ad
ଓଡ଼ିଶା

ବାଲେଶ୍ୱର ସାଂସଦ ରବିନ୍ଦ୍ର ଜେନା ବାଲେଶ୍ୱରବାସୀଙ୍କୁ ଚିଟ ଫଣ୍ଡରେ ଠକିଲା ପରେ ଏବେ ମିଥ୍ୟା ପ୍ରଚାରରେ ଭ୍ରମିତ କରୁଛନ୍ତି :ବିଜେପି

– ସୁବର୍ଣ୍ଣରେଖା ବନ୍ଦରର ଶୁଭ ୧୩ ବର୍ଷ ପରେ ପଡିଲା, ରାଜ୍ୟ ସରକାର ଦେଉନାହାନ୍ତି ଟଙ୍କାଟିଏ ବି ଅନୁଦାନ
– ସୁବର୍ଣ୍ଣରେଖା ବନ୍ଦର ନିର୍ମାଣ ପିପିପି ମୋଡରେ ହେଉଛି ଯାହା ଟାଟା ଷ୍ଟିଲର ୫୧ ପ୍ରତିଶତ ଏବଂ ଚେନ୍ନାଇର କ୍ରେଟିଭ୍ ପୋର୍ଟ ୪୯ ପ୍ରତିଶତ ଯୋଗଦାନ ରହିଛି
– ବାଲେଶ୍ୱର ରିଙ୍ଗ୍ ରୋଡ ନିର୍ମାଣ ପାଇଁ ୫୦୦୦ ଏକର ଜମିର ଆବଶ୍ୟକତା ଥିବା ବେଳେ ଏହି ଜମିକୁ ଏପର୍ଯ୍ୟନ୍ତ ଅଧିକରଣ କରାଯାଇ ନାହିଁ
– ସାଂସଦ ମିଥ୍ୟା ବିଜ୍ଞାପନ ଦେଇ ବାଲେଶ୍ୱର ବାସିଙ୍କୁ ଭୁୟାଁ ନବୁଲାଇ ବାଲେଶ୍ୱର ବାସୀଙ୍କ ପାଇଁ ବାସ୍ତବରେ କଣ କଣ ସବୁ କାମ କରିଛନ୍ତି ତାହାର ତାଲିକା ଦିଅନ୍ତୁ
ଭୁବନେଶ୍ୱର, ୦୫/୦୩ (ଓଡ଼ିଆ ପୁଅ) : ମିଛୁଆ ରାଧୁଆ ଗୁରୁଙ୍କର ଡହରା ଚେଲା ବାଲେଶ୍ୱର ସାଂସଦ ରବିନ୍ଦ୍ର ଜେନା ଚିଠ୍ ଫଣ୍ଡ ଠକେଇରେ ସଂପୃକ୍ତ ଥିବା ବେଳେ ଏବେ ବେଲ୍ ରେ ଅଛନ୍ତି। ସେ କିନ୍ତୁ ଏବେ ବାଲେଶ୍ୱର ଜିଲ୍ଲାରେ ସବୁଠି ବଡ ବଡ ହୋଡିଂ ଲଗାଇ ନିଜକୁ ଶ୍ରେଷ୍ଟ ସାସଂଦ କହିବା ସଙ୍ଗେ ସଙ୍ଗେ ବହୁତ ଗୁଡିଏ ପ୍ରକଳ୍ପର କୃତିତ୍ୱ ନିଜ ନାମରେ ନେବାର ମିଥ୍ୟା ପ୍ରଚାର କରି ବାଲେଶ୍ୱରବାସୀଙ୍କୁ ଭୂୟାଁ ବୁଲାଉଛନ୍ତି ବୋଲି ବିଜେପି ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର ଏକ ସାମ୍ବାଦିକ ସମ୍ମିଳନିରେ ଅଭିଯୋଗ କରିଛନ୍ତି।

ବାଲେଶ୍ୱର ଜିଲ୍ଲାର ଗଣମାଧ୍ୟମର ବନ୍ଧୁମାନଙ୍କୁ ଡରାଇ ଧମକାଇ ସତ ଲୁଚାଇବା ଏବଂ ନିଜର ଆତ୍ମପ୍ରଚାର କରିବା ପାଇଁ ସାଂସଦ ରବିନ୍ଦ୍ର ଜେନା ଲାଗିପଡିଛନ୍ତି। ଚିଠ୍ ଫଣ୍ଡ କେସ୍ ରେ ବେଲ୍ ରେ ଥିବା ସତ ହୋଇଥିଲେ ମଧ୍ୟ ଏହାକୁ ସେ ସ୍ୱିକାର କରୁନାହାନ୍ତି। ବିଭିନ୍ନ ସରକାରୀ ପ୍ରକଳ୍ପ ଯେପରିକି ଇଡକୋ ଟାୱାର, ସୁବର୍ଣ୍ଣ ରେଖା ବନ୍ଦର, ରିଙ୍ଗ୍ ରୋଡ, ତାମୁଳିଆ ବ୍ରିଜ୍ ଭଳି ଅନେକ ପ୍ରକଳ୍ପର କୃତତ୍ୱ ନିଜେ ନେଇ ବଡ ବଡ ହୋଡିଂରେ ନିଜର ପ୍ରସଂଶା ନିଜେ କରିବା ସହ ନିଜକୁ ନିଜେ ଧନ୍ୟବାଦ ଦେଉଛନ୍ତି ଯେଉଁ ପ୍ରକଳ୍ପରେ ତାଙ୍କର କୌଣସି ଯୋଗଦାନ ନାହିଁ ବୋଲି ଶ୍ରୀମତି ସାମନ୍ତସିଂହାର କହିଛନ୍ତି।
ଶ୍ରୀମତି ସାମନ୍ତସିଂହାର କହିଛନ୍ତି କି ସିସୋର୍ ଗ୍ରୁପ୍ ର ୧୮ କୋଟି ଟଙ୍କାର ଠକେଇ ଅଭିଯୋଗରେ ଜାନୁଆରୀ ୧୫ ତାରିଖ ୨୦୧୫ ମସିହାରେ ସିବିଆଇ ତାଙ୍କୁ ୬ ଘଟାଂ ଜେରା କରିଥିଲା। ତାଙ୍କ ଘରକୁ ମଧ୍ୟ ଜାନୁଆରୀ ୧୨ ତାରିଖ ୨୦୧୭ ମସିହାରେ ରେଡ୍ କରାଯାଇଥିଲା। ସେତେବେଳେ ସେ ଗିରଫ ଭୟରେ ଆତ୍ମଗୋପନ ହୋଇଯାଇଥିଲେ। ଜିଲ୍ଲା ପରିଷଦ ନିର୍ବାଚନରେ ତାଙ୍କୁ ବାଲେଶ୍ୱରବାସୀ ଦେଖିବାକୁ ପାଇନଥିଲେ। ସାଂସଦ ରବିନ୍ଦ୍ର ଜେନା ଜଣେ ବାଲେଶ୍ୱର ଇସ୍ପାତ ଅଲୟସ୍ ର ଜଣେ ସାଧାରଣ କର୍ମଚାରୀ ଥିବାବେଳେ କିଭଳି ଭାବେ ତାହାର ସିଇଓ ହୋଇଗଲେ ଏବଂ ପରବର୍ତ୍ତୀ ସମୟରେ ୨୦୧୧ ମସିହାରେ ତାହାର ଏମ୍ ଡି ହୋଇଥିଲେ। ସେ ଏବେ ଓଡିଶାର ସବୁଠୁ ବଡ ଧନୀ ସାଂସଦ ଭାବରେ ପରିଚିତ। ସେ ରାତାରାତି ଧନୀ କିପରି ହେଲେ ଓ ତାହାର ସୂତ୍ର ଓଡିଶାବାସୀଙ୍କୁ ଅବଗତ କରାନ୍ତୁ ବୋଲି ଶ୍ରୀମତି ସାମନ୍ତସିଂହାର କହିଛନ୍ତି।

ଅନେକ କଂପାନୀ ଚିଠ୍ ଫଣ୍ଡ ଠକେଇରେ ଗରିବ ଓଡିଶାବାସୀଙ୍କଠୁ ହଜାର ହଜାର କୋଟି ଟଙ୍କା ଲୁଟିଛନ୍ତି ସେଥିରେ ସାଂସଦଙ୍କର ସଂପୃକ୍ତି ରହିଛି କିନ୍ତୁ ଗଣମାଧ୍ୟମ ଉପରେ ଚାପ ପକାଇ ଏହାକୁ ଲୁଚାଇବାର ଅପଚେଷ୍ଟା କରୁଛନ୍ତି ସାଂସଦ। ସୁବର୍ଣ୍ଣ ରେଖା ବନ୍ଦରକୁ ନେଇ ବାହା ବାହା ନେବାକୁ ଚାହୁଁଛନ୍ତି। ଯେତେବେଳେ ସେ ରାଜନୀତି ନଥିଲେ ସେହି ସମୟରେ ଏହାର ଏମ୍ ଏୟୁ ସ୍ୱାକ୍ଷର କରାଯାଇଥିଲା। ଏହାର ବିଗତ ୧୩ ବର୍ଷ ପରେ ସୁବର୍ଣ୍ଣରେଖା ବନ୍ଦର ଶୁଭ ଦିଆଗଲା। ୯୬୨ ଏକର ଜମି ସୁବର୍ଣ୍ଣରେଖା ବନ୍ଦର ପାଇଁ ରାଜ୍ୟସରକାର କେବଳ ୬୯୨ ଏକର ଜମି ଅଧିକରଣ କରିନାହାନ୍ତି। ରବିନ୍ଦ୍ର ଜେନା କହୁଛନ୍ତି ରାଜ୍ୟ ସରକାର କରୁଛନ୍ତି ଏବଂ ତାଙ୍କ ଉଦ୍ୟମରେ ଏହା ହୋଇପାରୁଛି ଯାହା ସଂପୁର୍ଣ୍ଣ ମିଥ୍ୟା। ସୁବର୍ଣ୍ଣରେଖା ବନ୍ଦର ନିର୍ମାଣ ପିପିପି ମୋଡରେ ହେଉଛି ଯାହା ଟାଟା ଷ୍ଟିଲର ୫୧ ପ୍ରତିଶତ ଏବଂ ଚେନ୍ନାଇର କ୍ରେଟିଭ୍ ପୋର୍ଟ ୪୯ ପ୍ରତିଶତ ଯୋଗଦାନ ରହିଛି। ଓଡିଶା ସରକାର ଏଥିରେ ଟଙ୍କାଟିଏ ଅନୁଦାନ ନଥିବା ବେଳେ ସାଂସଦ ରବିନ୍ଦ୍ର ଜେନା ବାଲେଶ୍ୱରବାସୀଙ୍କୁ ମିଛ କହୁଛନ୍ତି ବୋଲି ଶ୍ରୀମତି ସାମନ୍ତସିଂହାର କହିଛନ୍ତି।

୨୦୧୪ ରେ ସାଂସଦ ପ୍ରତିଶୃତି ଦେଇଥିଲେ କି ବାଲେଶ୍ୱର ରିଙ୍ଗ୍ ରୋଡ ନିର୍ମାଣ କରିବେ ଯାହା ୨୭.୫ କିମି ୪ ଲେନ୍ ର ନିର୍ମାଣ ହେବାର ଥିଲା, ଏଥିପାଇଁ ୫୦୦୦ ଏକର ଜମିର ଆବଶ୍ୟକତା ଥିବା ବେଳେ ଏହି ଜମିକୁ ଏପର୍ଯ୍ୟନ୍ତ ଅଧିକରଣ କରାଗଲା ନାହିଁ। ସେହିପରି ବାଲେଶ୍ୱର ଇଡ୍ କୋ ଟାୱାର ଯାହା ୨୦୧୫ ମସିହାରେ ଏହାର ଶୁଭ ଦିଆଗଲା ଏହାର ଟେଣ୍ଡର ମଧ୍ୟ ଦିଆଗଲା କିନ୍ତୁ ସେହି ଜମି ଏବେ ବି ବିବାଦୀୟ ଘେରରେ ଅଛି। ପୁଣି ବାଲେଶ୍ୱରବାସୀଙ୍କୁ ଭୂଆଁ ବୁଲାଇ ୨୦୧୯ ମସିହାରେ ମୁଖ୍ୟମନ୍ତ୍ରୀ ଆଉଥରେ ସେଠି ଶୁଭ ଦେଇଛନ୍ତି। ବିବାଦୀୟ ଜମିରେ କିଭଳି ପ୍ରକଳ୍ପ ନିର୍ମାଣ ହୋଇପାରିବ ବୋଲି ଶ୍ରୀମତି ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି।

ସୁବର୍ଣ୍ଣ ରେଖା ବ୍ରିଜ୍ ଲାଗି କେନ୍ଦ୍ର ସରକାର ୧୮୦ କୋଟି ଟଙ୍କା ଅନୁଦାନ ଦେଇଛି। ତାମୁଳିଆ ରେଳ ଓଭରବ୍ରିଜ୍ ଉଭୟ କେନ୍ଦ୍ରର ଏବଂ ରାଜ୍ୟର ମିଳିତ ୫୦-୫୦ ପ୍ରତିଶତ ଅନୁଦାନ ଥିବାବେଳେ, ଏହାର ଶୁଭ ୨୦୧୪ ମସିହାରେ ଦିଆଯାଇଥିଲା। ୨୦୧୯ରେ ତାମୁଳିଆ ବ୍ରିଜ୍ କୁ ଉଦ୍ ଘାଟନ ଖୋଦ୍ ମୁଖ୍ୟମନ୍ତ୍ରୀ କରିଥିଲେ ମଧ୍ୟ ଏଥିରେ କେନ୍ଦ୍ର ସରକାରଙ୍କ ବିଭାଗୀୟ ମନ୍ତ୍ରୀ କିମ୍ବା ବିଭାଗୀୟ ଅଧିକାରଙ୍କୁ ଡକାଗଲା ନାହିଁ। କେନ୍ଦ୍ର ସରକାର ଏଥିରେ ୩୦ କୋଟିରୁ ଅଧିକ ଅନୁଦାନ ଦେଇଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ଭୂମିକାକୁ ଅଣଦେଖା କରାଯାଇଛି ବୋଲି ଶ୍ରୀମତି ସାମନ୍ତସିଂହାର କହିଛନ୍ତି।

ସାଂସଦ ମିଥ୍ୟା ବିଜ୍ଞାପନ ଦେଇ ବାଲେଶ୍ୱର ବାସିଙ୍କୁ ଭୁୟାଁ ନବୁଲାଇ ବାଲେଶ୍ୱର ବାସୀଙ୍କ ପାଇଁ ବାସ୍ତବରେ କଣ କଣ ସବୁ କାମ କରିଛନ୍ତି ତାହାର ତାଲିକା ଦିଅନ୍ତୁ ବୋଲି ଶ୍ରୀମତି ସାମନ୍ତସିଂହାର କହିଛନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top