ବାଶେଳୀ ମେଲଣ ପ୍ରସ୍ତୁତି ବୈଠକ

ତିର୍ତ୍ତୋଲ ୦୩/୫ (ଓଡ଼ିଆ ପୁଅ/ଟୁକନ ସେଠୀ)- ତିର୍ତ୍ତୋଲ ବ୍ଲକ ଅଧିନସ୍ଥ କୋଲର – ଜଇପୁର ଠାରେ ୩୮ ତମ ବାର୍ଷିକ ବାଶେଳୀ ମେଲଣ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ନକୁଳ ଚନ୍ଦ୍ର ଦଳାଇ, ରମାକାନ୍ତ ବେହେରା, ରମେଶ ଚନ୍ଦ୍ର ବେହେରା, ରତ୍ନାକର ଦଳାଇ, ମଧୁସୁଦନ ବେହେରା, ସାଧୁ ଚରଣ ବେହେରା, କେଳୁ ଚରଣ ଦଳାଇ, ମକର ଧ୍ୱଜ ଦଳାଇ ପ୍ରମୁଖ ସଦସ୍ୟ ଯୋଗ ଦେଇ ସାର୍ବଭୋମ କୈବର୍ତ୍ତ ସାଂସ୍କୃତିକ ମେଲଣ କମିଟି ପକ୍ଷରୁ ଚଳିତ ମାସ ୧୫ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଦିବାରାତ୍ର ପାଳିତ ହେବାକୁ ଥିବା ଏହି ମହୋତ୍ସବ ସମ୍ପର୍କରେ ପ୍ରସ୍ତୁତି ଓ ଆଲୋଚନା କରିଥିଲେ। ୬ ଦିନ ବ୍ୟାପି ହେବାକୁ ଥିବା ଏହି ମେଲଣ ଉତ୍ସବରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ବିଭିନ୍ନ କଳାକାରଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ ଘୋଡ଼ାନାଚ, ମା ବାଶେଳୀ ପୂଜା ପ୍ରଭୃତି ଅନୁଷ୍ଠିତ ହେବବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *