ବାଲିମେଳା ଜଳବିଦ୍ୟୁତ କେନ୍ଦ୍ରପାଇଁ ବିପଦ,ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଖୋଲାଯାଇଥିବା ଗେଟ୍ ବନ୍ଦ ନହେବା ଦ୍ୱାରା ଆନ୍ଦ୍ରକୁ ପଳାଉଛି ଅଧିକ ଜଳ

ମାଲକାନଗିରି,୨୧ା୨ (ଓଡିଆ ପୁଅ ।ଏସ.ଦାଶ) ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଠାରେ ଥିବା ବାଲିମେଳା ଡ୍ୟାମର ଜଳଭଣ୍ଡାରର ଦୁଇଟି ଗେଟ ଖୋଲିଦେବା ଦ୍ୱାରା ଆନ୍ଦ୍ରକୁ ଅଧିକ ଜଳ ବୋହିଯାଉଛି । ଆନ୍ଦ୍ରପ୍ରଦେଶ ଅପର ସିଲେରୁ ବିଦ୍ୟୁତ ପ୍ରକଳ୍ପପାଇଁ ଅଧିକ ଜଳର ଆବସ୍ୟକ ଥିବାରୁ ସେମାନଙ୍କ ଅନୁରୋଧ କ୍ରମେ ଗତ୧୨ତାରିଖରେ ଚିତ୍ରକୋଣ୍ଡା ମାଟିବନ୍ଧ ଯୋଜନା ନିର୍ବାହି ଯନ୍ତ୍ରୀ ଏପି ଟନେଲର ଦୁଇଟି ଗେଟକୁ ୭ମିଟର ଲେଖା ଖୋଲିଦେଇଥିଲେ । ଏହି ଗେଟଟି ଦୀର୍ଘ୪୫ବର୍ଷଧିର ଖୋଲା ଯାଇ ନଥିବାରୁ ତାହା ବହୁତ ପୁରଣାଥିବାରୁ ଆଉ ବନ୍ଦହୋଇନଥିଲା । ଯହା ଫଳରେ କି ଜଳଭଣ୍ଡାର ମଧ୍ୟରୁ ପ୍ରତି ସେକେଣ୍ଡରେ ୩ହଜାର ୨ଶହ କ୍ୟୁସେକ ଅଧିକ ଜଳ ଆନ୍ଦ୍ରପ୍ରଦଶକୁ ଚାଲି ଯାଉଛି । ଏହିପରି ଜଳ ଆନ୍ଦ୍ରପ୍ରଦେଶକୁ ଚାଲିଗଲେ ଆଗାମି ଦନିରେ ଚିତ୍ରକୋଣ୍ଡା ଜଳଭଣ୍ଡାରରୁ ଜଳହ୍ରାସପାଇବାସହ ବାଲିମେଳା ଜଳବିଦ୍ୟୁତ ପ୍ରକଳ୍ପପ୍ରତି ବିପଦ ରହିଛି । ଏହି ଦୁଇଟି ଗେଟକୁ ପକାଇବା ପାଇଁ ବିଭିନ୍ନ ସ୍ଥାନରୁ ଯନ୍ତ୍ରୀ ମାନେ ଆସି କାମରେ ଲାଗିଛନ୍ତି । ୭ମିଟର ବନ୍ଦକରିବା ସ୍ଥଳେ  ବହୁକଷ୍ଟରେ ମାତ୍ର ୩ମିଟିର ବନ୍ଦକରିବାରେ ସଫଳ ହୋଇଛନ୍ତି । ବାଲିମେଳା ମାଟିବନ୍ଧ ଯୋଜନା ଯନ୍ତ୍ରୀମାନଙ୍କ ଖାମଖିଆଲି ନିତି ଯୋଗୁଁ ଏହି ପରି ବାରମ୍ବାର ଅବ୍ୟବସ୍ଥା ଲାଗିରହିଛି ।

ଜଳଭଣ୍ଡାରରୁ ଜଳସ୍ତର କମିବା ଫଳରେ ଚିତ୍ରକୋଣ୍ଡା କୁ ପାନୀୟ ଜଳ ଯୋଗାଣ , ପୋଟେରୁ ବୃହତ ଜଳସେଚନପ୍ରକଳ୍ପ ରେ କେନାଲକୁ ଜଳ ଯୋଗାଣ ଓ ବାଲିମେଳା ଜଳବିଦ୍ୟୁତ କେନ୍ଦ୍ରକୁ ଜଳ ଯୋଗାଣ ବ୍ୟବସ୍ଥା ପ୍ରଭାବିତ ହେବାସହ ଆଗାମିଦିନରେ  ମାଲକାନଗିରି ଜିଲ୍ଲାରେ ଜଳସଙ୍କଟ ଦେଖାଯିବ । ଚିତ୍ରକୋଣ୍ଡା ଠାରେ ଥିବା ବାଲିମେଳା ଜଳଭଣ୍ଡାରରେ  ଜଳ ଧାରଣ ଅଧିକ କ୍ଷମତା ୧୫୧୮ଫୁଟ,ଓ ଜଳସ୍ତର୧୫୧୬.୦୦ ଫୁଟ ରହିବା କଥା,ହେଲେ ସ୍ପିଲେଓ୍ୟ ଠାରେ ଥିବା ଏପି ଟନେଲର ଦୁଇଟି ଗେଟ୍ ଖୋଲିଦେବା ଫଳରେ ଆନ୍ଦ୍ରକୁ ଅଧିକ ଜଳପ୍ରଭାବିତ ହୋଇ ଚିତ୍ରକୋଣ୍ଡା ଜଳଭଣ୍ଡାରର ଜଳସ୍ତର ଧିରେ ଧରି କମିବାକୁ ଲାଗିଛି । ଚିତ୍ରକୋଣ୍ଡା ଠାରେ ଥିବା ଏସିଆ ମହାଦେଶର ଦ୍ୱିତୀୟ ବୃତମ ବାଲିମେଳା ମାଟିବନ୍ଧ ଯୋଜନା ୧୯୬୨ରେ ଓଡିଶା ସରକାର ଓ ଆନ୍ଦ୍ରସରକାରଙ୍କ ଚୁକ୍ତିନାମା ପରେ ମିଳିତ ଉଦ୍ୟମରେ ନିର୍ମାଣ ଆରମ୍ଭକରା ଯାଇ ଚିତ୍ରକୋଣ୍ଡା ଠାରେ ୧୯୭୨ରେ ଜଳଭଣ୍ଡାର ନିର୍ମାଣ କାର୍ଯ୍ୟ ସରିଥିଲା ।  ଚିତ୍ରକୋଣ୍ଡା ଜଳଭଣ୍ଡାରରୁ ଜଳ ଯାଇ ବାଲିମେଳା ଠାରେ ଜଳବିଦ୍ୟୁତ କେନ୍ଦ୍ର କାର୍ଯକ୍ଷମହେବାସହ ଆନ୍ଦ୍ରପ୍ରଦେଶ ଅପରସିଲେରୁ  ଠାରେ ଦୁଇଟି ବିଦ୍ୟୁତ ପ୍ରକଳ୍ପ ଚାଲିଛି । ବାଲିମେଳା ଜଳବିଦ୍ୟୁତ କେନ୍ଦ୍ରରୁ  ରାଜ୍ୟ ତଥା ରାଜ୍ୟବାହରକୁ ବିଦ୍ୟୁତ ବିକ୍ରୀ କରା ଯାଇ କୋଟି କୋଟି ଟଙ୍କାର ରାଜସ୍ୱଆଦାୟ ହେଲା । ବିଦ୍ୟୁତ କେନ୍ଦ୍ରର ଉଦବୃତ ଜଳ କୁ ସୋରଲୁକୋଣ୍ଡାଠାରେ ବ୍ୟାରେଜ ନିର୍ମାଣକାରାଯାଇ ପୋଟେରୁବୃହତ ଜଳସେଚନ ଦ୍ୱାରା କେନାଲ ହୋଇ ଜମିଗୁଡିକରେ ଜଳ ସେଚନରବ୍ୟବସ୍ଥା ହୋଇଛି । ମୌଳିକସୁବିଧାରୁ ବଚିଂତ ହୋଇ ଏବେବି ଜଙ୍ଗଲରପଶୁ ଭଳି ଜଳବନ୍ଦୀ ଜୀବନ ବିତାଉଛନ୍ତି ଚିତ୍ରକୋଣ୍ଡା ବିଛିନ୍ନାଚଂଳର  ୧୫୧ ଗ୍ରାମବାସି,ବାଲିମେଳା ଡ୍ୟାମ ଯୋଜନାରେ ବିସ୍ତାପିତମାନଙ୍କ ଥଇଥାନ ଯୋଜନା ବିଫଳ ହୋଇଥିବାବେଳେ ପ୍ରକଳ୍ପ ଯୋଗୁ ଅନେକ ଗ୍ରାମ ଯୋଗା ଯୋଗ ବିହୀନ ଭାବେ ରହିଛି ।ସେହିସବୁଗ୍ରାମକୁ ଗମନାଗମନର ଭରସା ଏକମାତ୍ର ଜଳପଥ,ବିପଦସଂଙ୍କୁଳ ଅବସ୍ଥାରେ ଜଳଭଣ୍ଡାର ମଧ୍ୟରେ ହୁଲି ଡଙ୍ଗାରେ ଦୈନଦିନ ଯାତ୍ରାକରିଥାନ୍ତି ।

ଜଳଭଣ୍ଡାର ପାର ହୋଇ ଚିତ୍ରକୋଣ୍ଡା ଲଚଂଞ୍ଚ ଘାଟକୁ କୁ ଆସିଲେ ହିଁ ସେମାନେ ବ୍ଲକ ଓ ଜିଲ୍ଲାକାର୍ଯ୍ୟଳୟକୁ ଯାଇପରିବେ ଓ ନିତ୍ୟବ୍ୟହାର୍ଯ୍ୟ ସାମଗ୍ରି କିଣିକି ନେବେ,୪୯୧୦ବର୍ଗ କି.ମି.ବିଶିଷ୍ଟ ଚିତ୍ରକୋଣ୍ଡାପରି ଏକ ବୃହତ ଜଳଭଣ୍ଡାର ଭିତରେ ଏବେବି ୭ଟିଗ୍ରାମପଚାଂୟତ ୧୫୧ଖଣ୍ଡଗ୍ରାମର ପ୍ରାୟ୨୫ହଜାରରୁ ଉର୍ଧ ଆଦିବାସୀ ଲୋକ ବିଛିନ୍ନହୋଇ ରହିଛନ୍ତି ।ଦୈନଦିନ ଶତାଧିକ ଯତ୍ରୀ ବିପଦସଂଙ୍କୁଳ ଅବସ୍ଥାରେ ଜଳ ଯାତ୍ରାକରୁଥିଲେ ମଧ୍ୟ ସେମାନଙ୍କ ସୁରକ୍ଷାପାଇଁ ଜିଲ୍ଲାପ୍ରଶାସନ କିମ୍ବା ଜଳସେଚନବିଭାଗର ଟିକିଏବି ନିଘାନାହିଁ । କୁଡୁମୁଲୁଗୁମ୍ମା ବ୍ଲକର ରାଲେଗଡା,ପଣଷପୁଟ, ଜୋଡାଆମ୍ବ,ପାପରମେଟଲା, ଅଣ୍ଡ୍ରାପାଲି, ନାକାମାମୁଡି,ବଡପଡା,ସାତଟି ଗ୍ରାମପଚାଂୟତର ଜନସାଧାରଣଙ୍କ ଯାତାୟତ ପାଇଁ ସରକାରଙ୍କ ପକ୍ଷରୁ ୭ଟି ମଟୋରଲଚଂଞ୍ଚ ଯୋଗାଇ ଦିଆଯାଇଛି ସେଥିମଧ୍ୟରୁ ମାତ୍ର ୪ଟି ଚଳପ୍ରଚଳକରୁଛି । ଜଳଭଣ୍ଡାର ଅପରପାଶ୍ୱର୍ରେ ଥିବା ସାତଟି ପଚାଂୟତର ସରକାରି କର୍ମଚାରି,ସ୍କୁଲର ସିକ୍ଷକ,ସ୍ୱାସ୍ଥ୍ୟକର୍ମି ଓ ଗ୍ରାମବାସିମାନେ ଯାତାୟତପାଇଁ ଏହିଜଳପଥ ଉପରେ ବିନିଭ ର୍ର କରିଥାନ୍ତି ।ଚିତ୍ରକୋଣ୍ଡା ଜଳଭଣ୍ଡାରରୁ ଜଳସ୍ତର କମିଗଲେ ଲଂଚ କିମ୍ବା ଡଙ୍ଗା ଚାଲିବା କଷ୍ଟକର ହୋଇପଡିବ । ଜଳଭଣ୍ଡାରରୁ ଏହିପରି ଜଳ ଆନ୍ଦ୍ରକୁ ପ୍ରବାହିତ ହେବାଦ୍ୱାରା ବାଲିମେଳା ଜଳବିଦ୍ୟୁତ ପ୍ରକଳ୍ପଟିର ଟବ ର୍ାଇନ ତକୁ ଉପ ଯୁକ୍ତପରିମାଣର ଜଳ ଆସିପାରିବା ନାହିଁ , ଯାହାପଳରେ କି ଆସନ୍ତା ମାର୍ଚମାସରୁ ବାଲିମେଳା ଜଳବିଦ୍ୟୁତ କେନ୍ଦ୍ରରୁ ଉପ ଯୁକ୍ତପରିମାଣର ବିଦ୍ୟୁତ ଉତ୍ପାଦାନ ହୋଇପାରିବାନାହିଁ । ଜିଲ୍ଲା ତଥା ରାଜ୍ୟକୁ ଯୋଗାଯାଉଥିବା ବିଦ୍ୟୁତ ଠିକପରିମାଣରେ ଯୋଗାଯାଇ ପାରିବନାହିଁ । ଏକ ରକମର ଏହି ବିଦ୍ୟୁତ କେନ୍ଦ୍ର ଅଚଳ ହୋଇ ଯିବାର ଆସଙ୍କାକୁ ଏଡାଯାଇ ନପାରେ ।ଚିତ୍ରକୋଣ୍ଡା ଠାରେ ଜଳଭଣ୍ଡାର ନିର୍ମାଣ ସହ ବାଲିମେଳା ଠାରେ ବିଦ୍ୟୁତ୍ କେନ୍ଦ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୧୯୭୨ମସିହାରରେ ଏହା କାର୍ଯ୍ୟକ୍ଷମ ହୋଇଥିଲା । ପ୍ରଥମେ ୪ଟି ଟର୍ବାଇନ ତାପରେ ୨ଟି କିଛିବର୍ଷପରେ  ଆଉ ଦୁଇଟି ମୋଟ ଆଠଟି ଟର୍ବାଇନ ରୁଷିଆ ବୈଜ୍ଞାନିକ ମାନଙ୍କଦ୍ୱାରା ପ୍ରତିଷ୍ଠା କରା ଯାଇ ମୋଟ ୫୧୦ ମେଗା ଓାଟ୍ ବିଦ୍ୟୁତ୍ ଉତ୍ପନ୍ନ କରା ଯାଇ ରାଜ୍ୟ ତଥା ରାଜ୍ୟବାହରକୁ ଚାହିଦା ଅନୁଯାଇ ବିକ୍ରୀକରା ଯାଇ ପ୍ରତିମାସ କୋଟିକୋଟି ଟଙ୍କା ରାଜ୍ୱସ ଆଦାୟ ହୋଇ ବିଦ୍ୟୁତ୍ ପ୍ରକଳ୍ପ ଲାଭବାନ ହେଉଥିଲା । ୮ଟି ଟର୍ବାଇନ ମଧ୍ୟରୁ ଏବେ ମାତ୍ର ୪ଟି ଟର୍ବାଇନ କାର୍ଯ୍ୟକ୍ଷମଅଛି,ସେଥିରୁ ୨୪୦ମେଗାଓାଟ୍ ବିଦ୍ୟୁତ୍ ଉତ୍ପନ୍ନ ହେଉଛି । ବର୍ଷା ପବନ ନଥାଇ ବାରମ୍ବାର ମାଲକାନଗିରି ଜିଲ୍ଲାରେ ଅଘୋଷିତ ବିଦ୍ୟୁତ୍ କାଟ ହୋଇ ଯାଏ, ମାଲକାନଗିର ଜିଲ୍ଲା ମାଓପ୍ରବଣ ଅତି ସମ୍ବେଦନଶିଳ ଥିଲେ ମଧ୍ୟ ବିଜୁଳି ଠିକ୍ ଭାବେ ଯୋଗାଇ ଦିଆ ଯାଉନଥିବାରୁ ଜନସାଧାରଣରେ ଘୋର ଅସନ୍ତୋଷ ପ୍ରକାଶପାଇଛି ।ବାଲିମେଳା ଠାରେ ବିଦ୍ୟୁତ୍ କେନ୍ଦ୍ର ଥାଇ ଦୀପତଳ ଅନ୍ଧାର ପରି ମାଲକାନଗିର ଜିଲ୍ଲା ଅଧିକାଂଶ ସମୟ ଅନ୍ଧାରରେ ରହୁଥିବା ବେଳେ ଏବେ ଜଳଭଣ୍ଡାରରୁ ଜଳ କମିଯାଉଥିବାରୁ ୪ଟି ଟର୍ବାଇନ ବଦଳରେ ମାତ୍ର ୨ଟି ଟର୍ବାଇନ ଚାଲିବା କଷ୍ଟକରହୋଇପଡିବ । ଆଗାମି ଦିନରେ ବାଲିମେଲା ଜଲବିଦ୍ୟୁତକେନ୍ଦ୍ର ପ୍ରତି ବିପଦ ଘନେଇଆସିବ । ଅପର ପକ୍ଷରେ ବୁଧବାର ଦିନ ରାଜ୍ୟଜଳସଂମ୍ପଦ ବିଭିଗା ରାଜ୍ୟ ସୁଚନାଲୋକସଂପର୍କ ବିଭାଗ ପକ୍ଷରୁ ଏକ ପ୍ରେସ ନୋଟ ଜାରି କରାଯାଇଛି । ଚିତ୍ରକୋଣ୍ଡା ଠାରେ ଥିବା ବାଲିମେଳା ଜଳଭଣ୍ଡାରରୁ ଲିକେଜ ଜଳକୁ କୋବି ପାଇଁ ଇତି ମଧ୍ୟରେ କେନ୍ଦ୍ରୀୟ ଜଳ ଆୟୋଗଙ୍କ ଅବସରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ଏ.ଡି ମୋହିଲି ଙ୍କ ନେତୃତ୍ୱରେ ଏକ ବିଶେଜ୍ଞ ଦଳ ସହିତ ଅଭିଜ୍ଞ ଯନ୍ତ୍ରୀମାନେ ଚିତ୍ରକୋଣ୍ଡା ଠାରେ ପହଁଚି ପରିସ୍ଥିତି ଅନୁଧ୍ୟାନକରି ଆନ୍ଦ୍ରକୁ ପ୍ରାଭାବିତ ହେଉଥିବା ଜଳକୁ ରୋକିବା ସହିତ ପଡୁନଥିବା ଗେଟକୁ ମରାମାତ କରି ଜଳଭଣ୍ଡାର ର ସୁରକ୍ଷାପ୍ରତି ଗୁରୁତ୍ୱ ଦିଆ ଯିବ ବୋଲି ସୁଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *