ବାଲିଘାଟ ଗୁଳିକାଣ୍ଡ ଘଟଣା : ଆଉ ୩ ଅଭିଯୁକ୍ତ ଗିରଫ

ପୁରୀ ୨୭/୪ (ଓଡିଆ ପୁଅ/ବିଜୟ ପଟ୍ଟନାୟକ) ବାଲିଘାଟର ଠିକାଦାର ଭାଗୁ ପ୍ରଧାନଙ୍କୁ ଗୁଳି ଘଟଣାରେ ପୋଲିସ ଆଉ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ପେଣ୍ଠକଟା ଧୋବାଖାଲର ୨୫ବର୍ଷିୟ ରାମଚନ୍ଦ୍ର ନାୟକ, ଭାରତୀପୁର ମୌଜା ହୁଳୁହୁଳିଆ ପୋଲ ନିକଟର ଗେଡ଼ା କାଳିଆ ଓରଫ ଜିତେନ୍ଦ୍ର ଭୋଇ ଏବଂ ବିଘ୍ନେଶ ନଗରର ୨୦ ବର୍ଷିୟ ଜ୍ୟୋତି ରଂଜନ ବାରିକ। ଏ ସମ୍ପର୍କରେ ଡିଏସ୍ ପିଙ୍କ କାର୍ଯ୍ୟାଳୟରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ସିଟି ଡିଏସ୍ ପି ପ୍ରଭାତ ରାଉତରାୟ କହିଲେ ଯେ, ଗତ ୧୪ ତାରିଖ ସଂଧ୍ୟାରେ ଭାଗୁ ପ୍ରଧାନଙ୍କୁ ଅଭିଯୁକ୍ତ ମାନେ ଗୁଳିକରି ଫେରାର ହୋଇଯାଇଥିବା ବେଳେ ୨୦ ତାରିଖ ରାତ୍ରୀରେ କାଦୁଆ ନିକଟରେ ଘଟଣାର ମୁଖ୍ୟ ଅଭିଯୁକ୍ତ ଅବ ଓରଫ ରବି ପ୍ରଧାନକୁ ପୋଲିସ ଏନ୍ କାଉଣ୍ଟର କରି ଆହତ କରିବା ପରେ ଗିରଫ କରିଥିଲା। ଅବଠାରୁ ଗୋଟିଏ ୯ଏମ୍ ଏମ୍ ଦେଶୀ ବନ୍ଧୁକ, ଗୋଟିଏ ବାଇକ ଓ ୨ଟି ଜୀବନ୍ତ ଗୁଳି ଜବତ କରାଯାଇଥିଲା। ଅବକୁ ପଚରାଉଚରା କରାଯିବା ପରେ ଅଭିଯୁକ୍ତ ମାନଙ୍କ ସମ୍ପର୍କରେ ସୂଚନା ଦେଇଥିଲା। ଅବର ସୂଚନାକୁ ଆଧାର କରି ପୋଲିସ ଅନ୍ୟ ୩ ଅଭିଯୁକ୍ତକୁ ଗିରଫ କରିଛନ୍ତି। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧ ୪ଜଣଙ୍କୁ ଗିରଫ କରାଯାଇଥିବାବେଳେ ଅନ୍ୟ ଦୁଇ ଅଭିଯୁକ୍ତ ପାରା ଓ ବାଛୁ ଏବେ ମଧ୍ୟ ଫେରାର ଅଛନ୍ତି। ଖୁବ୍ ଶିଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଡ଼ିଏସ୍ ପି ସୂଚନା ଦେଇଥିଲେ।

Leave a Reply

Your email address will not be published. Required fields are marked *