ଓଡ଼ିଶା

ବାର୍ଷିକ ପରୀକ୍ଷାରେ ପ୍ରଧାନ ଶିକ୍ଷକଙ୍କ ବର୍ବରତା! ମୌଖିକ ଉତ୍ତର ନଦେବାରୁ ମାଡ଼ ଖାଇଲେ ଛାତ୍ରୀ

ବାହାନଗା/ବାଲେଶ୍ୱର, ୧୭/୦୩(ଓଡ଼ିଆ ପୁଅ/ ଭାରତୀ ଦାସ)- ବର୍ଷସାରା ପାଠପଢାଇବା ପରେ ପରୀକ୍ଷାରେ ଛାତ୍ରଛାତ୍ରୀ ଉତ୍ତର ଦେଇ ନପାରିବାରୁ ପ୍ରଧାନ ଶିକ୍ଷକ ବିଦ୍ୟାଳୟ ପରିସରରେ ବର୍ବର କାଣ୍ଡ ଘଟାଇଛନ୍ତି। ପ୍ରଧାନ ଶିକ୍ଷକ ଛାତ୍ରଛାତ୍ରୀଙ୍କୁ ମାଡ଼ମାରି ଗୁରୁତର ଅବସ୍ଥାରେ ଘରକୁ ପଠାଇ ଦେଇଥିବାର ଜଣାପଡ଼ିଛି। ଘରେ ଯନ୍ତ୍ରଣାରେ ପିଲାମାନେ ଚିତ୍କାର କରିବାରୁ ଏଭଳି ବର୍ବର ଘଟଣା ପଦାକୁ ଆସିଥିଲା। ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେବା ସହ କାର୍ଯ୍ୟନୁଷ୍ଠାନ ପାଇଁ ଆଇନର ଦ୍ୱାରସ୍ଥ ହୋଇଛନ୍ତି। ଏଭଳି ସମ୍ବେଦନଶୀଳ ଘଟଣା ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଅସିମିଳା କ୍ଲଷ୍ଟରର ଗଣ୍ଡସ୍ଥପୁର ୟୁପି ସ୍କୁଲରେ ଘଟିଥିବାର ଜଣାପଡ଼ିଛି। ସୂଚନା ଅନୁସାରେ ଆଜି ବାର୍ଷର୍ର୍ିକ ପରୀକ୍ଷାରେ ଉକ୍ତ ବିଦ୍ୟାଳୟର ୪ର୍ଥ ଶ୍ରେଣୀ ପିଲାଙ୍କର ମାତୃଭାଷାରେ ପରୀକ୍ଷା ଥିଲା। ସେଥିପାଇଁ ଛାତ୍ରଛାତ୍ରୀ ମାନେ ସକାଳ ୭ଟାରୁ ସ୍କୁଲରେ ପହଞ୍ଚି ପରୀକ୍ଷା ଦେଇଥିଲେ। ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନ୍ତର୍ଯ୍ୟାମୀ ନାୟକ ୪ର୍ଥ ଶ୍ରେଣୀ ପିଲାଙ୍କର ପରୀକ୍ଷା କରାଇଥିଲେ। ତେବେ ଲିଖିତ ପରୀକ୍ଷା ସରିବା ପରେ ମୌଖିକ ପରୀକ୍ଷା ଆରମ୍ଭ ହୋଇଥିଲା। ଏଥିରେ ଛାତ୍ରଛାତ୍ରୀ ମାନେ ସଠିକ ଉତ୍ତର ଦେଇନପାରିବାରୁ ପ୍ରଧାନ ଶିକ୍ଷକ ଶ୍ରୀ ନାୟକଙ୍କ ରାଗି ପଞ୍ଚମ ହୋଇଯାଇଥିଲେ। ନିଜର ହିତାହିତ ଜ୍ଞାନ ଭୁଲି ୪ର୍ଥ ଶ୍ରେଣୀ ପିଲାମାନଙ୍କୁ ନିର୍ଦ୍ଦୟ ଭାବରେ ଚାପୁଡ଼ା ସହ ବେଗୁନିଆ ବାଡ଼ିରେ ନିସ୍ତୁକ ମାଡ଼ ମାରିଥିଲେ। ମାଡ଼ଖାଇ ସ୍ୱପ୍ନାରାଣୀ ବେଜ(୧୦), ଜ୍ୟୋସ୍ନାରାଣୀ ବେଜ(୧୦), ମାଳତୀ ବେଜ(୦୯), ଜୟନ୍ତି ସେଠୀ, ଉତ୍ତମ ବେହେରା, ଉମେଶ ସେଠୀଙ୍କ ଗୋଡ଼, ହାତ, କାନ୍ଧରେ ଗୁରୁତର ଆଘାତ ହୋଇଥିଲେ ମଧ୍ୟ ଭୟରେ ବିଦ୍ୟାଳୟରେ ପାଟି ଫିଟାଇ ନଥିଲେ। ସ୍ୱପ୍ନାରାଣୀଙ୍କ ଗୋଡ଼ ଫାଟି ରକ୍ତ ବାହାରିଥିଲେ ମଧ୍ୟ ଶିକ୍ଷକ ଜଣକ କୌଣସି ପରବାୟ କରିନଥିଲେ। ଘରକୁ ଫେରିବା ପରେ ପ୍ରବଳ ଯନ୍ତ୍ରଣା ଯୋଗୁଁ ଛାତ୍ରୀମାନେ ଘଟଣା ବାବଦରେ ପ୍ରକାଶ କରିଥିଲେ।ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେବା ସହ ଘଟଣା ବାବଦରେ ଶିକ୍ଷକଙ୍କୁ ପଚାରିବାକୁ ସ୍କୁଲକୁ ଯାଇଥିଲେ। ତେବେ ସେତେବେଳକୁ ବିଦ୍ୟାଳୟରେ ତାଲାମାରି ଘରକୁ ପଳାଇଥିଲେ। ଅନ୍ୟ ଉପାୟ ନପାଇ ସ୍ୱପ୍ନାରାଣୀଙ୍କ ବାପା ସନାତନ ସାଉଡ଼ ବିଟ ହାଉସରେ ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧ ରେ କାର୍ଯ୍ୟାନୁଷ୍ଠାନ ପାଇଁ ଲିଖିତ ଅଭିଯୋଗ କରିବା ସହ ସାଉଡ଼ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ମଧ୍ୟ କରିଥିଲେ। ସମସ୍ୟା ଜଟିଳ ହେବାରୁ ପ୍ରଧାନ ଶିକ୍ଷକ ବିଦ୍ୟାଳୟର ଅନ୍ୟ ଶିକ୍ଷୟତ୍ରୀଙ୍କୁ ମାମଲାକୁ ଚପାଇବା ପାଇଁ ଛାତ୍ରୀଙ୍କ ଘରକୁ ପଠାଇଥିଲେ ମଧ୍ୟ ସଫଳ ହୋଇ ନଥିଲେ। ଅଭିଯୋଗ ପାଇ ବିଟ ହାଉସ ଅଧିକାରୀ ଶରତ ଚନ୍ଦ୍ର ଧଳ ଛାତ୍ରୀଙ୍କ ଘରକୁ ଯାଇ ଘଟଣା ବାବଦରେ ତଦନ୍ତ କରିଥିବାର ଜଣାପଡ଼ିଛି।ସେହିପରି ଘଟଣାବାବଦରେ ବିଇଓ ଶୁଭଲକ୍ଷ୍ମୀ ନାୟକଙ୍କୁ ପଚାରିବାରୁ ସେ ବିଭାଗୀୟ ତଦନ୍ତ କଲାପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ। ଅଭିଯୋଗ ସମ୍ପର୍କରେ ସମ୍ପୃକ୍ତ ପ୍ରଧାନ ଶିକ୍ଷକ ଅନ୍ତର୍ଯ୍ୟାମୀ ନାୟକଙ୍କୁ ଫୋନ ଯୋଗେ ପଚାରିବାରେ ସେ ପିଲାମାନଙ୍କୁ ଡରାଇବା ଉଦ୍ଦେଷ୍ୟରେ ମାଡ଼ ମାରିଥିବାର କହିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top