା । ଏହି ବୈଠକରେ ପୂଜା କମିଟି ସମ୍ପାଦକ କେଶବ କୁମାର ମିଶ୍ର,ଅମୂଲ୍ୟ କୁମାର ସାହୁ, ବିଦ୍ୟାଧର ଗଡ଼ନାୟକ,ବିପିନ ବିହାରୀ ସାହୁ,ଦୁଃଖବନ୍ଧୁ ସାହୁ,ପ୍ରମୋଦ ଚନ୍ଦ୍ର ପ୍ରଧାନ,ପ୍ରକାଶ ଚନ୍ଦ୍ର ନାଏକ, ବିଜୟ କୁମାର ସାହୁ,ଶିଶିର କୁମାର ଦାସ,ସୁରେଶ ଚନ୍ଦ୍ର ଶତପଥୀ, ଏ.କେ.ମହାକୁଡ,ପ୍ରଦୀପ କୁମାର ସ୍ୱାଇଁ, ସୁରେଶ ଚନ୍ଦ୍ର ସାହୁ,ସିଦେ୍ଧଶ୍ୱର ପ୍ରଧାନ,ସଂଗ୍ରାମ ଗଜରାଜ ସିଂହ,ରଙ୍ଗାଧର ନାୟକ,ରାଜକିଶୋର ଦାସ, ବଳରାମ ଦାସ,ଯତୀନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ ସମ୍ପାଦକ କେଶବ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *