ବାଲାବାବାଙ୍କ ମନ୍ଦିରରେ ଶନୈଶ୍ଚର ମହାଯଜ୍ଞ ଓ କଳସଯାତ୍ରା

କେନ୍ଦ୍ରାପଡା, ୭/୫ (ଓଡ଼ିଆ ପୁଅ/ଚିତ୍ତରଂଜନ ଦାସ) – ବିଶ୍ୱଶାନ୍ତି ମହାଯଜ୍ଞ ଆୟୋଜନ କମିଟି ପକ୍ଷରୁ ଗହଣାମାହାଲ ସ୍ଥିତ ବାଲାବାବା ମନ୍ଦିର ପରିସରରେ ଶନିବାର ପଞ୍ଚମ ବାର୍ଷିକ ବିଶ୍ୱଶାନ୍ତି ଶନୈଶ୍ଚର ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା। ଏହି ଉପଲକ୍ଷେ ପ୍ରତ୍ୟୁଷରେ ନୂଆବସଷ୍ଟାଣ୍ଡ ଶନିଘାଟରୁ ଜଳ ଉତ୍ତୋଳନ କରାଯାଇ କଳସ ଯାତ୍ରା, ୮ଟା ୩୦ମିନିଟ୍ ରେ ଯଜ୍ଞରେ ଅଗ୍ନି ସ୍ଥାପନ, ଯଜ୍ଞାରମ୍ଭ ଓ ରାତି ୧୦ଟା ୩୦ମିନିଟ୍ ରେ ଯଜ୍ଞରେ ପୂର୍ଣ୍ଣାହୁତି ଦିଆଯାଇଥିଲା। ଏହି ଯଜ୍ଞସ୍ଥଳରେ ଦିନସାରା ହଜାର ହଜାର ଲୋକଙ୍କ ସମାବେଶ ହୋଇଥିଲା।

Leave a Reply

Your email address will not be published. Required fields are marked *