ଜିଲ୍ଲା ପରିକ୍ରମା

ବାସଗୃହ ଯୋଜନା : ଭଦ୍ରକ ବ୍ଲକ୍ ପ୍ରଥମ, ତିହିଡି ଦ୍ୱିତୀୟ

ଭଦ୍ରକ, ୧୨ା୪ (ଓଡ଼ିଆପୁଅ / ପ୍ରମୋଦ ରାୟ) : ସରକାରଙ୍କ ଗ୍ରାମାଞ୍ଚଳ ବାସଗୃହ ଯୋଜନା ସଫଳତା ନେଇ ଭଦ୍ରକ ବ୍ଲକ୍ ଶୀର୍ଷରେ ଥିବା ବେଳେ ୨ୟ ସ୍ଥାନରେ ତିହିଡି ଓ ୩ୟ ସ୍ଥାନରେ ଧାମନଗର ବ୍ଲକ୍ ରହିଛି । ଭଦ୍ରକ ବ୍ଲକ୍ର ସଫଳତା ହାର ୬୫.୩୬ ପ୍ରତିଶତ ଥିବା ବେଳେ ତିହିଡିର ୫୪.୪୧ ଓ ଧାମନଗର ବ୍ଲକ୍ର ୫୪.୭ ରହିଛି । ଏହି ୩ ବ୍ଲକ୍ର ବିଡିଓଙ୍କୁ ଜିଲାପାଳ ପୁରସ୍କୃତ କରିଛନ୍ତି । ସୂଚନାଯୋଗ୍ୟ ୨୦୧୩-୧୪ ରୁ ୨୦୧୭-୧୮ ଆର୍ଥିକ ବର୍ଷ ମଧ୍ୟରେ ଭଦ୍ରକ ଜିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ବିଭିନ୍ନ ବାସଗୃହ ଯୋଜନାରେ ୪୦,୮୫୬ ଟି ବାସଗୃହ ନିର୍ମାଣ ପାଇଁ ସରକାରଙ୍କ ତରଫରୁ ଲକ୍ଷ୍ୟ ଧାର୍ଯ୍ୟ ଥିଲା । ଏହି ଲକ୍ଷ୍ୟ ଧାର୍ଯ୍ୟ ମଧ୍ୟରୁ ଗତ ମାର୍ଚ୍ଚ ସୁଦ୍ଧା ୨୧,୫୨୪ ବାସଗୃହ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଏହି ବାସଗୃହ ଯୋଜନାରେ ଭଦ୍ରକ ବ୍ଲକ୍ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ଥିବା ୬୮୨୫ ବାସଗୃହ ମଧ୍ୟରୁ ୪୪୬୧ ଟି ସଂପୂର୍ଣ୍ଣ ହୋଇଛି । ୨ୟ ସ୍ଥାନରେ ଥିବା ତିହିଡି ବ୍ଲକ୍ର ୬୩୫୭ ମଧ୍ୟରୁ ୩୪୫୯ ବାସଗୃହ ଓ ୩ୟ ସ୍ଥାନରେ ଥିବା ଧାମନଗର ବ୍ଲକ୍ ରେ ୫୬୬୧ ବାସଗୃହ ମଧ୍ୟରୁ ୩୦୬୧ ଟି ସଂପୂର୍ଣ୍ଣ ହୋଇଛି । ଜିଲାର ବାସଗୃହ ଯୋଜନାର ବିଫଳତା ବାସୁଦେବପୁର ବ୍ଲକ୍ରେ ଉପଲବ୍ଧ ହୋଇଛି । ଏହି ବ୍ଲକ୍ଟିର ଲକ୍ଷ୍ୟ ଧାର୍ଯ୍ୟ ୬୭୯୫ ଥିବାବେଳେ ମାତ୍ର ୩୦୮୭ ଟି ବାସଗୃହ ନିର୍ମାଣ କରାଯାଇଛି । ଯାହାର ସଫଳତା ହାର ୪୫.୪୩ ପ୍ରତିଶତ । ସେହିପରି ଭଣ୍ଡାରିପୋଖରୀର ଲକ୍ଷ୍ୟ ଧାର୍ଯ୍ୟ ୩୮୨୭ ଥିବାବେଳେ ୧୯୭୮ (୫୧.୬୯%), ବନ୍ତ ୪୪୨୭ ମଧ୍ୟରୁ ୨୦୯୧ (୪୭.୨୩%), ଚାନ୍ଦବାଲି ବ୍ଲକ୍ର ଲକ୍ଷଧାର୍ଯ୍ୟ ଥିବା ୬୯୬୪ ବାସଗୃହ ମଧ୍ୟରୁ ୩୩୮୭ (୪୮.୪୬%) ନିର୍ମାଣ ସରିଛି । ତାତ୍ପର୍ଯ୍ୟର ବିଷୟ ହେଲା ଗତ ମାର୍ଚ୍ଚ ମାସରେ ଜିଲାରେ ୯୬୪୫ ବାସଗୃହ ନିର୍ମାଣ ପାଇଁ ଲକ୍ଷ୍ୟଧାର୍ଯ୍ୟ ଦିଆଯାଇଥିଲା । ଏହାମଧ୍ୟରୁ ୩୮୬୭ ବାସଗୃହ ଏକମାସ ମଧ୍ୟରେ ସଂପୂର୍ଣ୍ଣ ହୋଇଛି । ଏହି ଏକମାସର ସଫଳତା ଭଦ୍ରକ ଜିଲାକୁ ରାଜ୍ୟସ୍ତରରେ ୧୩ ନମ୍ବରରେ ପହଞ୍ଚାଇଛି । ଏହା ପୂର୍ବରୁ ଜିଲା ରାଜ୍ୟ ସ୍ତରରେ ୨୮/୨୯ ସ୍ଥାନରେ ରହିଆସୁଥିଲା । ଜିଲାପାଳଙ୍କ କଡାତାଗିଦ ଯୋଗୁଁ ଗତ ମାର୍ଚ୍ଚ ମାସରେ ଜିଲାକୁ ଏହି ସଫଳତା ମିଳିଛି । ବିଶେଷକରି ଜିଲାପାଳ ବାସଗୃହ ଯୋଜନାର କାର୍ଯ୍ୟକାରିତାକୁ ବାରମ୍ବାର ସମୀକ୍ଷା କରିବା ସହ ପଞ୍ଚାୟତଗୁଡିକୁ ଗସ୍ତକରି ଅଗ୍ରଗତି ସଂପର୍କରେ ଅନୁଧ୍ୟାନ କରିଥିଲେ । ବାସଗୃହ ଯୋଜନାର ବିଫଳତା ପାଇଁ ଜିଲାପାଳ ୪୦ ଜଣ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ନିଲମ୍ବିତ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top