ବାଲେଶ୍ଵର ଜିଲ୍ଲା ବାହାବଳପୁର ବାଣ ଦୁର୍ଘଟଣାରେ ସାମୁଦ୍ରୀକ ଥାନା ଅଧିକାରୀ ନିଳମ୍ବିତ

ବାଲେଶ୍ୱର ୧୮-୧୦ (ଓଡ଼ିଆ ପୁଅ) ଗତ ଦୁଇ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନ ଯଥା ରାଉରକେଲା, ପିପିଲି ଏବଂ ବାଲେଶ୍ଵର ଜିଲ୍ଲା ବାହାବଳପୁରଠାରେ ବେଆଇନ ବାଣ ତିଆରି ଏବଂ ବିକ୍ରି ଦ୍ୱାରା ଧନ ଜୀବନର କ୍ଷୟ କ୍ଷତି ହୋଇଅଛି। ଏସବୁ ଘଟଣାକୁ ରାଜ୍ୟ ପୋଲିସ ଗମ୍ଭୀରତାର ସହ ଗ୍ରହଣ କରିଛି। ବିଶେଷ ଭାବରେ ବାଲେଶ୍ଵର ଜିଲ୍ଲା ବାହାବଳପୁର ଘଟଣାରେ ୬ ଜଣ ବ୍ୟକ୍ତିଙ୍କ ପ୍ରାଣହାନୀ ସହିତ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ବାଲେଶ୍ଵର ଜିଲାପାଳ ଏବଂ ଆରକ୍ଷୀ ଅଧକ୍ଷକ ଘଟଣାର ଅନୁସନ୍ଧାନ କରୁଛନ୍ତି। ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ତୁରନ୍ତ ଏକ ରିପୋର୍ଟ ପ୍ରଦାନ କରିବାକୁ ବାଲେଶ୍ଵର ଆରକ୍ଷୀ ଅଧିକ୍ଷକଙ୍କୁ ରାଜ୍ୟ ଆରକ୍ଷୀ ମହାନିର୍ଦେଶକ ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଭାବେ ପିପିଲି ଘଟଣା ଉପରେ ଏକ ରିପୋଟ୍ ପ୍ରଦାନ କରିବା ପାଇଁ ପୁରୀ ଆରକ୍ଷୀ ଅଧିକ୍ଷକଙ୍କୁ ମଧ୍ୟ ନିର୍ଦେଶ ଦିଆଯାଇଛି। ଏପରି ଘଟଣାର ଯେପରି ପୁନରାବୃଦ୍ଧି ନହୁଏ ସେଥିପ୍ରତି ଧ୍ୟାନ ଦେବା ପାଇଁ ରାଜ୍ୟର ସମସ୍ତ ଆରକ୍ଷୀ ଅଧ୍ୟକ୍ଷକ ଏବଂ ଡି.ସି.ପି ମାନଙ୍କୁ ମଧ୍ୟ ଡିଜିପି ଡା. ଶର୍ମା ପୁନଃ ନିର୍ଦେଶ ଦେଇଛନ୍ତି।

ବାହାବଳପୁର ଘଟଣାରେ କର୍ତ୍ତବ୍ୟରେ ଅବହେଳା ପାଇଁ ବାହାବଳପୁର ସାମୁଦ୍ରୀକ ଥାନାର ଭାରପ୍ରାପ୍ତ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କୁ ଡିଜିପି ନିଲମ୍ବନ କରିଛନ୍ତି।

Leave a Reply

Your email address will not be published. Required fields are marked *