ଓଡ଼ିଶା

ବାରୁଦ ବିସ୍ଫୋରଣ: ୫ ଛାତ୍ର ଗୁରୁତର

ପୁରୀ:୨୬/୪(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଦୁଇଟି ଭିନ୍ନ ଭିନ୍ନ ଘଟଣାରେ ବାରୁଦ ବିଷ୍ପୋରଣରେ ୫ ଜଣ ଛାତ୍ର ଗୁରୁତର ହୋଇଛନ୍ତି। ଚିଲିକା ଅନ୍ତଗତ ମହିଷା ବ୍ରହ୍ମପୁରରେ ଏହି ଘଟଣାରେ ୩ ଜଣ ଛାତ୍ର ଆହତ ହୋଇଥିବା ବେଳେ ବ୍ରହ୍ମଗିରି ଥାନା ଅନ୍ତର୍ଗତ ତୋରଣ ଗ୍ରାମର ଅନ୍ୟ ଏକ ଘଟଣାରେ ୨ ଜଣ ଛାତ୍ର ଗୁରୁତର ହୋଇଛନ୍ତି। ମହିଷା ଗ୍ରାମର ଏହି ୩ ଜଣ ଛାତ୍ର ହେଲେ ଶୁଭେନ୍ଦୁ ମିଶ୍ର, ସାହି ପ୍ରସାଦ ବାରିକ ଓ ବୃନ୍ଦାବନ ମହାରଣା ସ୍କୁଲରୁ ଫେରିବା ସମୟରେ ଏହି ୩ ଛାତ୍ର ବାଟରୁ ଏକ ଅଫୁଟା ବାଣ ଗୋଟାଇ ଆଣିଥିଲେ। ଘରେ ଏହି ବାରୁଦକୁ ନିଆଁ ଲଗାଉଥିବାବେଳେ ଏହା ବିସ୍ଫୋରଣ ଘଟିବାରୁ ୩ ଜଣ ଯାକ ଛାତ୍ର ଗୁରୁତର ଭାବେ ପୋଡ଼ିଯାଇଥିଲେ। ସେହିଭଳି ଅନ୍ୟ ଏକ ଘଟଣାରେ ନବକଳେବର ରେଡ୍ ଗଙ୍ଗା ମାତା ନୂଆ ସାହିର ୨ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ଏହି ୨ ଜଣ ହେଲେ ସୁମନ ଭୋଇ ଓ ସମିର ଭୋଇ ଏହି ୨ ଭାଇ ନିଜ ଅଜା ଘର ତୋରଣ ଗ୍ରାମରେ ରହି ପାଠ ପଢୁଥିଲେ। ବୁଧବାର ଦିନ ୨ ଭାଇ ସ୍କୁଲରୁ ଫେରିବା ସମୟରେ ଏକ ଅଫୁଟା ବାଣକୁ ଗୋଟାଇ ଆଣିଥିଲେ ଗୁରୁବାର ସକାଳ ଘରେ କେହି ନଥିବା ବେଳେ ୨ ଭାଇ ବାରୁଦକୁ ନିଆଁ ଲଗାଇବାବେଲେ ତାହା ବିଷ୍ପୋରଣ ଘଟିଥିଲା।୨ ଭାଇ ଏଥିରେ ଗୁରୁତର ଭାବେ ପୋଡ଼ିଯାଇ ଆହତ ହୋଇଥିଲେ। ଉଭୟଙ୍କୁ ଚିକିତ୍ସା ପାଇଁ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top