ବାଲିଜୋଡି ଗ୍ରାମରେ ଖୁଦୁରୁକୁୁଣି ଓଷା ଓ ବୋଈତ ବନ୍ଦାଣ

ଘଟଗାଁ,୧୩.୦୯(ଓଡିଆ ପୁଅ/ଭବାନୀ ପ୍ରସାଦ)-ଖୁଦୁରୁକୁଣି ଓଷା, ମା ମଙ୍ଗଳାଙ୍କ ଓଷା । ଏହି ଓଷାରେ ଫୁଟି ଉଠେ ଗ୍ରାମୀଣ ଜୀବନଧାରା, ପ୍ରାଚୀନ ଓଡିଶାର ଗୌରବ ନୌବାଣିଜ୍ୟ ପରମ୍ପରା ସହିତ ମଧ୍ୟ ଜଡିତ । ଫୁଲତୋଳା ଠାରୁ ଖୁଦୁରୁକୁଣୀଙ୍କ ମାଟିର ପ୍ରତିମା ବିସର୍ଜନ ପର୍ଯ୍ୟନ୍ତ ସବୁଠାରେ ରହିଛି ଗ୍ରାମିଣ ଚିତ୍ର । ବିଲୁପ୍ତ ହେଇ ଯାଉଥିବା ଓଡିଶାର ସଂସ୍କୃତି, ସାହିତ୍ୟ, ଧର୍ମ, ଓ ଆର୍ଥିକ ଚିନ୍ତାଧାରା ଏବେବି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକର ବାଲିଯୋଡି ଗ୍ରାମରେ ଏହି ଓଷା ମାଧ୍ୟମରେ ବଂଚି ରହିଛି । ଯାହାର ଛବି ପ୍ରତିଫଳିତ ହୋଇଛି ଏହି ଗ୍ରାମରେ ପାଳିତ ହେଉଥିବା ଖୁଦୁରୁକୁଣି ଓଷା ଓ ବୋଇତ ବନ୍ଦାଣ ଉସôବରୁ । ଗ୍ରାମରେ ଭାଦ୍ରବ ମାସର ପାର୍ବଣ ଭାବେ ଖୁଦୁରୁକୁଣୀ ଓଷା ବହୁ ଧୁମ ଧାମରେ ପାଳିତ ହେଇ ଆସୁଛି । ଗ୍ରାମର କୁମାରୀ ଓ ନବ ବଧୂ ମାନେ ଏହି ଓଷା ମଧ୍ୟମରେ ହିଁ ମା ମଙ୍ଗଳାଙ୍କୁ ପୂଜା କରିଥାନ୍ତି । ଅତୀତରେ ସାଧବ ପୁଅ ମାନେ ବାଣିଜ୍ୟ ପାଇଁ ତେର ନଈ ସାତ ଦରିଆ ପାର ଯାଇଥିବା ବେଳେ ଭାଇର ମଙ୍ଗଳ କାମନା ଓ ନିଜର କଷ୍ଟ ଦୁର ପାଇଁ ତପୋଇ ମାଙ୍ଗଳାଙ୍କୁ ସ୍ମରଣ କରି ଏହି ପୂଜା କରିଥିବା କାରଣରୁ ଗ୍ରାମରେ ନିଜ ଭାଇର ଓ ପରିବାର ମଙ୍ଗଳ କାମନା କରି ଏହି ଓଷା କରାଯାଉଛି । ଖୁଦ ପ୍ରିୟ ଖୁଦୁରୁକୁଣୀ ଓଷା ପାଇଁ କୁମାରୀ ମାନେ ଘର ଘର ବୁଲି ଖୁଦ ସଂଗ୍ରହ କରିବା ସହ ସକଳୁ ଫୁଲ ତୋଳିଥାନ୍ତି । ସ୍ନାନ ପରେ ଓଷା କୋଠିରେ ମା ମଙ୍ଗଳାଙ୍କ ମୁଣ୍ମୟ ପ୍ରତିମାକୁ ସଜ କରି ଓଷା କୋଠିକୁ ନେଇଥାନ୍ତି । ଏହା ପରେ ଚାଲେ ଫୁଲ ହାର ଗୁନ୍ଥା ଏବଂ ଓହା କୋଠି ସଜ୍ଜା । ସଂଦ୍ଧ୍ୟା ବେଳେ ମାଙ୍କୁ ଆବାହନା କରି ଖୁଦଭଜା ଓ ନଡିଆ କାକୁଡି ଭୋଗ ଲଗାଇ ଖୁଦୁରୁକୁଣୀ ଓଷା ବହି ପାଠ କରନ୍ତି । ତେବେ ହଜିଲା ଅତୀତକୁ ଜୀବନଦାନ ଦେବାପରି ଏହି ଅତୀରର ଚିତ୍ରକୁ ବାସ୍ଥବ ରୁଦେଇ ଏହି ଗ୍ରାମରେ ସ୍ୱତନ୍ତ୍ର ଭାବେ ପାଳିତ ହେଉଛି ବୋଇତ ବନ୍ଦାଣ ଉସôବ । ଗାଁର କୁନି କୁନି ପିଲା ମାନେ ତପୋଇ, ସାଧବ ବହୁ ବେଶରେ ବାଣିଜ୍ୟ ସାରି ଫେରିଥିବା ସାଧବ ପୁଅ ମାନଙ୍କୁ ବନ୍ଦାଇବା ପାଇ ଗ୍ରାମ ପୋଖରୀ କୁଳରେ ଅପେକ୍ଷା କରିଥାନ୍ତି । ନିଜର ବୋଇତରେ ସାଧବ ପୁଅ ମାନେ କୁଳରେ ପହଁଚିବା ପରେ ସାତ ବହୁ ବନ୍ଦାପଣା କରିଥାନ୍ତି । ଏହି ଉଷାର ବହିରେ ଲିଖିତ ଅନୁଯାୟୀ ବଡ ୬ ଭାଉଜର ନାକ ଟାକି ନିଜର ପି୍ରୟ ସାନ ଭାଉଜ କୋଳଇ ନେଇଥିବା ନାଟକୀୟ ଦୃଶ୍ୟ ଦେଖିବା ପାଇଁ ଆଖ ପାଖ ଗ୍ରାମର ହଜାର ହଜାର ଲୋକ ରୁଣ୍ଡ ହୋଇଥିଲେ । ଏଥି ସହିତ ବାଲିଯୋଡି ଗ୍ରାମରେ ଏହି କୁଦୁରୁକୁଣି ଓଷାର ମଜା ନେବା ପାଇଁ ବନ୍ଧୁ ବାନ୍ଧବ ସହ ବିବାହ କରିଥିବା ଗ୍ରାମର କନ୍ୟା ମାନେ ଗ୍ରାମ ଆସିଥାନ୍ତି । ଓଡିଆ ଜାତିର ଅତୀତ ସୃତି, ଗୌରବକୁ ଜୀବିତ ରଖିବା ପାଇଁ ଏହି ଓଷା ଗ୍ରାମାଚଂଳ ମାନଙ୍କରେ ବେଶ ଧୁମଧାମରେ ପାଳିତ ହେଇ ଆସୁଥିବା ବେଳେ ଏହି ଓଷା ଓଡିଆ ପୁଅର ବୋଇତ ଯାତ୍ରାର ଗୀତିକଥାକୁ ସଦା ସର୍ବଦା ପାଇଁ ଜୀବିତ ରଖିବ ।

Leave a Reply

Your email address will not be published. Required fields are marked *