ବାଲ୍ୟ ବିବାହ ବନ୍ଦ କଲା ଜିଲ୍ଲାପ୍ରଶାସନ

କୋରାପୁଟ ; ତା୦୨-୦୫-୧୮(ଓଡିଆ ପୁଅ/ରଂଜନ କୁମାର ଦାସ)ପୁକାଲି ପଂଚାୟତ ଅନ୍ତର୍ଗତ ମାଳିଗୁଡା ଗ୍ରାମର ନାବାଳିକା ସହ ସେମିଲିଗୁଡା ବ୍ଲକ ଖୁଡି ପଂଚାୟତର ଜଣେ ନାବାଳକ ସହ ବିବାହ ନିମନ୍ତେ ପରିବାରର ପ୍ରସ୍ତୁତି ଚାଳିଥିବା ନେଇ ଖବର ପାଇ ଚାଇଲଡ ଲାଇନ ସଦସ୍ୟ ପଦଲାମ କୁଲଦୀପ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜର୍ଶି ଦାସଙ୍କୁ ସୂଚନା ଦେଇଥିଲେ।କୋରାପୁଟ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଚାଇଲଡ ଲାଇନ କର୍ତୂପକ୍ଷ ଓ ଶିଶୁ ବିକାଶ ଅଧିକାରୀ ପ୍ରମୁଖ ପ୍ରଥମେ ପରିବାର ଆଲୋଚନା କରିଥିଲେ ଓ ପରେ ଖୁଡି ପଂଚାୟତରେ ଏକ ସ୍ୱତନ୍ତ୍ର ଗ୍ରାମସଭା ବୈଠକ ଡାକି ଉଭୟ ପରିବାରଙ୍କ ସହ ଆଲୋଚନା କରାଯାଇ ବାଲ୍ୟ ବିବାହ ବନ୍ଦ କରିବାକୁ ପରାମର୍ଶ ଦିଆଯାଇଥିଲା।ବୈଠକ ରେ ଉଭୟ ପରିବାର ଏହି ବିବାହକୁ ବନ୍ଦ କରିବାକୁ ନିଷ୍ପତି ନେଇଥିଲେ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜର୍ଶି ଦାସ ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *