ଓଡ଼ିଶା

ବାଲେଶ୍ୱରରେ ଏଲପିଜି ପାଇପଲାଇନ, ବଟଲିଂ ପ୍ଲାଂଟର କ୍ଷମତା ବୃଦ୍ଧି ଓ ଅଶୋଧିତ ତୈଳ ପମ୍ପ ଷ୍ଟେସନ ଉଦଘାଟିତ

ମୋଦି ସରକାରଙ୍କ ବିକାଶ ପାଇଁ ପ୍ରାଥମିକତାର କେନ୍ଦ୍ରରେ ଦେଶ ଓ ରାଜ୍ୟର ଗରୀବ ଲୋକ ମାନେ ହିଁ ରହିଛନ୍ତି – ଧର୍ମେନ୍ଦ୍ର ପ୍ରଧାନ

– ୨୦୧୪ ମସିହାରେ ମୋଦି ସରକାର ଆସିବା ବେଳେ ଓଡିଶାର ୨୦ ପ୍ରତିଶତ ଘରେ ଏଲପିଜି ସଂଯୋଗ ଥିବା ବେଳେ ୬୨ ପ୍ରତିଶତରେ ପହଂଚିଛି
– କେବଳ ନୂଆ ଏଲପିଜି ସଂଯୋଗ ନୁହେଁ ଏଲପିଜି ଯୋଗାଣର ଭିତିଭୂମିକୁ ମୋଦି ସରକାର ଓଡିଶାରେ ଦୃଢ କରିଛନ୍ତି
– ଏହି ପ୍ରକ୍ରିୟାର ଅଙ୍ଗ ଭାବରେ ବିଦେଶରୁ ପାରାଦୀପ ବନ୍ଦର ଦେଇ ଆସୁଥିବା ଏଲପିଜିକୁ ଆଉ ଟ୍ରକ ଯୋଗେ ସଡକ ପଥରେ ନୁହେଁ ପାଇପ ଯୋଗେ କମ ଖର୍ଚରେ ବାଲେଶ୍ୱର ଅଣା ଯିବା ଶୁଭାରମ୍ଭ ହେଲା
– ବାଲେଶ୍ୱର ସ୍ଥିତ ଏଲପିଜି ବଟଲିଂ ପ୍ଲାଂଟର କ୍ଷମତା ବାର୍ଷିକ ୬୦ ଲକ୍ଷରୁ ୧ କୋଟି ୩୦ ଲକ୍ଷରେ ପହଂଚିଲା
– ରାଜ୍ୟର ଗରୀବଙ୍କୁ ପକ୍କା ଘର, ପାଇଖାନା, ବିଜୁଳି ପାଇଁ କେନ୍ଦ୍ର ସରକାର ଭଣ୍ଡାର ଖୋଲିଛନ୍ତି
– ରାଜ୍ୟର ଶାସକ ଦଳର କୁଜି ନେତାଙ୍କ ସୁପାରିଶରେ ନୁହେଁ ପଲ୍ଲି ସଭା ଓ ପଂଚାୟତ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଦଳ ମତ ନିର୍ବିଶେଷରେ ନିର୍ବାଚିତ ପଂଚାୟତ ପ୍ରତିନିଧିଙ୍କୁ ଆହ୍ୱାନ

ବାଲେଶ୍ୱର, ୨୯ ଏପ୍ରିଲ (ଓଡ଼ିଆ ପୁଅ) – ମୋଦି ସରକାରଙ୍କ ବିକାଶ ପାଇଁ ପ୍ରାଥମିକତାର କେନ୍ଦ୍ରରେ ଦେଶ ଓ ରାଜ୍ୟର ଗରୀବ ଲୋକ ମାନେ ହିଁ ରହିଛନ୍ତି ବୋଲି ବାଲେଶ୍ୱର ଠାରେ ଏକ ବିଶାଳ ଜନସଭାକୁ ଉଦବୋଧନ ଦେଇ କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବାଲେଶ୍ୱର ଜିଲ୍ଲାର ହିଡିଗାଁ ଠାରେ ଅଶୋଧିତ ତୈଳ ପାଇପଲପାଇନର ପମ୍ପ ଷ୍ଟେସନ, ପାରାଦୀପରୁ ବାଲେଶ୍ୱର ଏଲପିଜି ପାଇପଲାଇନ ଓ ବାଲେଶ୍ୱର ଏଲପିଜି ବଟଲିଂ ପ୍ଲାଂଟର କ୍ଷମତା ବୃଦ୍ଧି ପ୍ରକଳ୍ପର ଶୁଭ ଉଦଘାଟନ ଅବସରରେ ଉଦବୋଧନ ଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ୨୦୧୪ ମସିହାରେ ମୋଦି ସରକାର ଆସିବା ବେଳେ ଓଡିଶାର ୨୦ ପ୍ରତିଶତ ଘରେ ଏଲପିଜି ସଂଯୋଗ ଥିଲା। ଏବେ ଏହା ୬୨ ପ୍ରତିଶତରେ ପହଂଚି ସାରିଛି। ଶ୍ରୀ ପ୍ରଧାନ କହିଛନ୍ତି ଯେ ୨୦୧୪ ମସିହା ସୁଦ୍ଧା ବାଲେଶ୍ୱର ଜିଲ୍ଲାରେ ୧୯ ପ୍ରତିଶତ ଏଲପିଜି ଥିବା ବେଳେ ଆଜି ଦିନରେ ତାହା ୬୦ ପ୍ରତିଶତରେ ପହଂଚିଛି। ମୟୁରଭଂଜ ୯ ପ୍ରତିଶତରୁ ୩୫ ପ୍ରତିଶତ, କେନ୍ଦୁଝର ୧୫ ପ୍ରତିଶତରୁ ୪୫ ପ୍ରତିଶତ ଓ ଭଦ୍ରକ ୧୫ ପ୍ରତିଶତରୁ ୭୫ ପ୍ରତିଶତରେ ପହଂଚିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଏହି ଚାରିଟି ଜିଲ୍ଲାରେ ୨୦୧୪ ମସିହା ସୁଦ୍ଧା ୨ ଲକ୍ଷ ୮୦ ହଜାର ଲୋକଙ୍କ ଘରେ ଏଲପିଜି ଥିବା ବେଳେ ଏବେ ଏହା ୪ ଲକ୍ଷ ୩୦ ହଜାର ବୃଦ୍ଧି ପାଇ ୭ ଲକ୍ଷ ୧୦ ହଜାରରେ ପହଂଚିଛି।

ଶ୍ରୀ ପ୍ରଧାନ କହିଛନ୍ତି ଯେ କେବଳ ନୂଆ ଏଲପିଜି ସଂଯୋଗ ନୁହେଁ ଏଲପିଜି ଯୋଗାଣର ଭିତିଭୂମିକୁ ମୋଦି ସରକାର ଓଡିଶାରେ ଦୃଢ କରିଛନ୍ତି। ଏହି ପ୍ରକ୍ରିୟାର ଅଙ୍ଗ ଭାବରେ ବିଦେଶରୁ ପାରାଦୀପ ବନ୍ଦର ଦେଇ ଆସୁଥିବା ଏଲପିଜିକୁ ଆଉ ଟ୍ରକ ଯୋଗେ ସଡକ ପଥରେ ନୁହେଁ ପାଇପ ଯୋଗେ କମ ଖର୍ଚରେ ବାଲେଶ୍ୱର ଅଣା ଯିବ। ବାଲେଶ୍ୱର ଠାରେ ଥିବା ଏଲପିଜି ବଟଲିଂ ପ୍ଲାଂଟର କ୍ଷମତା ମଧ୍ୟ ବୃଦ୍ଧି କରା ଯାଇଛି। ପୂର୍ବରୁ ବାଲେଶ୍ୱର ବଟଲିଂ ପ୍ଲାଂଟର କ୍ଷମତା ବାର୍ଷିକ ୬୦ ଲକ୍ଷ ଏଲପିଜି ସିଲିଣ୍ଡର ଭର୍ତି କରିବା ଥିବା ବେଳେ ଏହା ବୃଦ୍ଧି ପାଇ ଏକ କୋଟି ୩୦ ଲକ୍ଷରେ ପହଂଚିଛି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ଚାରିଟି ଜିଲ୍ଲାରେ ୨୦୧୪ ସୁଦ୍ଧା ମୋଟ ୧୧୯ଟି ଏଲପିଜି ବିତରକ ଥିଲା ବେଳେ ଆଉ ୮୩ଟି ନୂଆ ବିତରକ ତିଆରି କରା ଯାଇଛି। ଗୋଟିଏ ବିତରକ ମାନେ ୧୫ ଜଣଙ୍କର ରୋଜଗାର ସୁଯୋଗ ସୃଷ୍ଟି ବୋଲି ସେ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଘରୋଇ ଧୁଆଁ ଜନିତ ପ୍ରଦୂଷଣ କାରଣରୁ ଦେଶର ୫୦ ଲକ୍ଷ ମହିଳାଙ୍କ ଜୀବନ ଦମା, କାଶ ଓ ଯକ୍ଷ୍ମା ବେମାରୀ ଯୋଗୁ ଯାଉଛି। ଦେହ ଖରାପ ଯୋଗୁ ଚିକିତ୍ସା ପାଇଁ ଅର୍ଥ ଖର୍ଚ ହେଉଛି। ଚୁଲୀ ଜଳାଇବା ପାଇଁ କାଠ, କୁଟା, ଘସି, ଗୋବର କରି ସମୟ ଖର୍ଚ ହେଉଛି। ମୋଦି ସରକାର ମହିଳା ମାନଙ୍କୁ ଏ ସବୁ କଷ୍ଟରୁ ମୁକ୍ତି ଦେବା ପାଇଁ ଏଲପିଜି ଯୋଗାଣକୁ ଏକ ଜନ ଆନ୍ଦୋଳନରେ ପରିବର୍ତ୍ତନ କରିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ କେବଳ ଏଲପିଜି ନୁହେଁ ଦେଶର ଗରୀବ ମାନେ ମୋଦି ସରକାରଙ୍କର ପ୍ରାଥମିକତା। ପୂର୍ବରୁ ଗରୀବଙ୍କୁ ପକ୍କା ଘର ପାଇଁ ଇନ୍ଦିରା ଆବାସ ଯୋଜନାରେ ଘରର ମୂଲ୍ୟ ୭୦ ହଜାର ଟଙ୍କା ଥିଲା। ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏହି ଘରର ମୂଲ୍ୟ ଦେଢ ଲକ୍ଷ ଟଙ୍କା ହୋଇଛି। ପୂର୍ବରୁ ବର୍ଷକୁ ପଂଚାୟତ ପିଛା ୧୫ ଟି ଘର ଆସୁଥିଲା ବେଳେ ଏହା ଏବେ ୫୦କୁ ଟପିଲାଣି। ଏହି ଘର ରାଜ୍ୟର ଶାସକ ଦଳର କୁଜି ନେତା ମାନଙ୍କୁ ହାତ ଗୁଂଜାରେ ତାଲିକା ତିଆରି ନ ହୋଇ ଗ୍ରାମସଭା, ପଲ୍ଲୀସଭା ଓ ପଂଚାୟତ ଆଧାରରେ ହେବା ଜରୁରୀ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଦଳ ମତ ନିର୍ବିଶେଷରେ ସରପଂଚ. ସମତି ସଭ୍ୟ ମାନେ ସଠିକ ଲୋକଙ୍କୁ ଏହି ଯୋଜନାର ଲାଭ ପହଂଚାଇବାକୁ କାମ କରନ୍ତୁ ବୋଲି ଶ୍ରୀ ପ୍ରଧାନ ଆହ୍ୱାନ ଜଣାଇଛନ୍ତି।

ମୋଦି ସରକାର ସମସ୍ତଙ୍କ ଘରେ ୧୨ ହଜାର ଟଙ୍କା ଦେଇ ପାଇଖାନା ବନାଇବାକୁ ଚାହୁଁଛନ୍ତି। ଏବେ ମାତ୍ର ୪୫ ପ୍ରତିଶତ ଘରେ ପାଇଖାନା ପହଂଚିଛି। ଓଡିଶା ସରକାର ମୋଦି ସରକାରଙ୍କ ଏହି ଯୋଜନାକୁ ଆଗ୍ରହର ସହିତ କ୍ରିୟାନ୍ୱିତ କରୁ ନାହାନ୍ତି। ଏକ କୋଟିରୁ ୪୦ ଲକ୍ଷ ଘରେ ଆଜି ବି ବିଜୁଳି ପହଂଚି ନାହିଁ। ପ୍ରତି ଘରେ ବିଜୁଳି ପହଂଚାଇବା ପାଇଁ ୯୦ ପ୍ରତିଶତ ଅର୍ଥ ମୋଦି ସରକାର ଯୋଗାଇ ଦେଉଛନ୍ତି। କାଳେ ମୋଦି ସରକାର ନାଁ ନେଇ ଯିବେ ସେଥି ପାଇଁ ରାଜ୍ୟ ସରକାର କ୍ରିୟାନ୍ୱିତ କରିବାରେ ଅବହେଳା କରୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top