ଓଡ଼ିଶା

ବାଲିବରେଇରେ ବିଦ୍ୟୁତ ଖୁଣ୍ଟ ପକାଇବାକୁ ନେଇ ଆକ୍ରମଣ

ହାଟଡ଼ିହି, ୧୮/୧୧/ ସୋସୋ ଥାନା ଅଧିନସ୍ଥ ବାଲିବରେଇ ଗ୍ରାମରେ ଦିନଦୟାଲ ଗ୍ରାମ୍ୟ ବିଦ୍ୟୁତ କରଣ ଯୋଜନାରେ ଚାଲିଥିବା କାର୍ଯ୍ୟ ସମୟରେ ଜଣେ ବ୍ୟକ୍ତିଙ୍କ ବାଡ ପାଖରେ ଖୁଣ୍ଟ ପକାଇବାକୁ ନେଇ ଶ୍ରମିକ ମାନଙ୍କୁ ଆକ୍ରମଣ କରାଯାଇଥିବା ସୋସୋ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗରୁ ଜଣାଯାଇଛି ଯେ ବାଲିବରେଇ ଗ୍ରାମରେ ଗତକାଲି ସନ୍ଧ୍ୟାରେ ବିଦ୍ୟୁତ ଖୁଣ୍ଟ ପକାଯାଉଥିବାବେଳେ ପ୍ରହଲାଦ ବେହେରାଙ୍କ ବାଡ ପାଖରେ ଏକ ଖୁଣ୍ଟ ପୋତାଯାଇଥିଲା । ମାତ୍ର ତାଙ୍କର ପରିବାର ଲୋକେ ଏହାର ବିରୋଧକରି ତୁରନ୍ତ ଖୁଣ୍ଟ ଉଠାଇବାକୁ କହିଥିଲେ । କାମ କରୁଥିବା ଶ୍ରମିକମାନେ ଯଦି ଆପଣଙ୍କର ଅସୁବିଧା ହେଉଥାଏ ତେବେ ଆସନ୍ତାକାଲି ଉଠାଇ ଦେବୁ ବୋଲି କହିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ପ୍ରହଲାଦଙ୍କ ପୁଅ ପ୍ରତାପ ଓ ତାଙ୍କ ପରିବାରର ମହିଳାମାନେ କାମ କରୁଥିବା ଶ୍ରମିକ ମାନଙ୍କୁ ମାଡପିଟ କରିବା ସହ ତାଙ୍କ ଠେଲାକୁ ଛଡାଇ ନେଇଥିଲେ । ଆଜି ମାଡ ଖାଇଥିବା ଶ୍ରମିକ ମାନେ ଏନେଇ ସୋସୋ ଥାନାରେ ଅଭିଯୋଗ କରିବାପରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଅନ୍ୟପକ୍ଷରେ ବ୍ଲକ ଉପାଧ୍ୟକ୍ଷ ନରେନ୍ଦ୍ର ବେହେରା, ଶତୃଘ୍ନ ପାତ୍ର ପ୍ରମୁଖ ନେତୃବୃନ୍ଦ ଏହି ଆକ୍ରମଣ ଘଟଣାର ଏକ ଶାନ୍ତିପୁର୍ଣ୍ଣ ସମାଧାନ କରିଥିବା ଜଣାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top