ବାଲେଶ୍ୱରରେ ଏମସର ସାଟେଲାଇଟ ସେଂଟରର ଭିତ୍ତିପ୍ରସ୍ତର ସ୍ଥାପନ ମୋଦିଙ୍କ ଆୟୁଷ୍ମାନ ଭାରତରେ ଓଡିଶା ସାମିଲ ନହେବା ଗରିବଙ୍କ ସହ ଦାଉ ସାଜିବା ସଦୃଶ-ଧର୍ମେନ୍ଦ୍ର ପ୍ରଧାନ

-ବାହାର ରାଜ୍ୟକୁ କାମ କରିବାକୁ ଯାଉଥିବା ରାଜ୍ୟର ବଡ ଜନସଂଖ୍ୟାକୁ ମାଗଣା ସ୍ୱାସ୍ଥ୍ୟସେବା ହକରୁ ବଂଚିତ ନକରୁ ରାଜ୍ୟ ସରକାର
-ଏହି ସାଟାଲାଇଟ ସେଂଟରକୁ ୩୦୦ ଶଯ୍ୟା ବିଶିଷ୍ଠ ସୁପର ସ୍ପେଶାଲିଟ ହସପିଟାଲରେ ପରିଣତ କରାଯିବ।
-ବାଲେଶ୍ୱରରେ ଏମସର ସାଟାଲାଇଟ ସେଂଟର ସ୍ୱାସ୍ଥ୍ୟସେବାରେ ନୂଆ ଆନ୍ଦୋଳନ ସୃଷ୍ଟି କରିବ

ଭୁବନେଶ୍ୱର, ୨୫ ଅଗଷ୍ଟ(ଓଡ଼ିଆ ପୁଅ)-ଗଣତନ୍ତ୍ର ଲୋକଙ୍କ ବିକାଶ ପାଇଁ। ମାତ୍ର ଗରିବଙ୍କ କଲ୍ୟାଣରେ ଦାଉ ସାଜିବା ପାଇଁ ଗଣତନ୍ତ୍ର ଉଦିଷ୍ଟ ନୁହେଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।ଆଜି ବାଲେଶ୍ୱରରେ ଏମସର ସାଟୋଲାଇଟ ସେଂଟରର ଭିତିପ୍ରସ୍ତର ସ୍ଥାପନ ଅବସରରେ ଯୋଗଦେଇ ରାଜ୍ୟ ସରକାର ଦେଶର ସବୁଠୁ ବଡ ଗରିବଙ୍କ ସ୍ୱାସ୍ଥ୍ୟସେବା ଯୋଜନା ଆୟୁଷ୍ମାନ ଭାରତରେ ସାମିଲ ନହେବା ପରି ପ୍ରେକ୍ଷୀରେ ଏହି ବକ୍ତବ୍ୟ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ମୋଦି ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାରେ ଯେଉଁ ପରିବାର ସାମିଲ ହେବେ ପରିବାରର ସମସ୍ତ ସଦସ୍ୟଙ୍କୁ ଦେଶସାରା ଯେଉଁଠିବି ଚିକିତ୍ସିତ ହେବେ ସେଠାରେ ବିନା ଅର୍ଥରେ ଚିକିତ୍ସା ହେବାର ସୁବିଧା ଉପଲବ୍ଧ ରହିବ। ଓଡିଶାର ଲକ୍ଷଲକ୍ଷ ଲୋକ ବିଶେଷ ଭାବେ ଯୁବପୀଢି ଦେଶର ବିଭିନ୍ନ ସ୍ଥାନରେ କାମ କରିବାକୁ ଯାଉଥିବାରୁ ରାଜ୍ୟ ସରକାରଙ୍କ ବିକଳ୍ପ ସ୍ୱାସ୍ଥ୍ୟ ଯୋଜନାରେ ସେଠାରେ ମାଗଣା ଚିକିତ୍ସା ସମ୍ଭବ ହୋଇପାରିବ ନାହିଁ ବୋଲି ସେ କହିଛନ୍ତି। ଓଡିଶାରୁ ବାହର ରାଜ୍ୟକୁ କାମ କରିବାକୁ ଯାଉଥିବା ବିଶେଷ ଭାବେ ଗରିବ ଲୋକମାନଙ୍କୁ ସେମାନଙ୍କ ହକରୁ କାହିଁକି ବଂଚିତ କରାଯାଉଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ, ବାଲେଶ୍ୱରରେ ଏମସର ସାଟାଲାଇଟ ସେଂଟର ସ୍ୱାସ୍ଥ୍ୟସେବାରେ ନୂଆ ଆନ୍ଦୋଳନ ସୃଷ୍ଟି କରିବ। ମୋଦି ସରକାର କଥାରେ ନୁହେଁ କାମରେ ବିଶ୍ୱାସ କରନ୍ତି। ଗତ ୪ ବର୍ଷରେ ସ୍ୱାସ୍ଥ୍ୟକ୍ଷେତ୍ରରେ ଓଡିଶାର ବହୁ ଉନ୍ନତି ହୋଇଛି।

ଶ୍ରୀ ପ୍ରଧାନ ଆହୁରି କହିଲେ ଯେ, ସ୍ୱର୍ଗତ ଅଟଳବିହାରୀ ବାଜପେୟୀ ଥିଲେ ଓଡିଶାରେ ଏମସ ଶାଖା ପରିକଳ୍ପନାର ମୁଖ୍ୟ ପୁରୋଧା। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡାଙ୍କ ହାତରେ ଶୁଭ ଦିଆଯାଇଥିବା ଏହି ସାଟାଲାଇଟ ସେଂଟରକୁ ୩୦୦ ଶଯ୍ୟା ବିଶିଷ୍ଠ ସୁପର ସ୍ପେଶାଲିଟି ହସପିଟାଲରେ ପରିଣତ କରାଯିବ।

 

Leave a Reply

Your email address will not be published. Required fields are marked *