ବାଲୁକାକଳାରେ ଶିଶୁ ନିର୍ଯ୍ୟାତନା ସୁରକ୍ଷାର ବାର୍ତ୍ତା

ପୁରୀ:୧୧/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) :ମେ ୨୮ରୁ ଜୁନ ୧୨ତାରିଖ ପର୍ଯ୍ୟନ୍ତ ଓଡ଼ିଶା ପୋଲିସ ପ୪ରୁ ୟୁନିସେଫର ସହ ଯୋଗରେ ବୁଲୁଛି ପରୀରଥ। ସମାଜରେ ଶିଶୁ ନିର୍ଯ୍ୟାତନା ବନ୍ଦ କରିବା ତଥା ଏ ଦିଗରେ ସଚେତନ ତଥା କନ୍ୟା ସୁରକ୍ଷା ପାଇଁ ପରୀରଥ ସଚେତନତାର ବାର୍ତ୍ତା ପ୍ରଚାର କରୁଛି।ଏହି ବାର୍ତ୍ତାକୁ ଆନ୍ତର୍ଜାତୀୟ ସ୍ତରରେ ପହଚାଂଇବା ପାଇଁ ରବିବାର ଅପରାହ୍ନରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବେଳାଭୂମିରେ ନିର୍ମାଣ କରିଥିଲେ ସଚେତନତା ବାଲୁକା କଳା। ଏହାକୁ ଆରକ୍ଷୀ ଅଧୀକ୍ଷକ ସାର୍ଥକ ଷଡ଼ଙ୍ଗୀ ରିବନ କାଟି ଉଦଘାଟନ କରିବା ସହ ବାଲୁକା କଳା ମାଧ୍ୟମରେ ଆନ୍ତଜାତୀୟ ସ୍ତରରେ ଓଡ଼ିଶା ପୋଲିସର ଏହି ସଚେତନତା ବାର୍ତ୍ତା ପହଚିଂ ପାରିବ ବୋଲି ଆଶାବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ଅତିରିକ୍ତ ଏସ.ପି ବ୍ରହ୍ମାନନ୍ଦ ଗାଗାରିନ୍ ମହାନ୍ତି ସିଟି ଡ଼ି.ଏସ.ପି ପ୍ରଶାନ୍ତ ପଟ୍ଟନାୟକ, ଟାଉନଥାନା ଅଧିକାରୀ ଉମାଶଙ୍କର ସିଂ, ସମୁଦ୍ରକୂଳ ଥାନାଧିକାରୀ ବିଶ୍ୱରଂଜନ ସେନାପତି, କୁମ୍ଭାରପଡ଼ା ଥାନାଧିକାରୀ ଅଭିମନ୍ୟୁ ନାୟକ ପ୍ରମୁକ ଉପସ୍ଥିତ ଥିଲେ।ପରିଚିତ କଥାଟିଏ ଏହି ବାଲୁକା କଳାରେ ୨୦୦ଟନ ବାଲି ଉପଯୋଗ କରାଯାଇଥିବା ବେଳେ ୭ଘଂଟାରେ ଏହାକୁ ନିର୍ମାଣ କରିଛନ୍ତି ସୁଦର୍ଶନ।

Leave a Reply

Your email address will not be published. Required fields are marked *