ବାଲି ମାଫିଆଙ୍କ କବଜାରେ ନଦୀ ପଠା ଦୈନିକ ଶହ ଶହ ଟ୍ରିପ ବାଲି ଚୋରା ଚାଲାଣ

କେନ୍ଦ୍ରାପଡା ୨୯/୩(ଓଡିଆପୁଅ/ଚିତ୍ତରଞ୍ଜନ ଦାସ ) – ବାଲି ମାଫିଆଙ୍କ କବଜାରେ ନଦୀ ପଠା । ବିନା ସୈରାତ ନିଲାମରେ ଦୈନିକ ଶହ ଶହ ଟ୍ରିପ ବାଲି ଚୋରା ଚାଲାଣ ହେଉଛି । ଏହାକୁ ରୋକିବା ପାଇଁ ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଘଟଣାରୁ ମାର୍ଶାଘାଇ ବ୍ଲକ ଆୟତିପୁର ସ୍ଥିତ କରାଣ୍ଡିଆ ନଦୀ ପଠା ଅତଡା ଖାଉଥିବା ସ୍ଥାନରୁ ରାତି ସମୟରେ ଟ୍ରାକ୍ଟର ଓ ଟ୍ରକ ଲଗାଇ ବାଲି ଚୋରା ଚାଲାଣ ହେଉଛି । ବାଲି ମାଫିଆ ମାନେ ତହସିଲଦାରଙ୍କ ଚଢାଉକୁ ଖାତିର ନକରି ନାଲି ଆଖି ଦେଖାଇ ଏହି ଚୋରାବାଲି ଚାଲାଣ କରୁଛନ୍ତି । ଦିନ ପରିବର୍ତ୍ତେ ରାତ୍ର ୮ ଟାରୁ ଭୋର ୬ ଟା ପର୍ଯ୍ୟନ୍ତ ନଦୀ ପଠାରୁ ବିଭିନ୍ନ ଅଞ୍ଚଳକୁ ପଠାଯାଇଥାଏ । ଗ୍ରାମବାସୀ ମାନେ ଏହାକୁ ବିରୋଧ କରିବାରୁ ବାଲି ମାଫିଆ ପ୍ରତାପରୁଦ୍ର ସାମନ୍ତରାୟ, ଗୋବିନ୍ଦ ସାମନ୍ତରାୟ ଏବଂ ସେମାନଙ୍କର ମାଫିଆ ଗୋଷ୍ଠୀ ଭୟଭିତ କରାଇ ଜୀବନରୁ ମାରି ଦେବାକୁ ମଧ୍ୟ ଧମକ ଦେଇଥାନ୍ତି । ଗ୍ରାମବାସୀଙ୍କ ତରଫରୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଗ୍ରାମବାସୀଙ୍କ ପକ୍ଷରି ପିନାକୀ ସାମନ୍ତରାୟ , ତୈ୍ରଲୋକ୍ୟ ବରାଳଙ୍କ ସହିତ ବହୁ ଗ୍ରାମବାସୀ ଜିଲ୍ଲାପାଲ ରଘୁଜୀଙ୍କୁ ଭେଟି ଏହି ଦାବିପତ୍ର ପ୍ରଦାନ କରିବା ସହିତ ବାଲି ମାଫିଆଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଏବଂ ନଦୀ ପଠାରୁ ଅତଡା ଖାଉତôବା ଗ୍ରାମବାସୀଙ୍କୁ ସୁରକ୍ଷା ଦେବାକୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ କି ଇନ୍ଦୁପୁର ବିରୂପା ଓ ବ୍ରାହ୍ମଣୀ ନଦୀ ପଠା, ବସପୁର ବାଲି ସୈରାତ, ତୁଣୁପୁର, ମାର୍ଶାଘାଇ , ପଟ୍ଟାମୁଣ୍ଡାଇ ଆଦି ସୈରାତ ଗୁଡିକ ଦିର୍ଘ ଦିନ ହେଲା ବିନା ନିଲାମରେ ବାଲି ମାଫିଆ ମାନେ ଉକ୍ତ ସୈରାତରୁ ଦୈନିକ ଶହ ଶହ ଟ୍ରିପ ବାଲି ଚୋରାରେ ଚାଲାଣ ହେଉଥିବାର ନଜରକୁ ଆସୁଥିଲେ ମଧ୍ୟ ପ୍ରଶାସନ ଚୁପ ରହିବା କେତେଦୂର ସୀମାଚୀନ ?

Leave a Reply

Your email address will not be published. Required fields are marked *