ଓଡ଼ିଶା

ବାଲିଛାଇ ଫାଣ୍ଡିରେ ହାତାହାତି କାରବାର !

ପୋଲସରା ୨୨-୨ (ଓଡ଼ିଆ ପୁଅ/ନୃସିଂହ ନାଥ ସ୍ବାଇଁ) ପୋଲସରା ବ୍ଲକ ପ୍ରତ୍ୟେକ୍ଷ ଦୁର୍ନୀତି ପଦାକୁ ଆସିବା ପରେ ଶାସକ ଦଳର ନେତାଙ୍କ ମନରେ ଛନକା ପଶି ଯାଇଛି। ପୋଲସରା ବ୍ଲକ ର ଗ୍ରାମୀଣ ଖେଳ ପଡିଆ ଓ ବୃକ୍ଷ ରୋପଣ ରେ ଲକ୍ଷ ଲକ୍ଷ ଟଙ୍କା ର ଦୁର୍ନୀତି ପର୍ଦାଫାସ୍ କରିଥିଲେ ସାମାଜିକ କର୍ମୀ ସମର ଜିତ୍ ମହାନ୍ତି ଏବଂ ଶେଷରେ ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ଜନ ସ୍ୱାର୍ଥ ମାମଲା ମଧ୍ୟ ଦାୟର କରିଥିଲେ। ମନରେଗା, ଗ୍ରାମ୍ୟଜଳ ,ଓ ପରିମଳ ,ଗ୍ରାମ୍ୟ ଉନ୍ନୟନ, ଶିଳ୍ପ ବିକାଶ ପ୍ରକଳ୍ପ ,ଶିକ୍ଷା ,ଜମି ଦୁର୍ନୀତି ମଧ୍ୟ ଶ୍ରୀ ମହାନ୍ତି ଲୋକ ଲୋଚନକୁ ଆଣିଥିଲେ। ପୋଲସରା ବିଧାୟକଙ୍କ ମିଥ୍ୟା ସତ୍ୟପାଠ ଓ ଜାଲି ସାଠି ପିକେର୍ଟ ସମ୍ପର୍କରେ ୧୨ ଅକ୍ଟୋବର ୨୦୧୭ ରେ ଭୁବନେଶ୍ୱର ଠାରେ ଖବର ଦାତା ସମ୍ମିଳନୀରେ ସୁଚନା ଦେଇଥିଲେ।ବିଧାୟକ ଙ୍କ ଦ୍ବାରା ହାତୀଓଟ ଠାରେ ସରକାରୀ ଜମି ଜବର ଦଖଲ ଏବଂ ବେ ଆଇନ ବିଦ୍ୟୁତ ଚୋରି ଅଭିଯୋଗ ମଧ୍ୟ ଶ୍ରୀ ମହାନ୍ତି ସୁଚନା ତଥ୍ୟ ଆଧାରରେ ଜନ ସମ୍ମୁଖକୁ ଆଣିଥିଲେ। ବିଧାୟକଙ୍କ ବିରୁଦ୍ଧରେ ତା ୧୩/୦୨/୨୦୧୮ ରେ ମାନ୍ୟବର ନ୍ୟାୟାଳୟ ରେ ପୋଲସରା ଅଞ୍ଚଳର ଭୋଟର ରୋହିତ ପ୍ରଧାନ ରିଟ ପିଟିସନ ଦାଖଲ କରିଛନ୍ତି। ଆଗକୁ ହାତୀଓଟ ହାଇସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ଅମ୍ବିକା ଦେବୀ ବ୍ରହ୍ମା ଓ ହାତୀଓଟ ପିଅନ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ପାଇଁ ନାଗରିକ ସୁରକ୍ଷା ଓ ଅଧିକାର ମଞ୍ଚ ପକ୍ଷରୁ ପ୍ରସ୍ତୁତ ଚାଲିଥିବା ଖବର ପାଇ ସ୍ଥାନୀୟ ବିଧାୟକ ଙ୍କ ମନରେ ଛନକା ପଶି ଯାଇଛି। ଶେଷରେ ସମର ଜିତ୍ ମହାନ୍ତି ଙ୍କୁ ରୋକ ଲଗାଇବା ପାଇଁ ଷଡଯନ୍ତ୍ର ଆରମ୍ଭ କରଯାଇଥିଲା।ଵାଲୀଛାଇ ଫାଣ୍ଡି ଅଧିକାରୀ ଏବଂ ପୁରଷତ୍ତମପୁର SDPO ଙ୍କ ସହ ଗୁପ୍ତ ବୁଝାବଣା ଓ ପରାମର୍ଶ ଅନୁଯାୟୀ ଗତ ତା ୧୬/୦୨/୨୦୧୮ ରେ ଵାଲୀଛାଇ ଫାଣ୍ଡିରେ ସମର ଜିତ୍ ମହାନ୍ତି ଙ୍କ ନାମରେ ଏତଲା ଦିଆଗଲା।ସେଥିରେ କୁହା ଯାଇଛି ୧୬ ତାରିଖ ଦିନ ୧୦:୩୦ ସମୟରେ ହାତୀଓଟ ପଞ୍ଚାୟତ କାର୍ଯ୍ୟାଳୟରେ ଶ୍ରୀ ମହାନ୍ତି ଏବଂ ଅନ୍ୟଜଣେ ଅଜଣା ବ୍ୟକ୍ତି ପହଞ୍ଚି ଥିଲେ ହାତୀଓଟ ପଞ୍ଚାୟତ କାର୍ଯ୍ୟାଳୟରେ ସଭା ଚାଲିଥିବା ସମୟରେ ସମର ଜିତ୍ ମହାନ୍ତି ପଞ୍ଚାୟତ କାର୍ଯ୍ୟାଳୟରେ ପସି ସରପଞ୍ଚ ଙ୍କ ସାମ୍ନାରେ ଚୌକି ଟାଣି ବସି ୧୦ହଜାର ଟଙ୍କା ବଟି ମାଗିଥିଲେ ଗାଳି ଗୁଲଜ ଓ ଧମକ ସମ୍ପର୍କରେ ଉଲେଖ୍ କରାଯାଇଥିବା ଜଣା ପଡ଼ିଛି।କେଶ ନଂ ୨୭/୧୮ ଅନୁଯାୟୀ ଦଫା ୪୫୨/୨୯୪/୩୮୭/୫୦୬/୩୪ ଆଇପିସି ,୩(୧) (r) , ୩ (୧) (s) ,୩ (୨) (va) ରେ ମକଦମ୍ମା ରୁଜୁ କରାଯାଇଛି।,କିନ୍ତୁ ଏଠି ସାଧାରଣରେ ପ୍ରଶ୍ନ ଉଠୁଛି ଖୋଦ ବିଧାୟକ ଙ୍କ ଗ୍ରାମ ରେ ରେ ଦୁଇଜଣ ବ୍ୟକ୍ତି ପହଞ୍ଚି ପଞ୍ଚାୟତ କାର୍ଯ୍ୟାଳୟ ଭିତରେ ପସି ସଭା ଚାଲିଥିବା ସମୟରେ ବଟି ମାଗିଛନ୍ତି ଦୁଇଜଣ ବ୍ୟକ୍ତିଙ୍କୁ ସେହି ସମୟରେ କେମିତି କେହି କାବୁ କରି ପାରିଲେ ନାହିଁ ? ସେହି ସମୟରେ ପୋଲିସ କୁ କେମିତି ଖବର ଦେଲେ ନାହିଁ ? ଶୁଣିବାକୁ ମିଳୁଛି ଏହି ମକଦ୍ଦମା ପାଇଁ କୁଆଡେ ବଡ଼ ରକମର କାରବାର ହୋଇଥିବା ନେଇ ବିଶେଷ ସୂତ୍ରରୁ ଜଣାପଡ଼ିଛି।ଯେଉଁଦିନ ଘଟଣା ଘଟିଲା ସେଦିନ ଗଞ୍ଜାମ ଜିଲ୍ଲାରେ ଶ୍ରୀ ମହାନ୍ତି ନଥିବା ମଧ୍ୟ ଜଣା ପଡ଼ିଛି।ଏହିଭଳି ଘଟଣା ପାଇଁ ପୋଲିସ ର ନୀର ପକ୍ଷେକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।ଗତ ୧୬ ତାରିଖରୁ ଏତଲା ରେଜିଷ୍ଟେସନ ହୋଇଥିଲେ ମଧ୍ୟ ୨୧ ତାରିଖ ପର୍ଯ୍ୟନ୍ତ କୋର୍ଟକୁ ଏତଲା ର କପିମଧ୍ୟ ପଠା ଯାଇନାହିଁ।ପୋଲିସ ର ଆଚରଣକୁ ନେଇ ସାଧାରଣରେ ବିଭିନ୍ନ ଗୁଜଵ ମଧ୍ୟ ଶୁଣା ଯାଉଛି। ସ୍ଥାନୀୟ ପୋଲିସ ର କଳା କାରନାମା ଆଗାମୀ ଦିନରେ ପଦାକୁ ଆସିବାର ସମ୍ଭାବନା ମଧ୍ୟ ଦେଖା ଦେଲାଣୀ। ପୋଲସରା ବିଧାୟକ ଙ୍କ କିଛି ପାଖଲୋକ ଙ୍କ ଆଲୋଚନା ରୁ ଶୁଣା ଯାଉଛି ଯେ ଆଗକୁ ଆହୁରି କେତେକ ମିଥ୍ୟା ମକଦ୍ଦମା କଲେଯାଇ ବିଧାୟକ ଙ୍କ ବିରୋଧ ହୋଇଥିବା ହାଇକୋର୍ଟ ମାମଲାରେ ସମା ଧାନର ବାଟ ଫିଟିବ ଆଗାମୀ ଦିନରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଙ୍କୁ ଆସିକା ସାଂସଦ ପାଇଁ ଟିକେଟ ମିଳିବ ସେଥିପାଇଁ ପାଣ୍ଡିଆନ ବାବୁ ଦାୟିତ୍ୱ ନେଇଛନ୍ତି ବୋଲି ବିଧାୟକ ଙ୍କ ପାଖଲୋକ ଚା ଦୋକାନ ରେ ଖଟି କଲାବେଳେ ଆଲୋଚନା କରିଥିବା ନେଇ ଏବେ ରାସ୍ତା ଘାଟରେ ଚର୍ଚ୍ଚା ଜୋର ଧରିଛି। ବିଧାୟକ ଙ୍କ ପାଇଁ ଗଞ୍ଜାମ ଜିଲ୍ଲାରେ BJD ବଦନାମ ହେବାରେ ଲାଗିଛି। ଦେଖାଯାଉ ବିଧାୟକ ଙ୍କ ଅନୈତିକ ଚାପ ଓ ଆନୁ ସଙ୍ଗିକ ବ୍ୟବସ୍ଥା ଆଗରେ ପୋଲିସ ଓ ପ୍ରଶାସନ କେମିତି ଆଣ୍ଠେଇ ବସୁଛି ଦେଖିବାକୁ ବାକି ରହିଲା। ଭାରତ ସରକାର ନିୟମ ଅନୁଯାୟୀ ଯେ କୌଣସି ମଧ୍ୟ ଏତଲା କପିକୁ ୪୮ଘଣ୍ଟା ରେ କୋର୍ଟ କୁ ପଠାଯିବ କଥା କିନ୍ତୁ ଵାଲୀଛାଇ ଫାଣ୍ଡିରେ ସମର ଜିତ୍ ମହାନ୍ତି ଙ୍କ ନାମରେ ହୋଇଥିବ ଏତଲା କପି ୫ଦିନ ହୋଇ ଗଲାଣି ମିଳିନାହିଁ ! ସଧାରଣ ଜନତା ଙ୍କ କିଛି ଅସୁବିଧା ହେଲେ ଲୋକେ ପୋଲିସ ପାଖରେ ପହଞ୍ଚନ୍ତି କିନୁ ଏଠି ପୋଲିସ ଯଦି ଅଣ୍ଟିଛୁରୀ ହୋଇ ତଣ୍ଟିକାଟେ ତାହାହେଲେ ଲୋକେ ଗୁହାରି କହିବେ କାହାକୁ ଏକଥା ଏବେ ସଧାରଣ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top