ଓଡ଼ିଶା

ବାଲି ଉଠାଣ ହେଲା କାଳ : ବୈତରଣୀରେ ଗାଧୋଇବାକୁ ଯାଇ ୩ ଯୁବକ ମୃତ

ଭଦ୍ରକ, ୨୪ା୩ (ଓଡ଼ିଆ ପୁଅ/ପ୍ରମୋଦ ରାୟ) : ଆଜି ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅଧୀନସ୍ଥ ବୈତରଣୀ ନଦୀର ନେରଡା ଗ୍ରାମ ସୁନାମୁହିଁ ଘାଟ ନିକଟରେ ଗାଧୋଉଥିବାବେଳେ ୩ ଜଣ ଯୁବକଙ୍କର ମୃତ୍ୟୁ ଘଟିଛି। ପାପ୍ତ ଖବରରୁ ଯାହା ଜଣାଯାଏ ନେରଡା ଗ୍ରାମର ୫ ଜଣ ଯୁବକ ସାଥୀହୋଇ ବୈତରଣୀ ନଦୀକୁ ଗାଧୋଇବାକୁ ଯାଇଥିବାବେଳେ ୨ ଜଣ ନଦୀତଟରେ ଥିଲେ। ଅନ୍ୟ ୩ ଜଣ ଗାଧୋଇବାବେଳେ ବୁଡିଯାଇଥିଲେ। ସେମାନଙ୍କୁ ବୁଡି ଯାଉଥିବାର ଦେଖି କୂଳରେ ଥିବା ୨ ଜଣ ଯୁବକ ଗ୍ରାମଲୋକଙ୍କୁ ଖବର ଦେବା ପରେ ସେମାନେ ଖୋଜାଖୋଜି କରିବା ମଧ୍ୟରେ ଭଣ୍ଡାରିପୋଖରୀ ଦମକଳ ଖବର ପାଇ ସେଠାରେ ପହଞ୍ଚିଥିଲା। ଦମକଳ ପହଞ୍ଚିବା ପରେ ବୁଡିଯାଇଥିବା ପ୍ରଦୀପ ଓରଫ ଟୁନା ବଳ (୨୨), ଜଗତଜୀବନ ବୋଇତାଇ (୧୮) ଓ ଦୀପ୍ତିରଂଜନ ବୋଇତାଇ (୨୧) କୁ ଉଦ୍ଧାର କରିଥିଲେ। ଦୀପ୍ତିରଂଜନକୁ ପ୍ରଥମେ ଉଦ୍ଧାର କରାଯିବା ପରେ ଘରଲୋକେ ଯାଜପୁର ଡାକ୍ତରଖାନାକୁ ନେଇଥିବାବେଳେ ଡାକ୍ତରମାନେ ତାକୁ ମୃତ ଘୋଷଣା କରିଥିଲେ। ଟୁନା ବଳ ଓ ଜଗତଜୀବନକୁ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲେ। ଏହି ଘଟଣା ସ୍ଥାନୀୟ ଅଂଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି କରିଛି। ପୁଲିସ୍ ଥାନା କେଶ୍ ନଂ ୮/୧୮ ମୂଳେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଭଦ୍ରକ ପଠାଇଛି। ତେବେ ବୈତରଣୀ ନଦୀର ଏହି ସ୍ଥାନରୁ ବେପରୁଆ ଭାବେ ବାଲି ଉଠାଯାଉଥିବାରୁ ସୃଷ୍ଟି ହୋଇଥିବା ଖାଲରେ ପଡିଯାଇ ଅକାଳରେ ଉପରୋକ୍ତ ୩ ଜଣ ଯୁବକଙ୍କର ମୃତ୍ୟୁ ହୋଇଥିବାର କୁହାଯାଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top