ଓଡ଼ିଶା

ବାର୍ଷିକ ପରୀକ୍ଷାରେ ବିଭ୍ରାଟ ରୁଟିନ୍ ରେ ଡ୍ରଇଁ, ପରୀକ୍ଷା ଇଂରାଜୀ

ଭଦ୍ରକ, ୨୪ା୩ (ଓଡ଼ିଆ ପୁଅ/ପ୍ରମୋଦ ରାୟ) : ଏହି ଜିଲାର ତିହିଡି ବ୍ଲକ୍ରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ହେଉଥିବା ଚଳିତ ବର୍ଷ ବାର୍ଷିକ ପରୀକ୍ଷା ବିଭ୍ରାଟରେ ଶେଷ ହୋଇଛି। ପରୀକ୍ଷା ପ୍ରଶ୍ନପତ୍ର ଗଣିତ ହୋଇ ବସ୍ତାରେ ଆସୁ ଆସୁ ଅନେକ କେନ୍ଦ୍ରରେ ଅଭାବ ହେଲା। ତାହାକୁ ଜେରେକ୍ସ କରି ପ୍ରଧାନ ଶିକ୍ଷକ କାମ ଚଳାଇଲେ। ଖାଲି ସେତିକି ନୁହଁ ସାଧାରଣ ଭାବେ ପରୀକ୍ଷା ପାଇଁ ନିୟମ ଥିଲା ଭଳି ଚଳିତ ବର୍ଷ ବାର୍ଷିକ ପରୀକ୍ଷାରେ ମାର୍ଚ୍ଚ ୧୬ ରୁ ୨୧ ତାରିଖ ମଧ୍ୟରେ କେଉଁ ଦିନ କି ପରୀକ୍ଷା ହେବ, ତାହା ବିଜ୍ଞପ୍ତି ପ୍ରକାଶ ପାଇବା ସହ ପ୍ରତି ସ୍କୁଲର ପ୍ରଧାନଶିକ୍ଷକ ପିଲାମାନଙ୍କୁ ରୋଟିନ୍ରେ ଡାକି ଦେଇଥିଲେ। ଏହି ରୋଟିନ୍ ନିୟମ ଅନୁସାରେ ପିଲାମାନେ ପରୀକ୍ଷା ଥିବା ଦିନ ପାଇଁ ଆଗ ଦିନ ରାତିରୁ ପ୍ରସ୍ତୁତ ହୋଇଥାନ୍ତି। ତିହିଡି ବ୍ଲକ୍ ରେ ମାର୍ଚ୍ଚ ୨୦ ରେ ଡ୍ରଇଂ ପରୀକ୍ଷା ସ୍ଥାନରେ ଇଂରାଜୀ ପରୀକ୍ଷା କରାଇବା ଚର୍ଚ୍ଚାର ବିଷୟ ହୋଇଛି। କମାରିଆ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ଅଭିଯୋଗ କରିଛନ୍ତି ସରକାରୀ ବିଜ୍ଞପ୍ତି ଅନୁସାରେ ମାର୍ଚ୍ଚ ୨୧ ରେ ଇଂରାଜୀ ପରୀକ୍ଷା ତାଙ୍କ ବିଦ୍ୟାଳୟରେ କରାଯାଇଥିଲା। କିନ୍ତୁ ପାଖ ବିଦ୍ୟାଳୟ ଜେବି ନୋଡାଲ ଆରୁହା ବିଦ୍ୟାଳୟରେ ୨୦ ତାରିଖରେ ଇଂରାଜୀ ପରୀକ୍ଷା ଡ୍ରଇଂ ସ୍ଥାନରେ କରାଯାଇ ସାରିଥିଲା। ପାଖ ବିଦ୍ୟାଳୟରେ ଗୋଟିଏ ଦିନ ଆଗରୁ ଇଂରାଜୀ ପରୀକ୍ଷା ହୋଇସାରିଛି। ତୁମେ ଆଜି କାହିଁକି ଇଂରାଜୀ ପରାକ୍ଷା କରାଉଛ ବୋଲି ଏବଂ କାଲି କାହିଁକି କଲ ନାହିଁ ଆଦି ପ୍ରଶ୍ନ ଅଭିଭାବକ ଏହି ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ପଚାରିଥିଲେ। ଏ ବାବଦରେ ସିଆରସିସି ଅବଗତ ଥିଲେ ବି ନୀରବ ରହିଛନ୍ତି। କମାରିଆ କ୍ଲଷ୍ଟରରର ସିଆରସିସିଙ୍କ ଖାମଖିଆଲି ନୀତି ପାଇଁ ଏହି କ୍ଲଷ୍ଟରରେ ବିଭିନ୍ନ ବିଦ୍ୟାଳୟରେ ବିଭ୍ରାଟ ହେଉଛି ବୋଲି ଅନେକ ଶିକ୍ଷକ ଏବେ ମୁହଁ ଖୋଲିଛନ୍ତି। ତିହିଡି ଶିକ୍ଷା ବିଭାଗ କାମଚଳା ନୀତିରେ ପରୀକ୍ଷା ସରିଗଲା ବୋଲି ନିଶ୍ୱାସ ମାରୁଥିଲେ ମଧ୍ୟ ଏହି ଅବ୍ୟବସ୍ଥାକୁ ତଦନ୍ତ କରିବାକୁ ଦାବି ହୋଇଛି। ପ୍ରାଥମିକ ସ୍ତରର ପରୀକ୍ଷା ବିଭ୍ରାଟକୁ ନେଇ ଅଭିଭାବକଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ତରବରିଆ ଭାବେ ସ୍କୁଲ କର୍ତ୍ତୃପକ୍ଷଙ୍କ ଏଭଳି ନିଷ୍ପତ୍ତି ଛାତ୍ରଛାତ୍ରୀଙ୍କ ମାନସିକତା ଉପରେ ପ୍ରଭାବ ପକାଇଥିବା ଅଭିଯୋଗ ହୋଇଛି। (ପ୍ରତିକାତ୍ମକ ଫଟୋ)

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top