ବାରୁଣୀରେ ପିତୃପୁରୁଷଙ୍କ ପାଇଁ ପିଣ୍ଡଦାନ ଦେଲେ ଶ୍ରଦ୍ଧାଳୁ

ବାହାନଗା, ବାଲେଶ୍ୱର, ୧୫/୦୩(ଓଡ଼ିଆ ପୁଅ / ଭାରତୀ ଦାସ)- ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ କଲ୍ୟାଣୀ ପଞ୍ଚାୟତ ବଗଲପୁର ସମୁଦ୍ର ଉପକୂଳରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଦେଲେ ସେମାନଙ୍କର ଦାୟଦ। ସୂଚନା ଅନୁସାରେ ଚୈତ୍ର ସଂକ୍ରାନ୍ତି ଅବସରରେ ପିତୃପୁରୁଷଙ୍କର ଆତ୍ମାର ଶାନ୍ତି ପାଇଁ ସେମାନଙ୍କର ଦାୟଦ ମାନେ ଶ୍ରାଦ୍ଧ ଦେଇଛନ୍ତି। ଏହି ଅବସରେ ବଗଲପୁର ଠାରେ ବାରୁଣୀ ସ୍ନାନ ତଥା ପିତୃପୁରୁଷଙ୍କ ପାଇଁ ସେମାନଙ୍କର ଦାୟଦ ଶ୍ରାଦ୍ଧ ଦେବା ସହ ବଙ୍ଗୋପ ସାଗରରେ ବୁଡ଼ ପକାଇଛନ୍ତି। ଏବଂ ବିଭିନ୍ନ ଗ୍ରାମର ଶତାଧିକ ଶ୍ରଦ୍ଧାଳୁ ପହଞ୍ଚି ଏହି କାର୍ଯ୍ୟ କରିଥିବାର ଦେଖିବାକୁ ମିଳିଥିଲା। ସେହି ସ୍ଥାନ ଉତ୍ସବ ମୁଖର ହୋଇ ଉଠିଥିଲା। ବିଭିନ୍ନ ପ୍ରକାର ଦୋକାନ, ବଜାର, ବାରମଜା ଦୋକାନ ପ୍ରଭୃତି ଦେଖିବାକୁ ମିଳିଥିଲା। ଏବଂ ଏହି ସମୟରେ ପ୍ରସିଦ୍ଧ ଚଣା ଉଖୁଡ଼ାର ପସରା ବେଶ ଆକର୍ଷଣୀୟ ହୋଇଥିଲା। ଏହି କମିଟିର ସଦସ୍ୟ ଶ୍ରୀଧର ମଳିକଙ୍କୁ ଏବାବଦରେ ପଚାରିବାରୁ ସେ କହନ୍ତି ଏହା ଏକ ବାର୍ଷିକ ଉତ୍ସବ, ବହୁ ଗ୍ରାମରୁ ଏଠାକୁ ଶ୍ରଦ୍ଧାଳୁ ମାନେ ଆସନ୍ତି। କମିଟି ଶାନ୍ତି ଶୃଙ୍ଖଳା ରକ୍ଷାକରିବା ସହିତ ଦି୍ୱପ୍ରହରେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଏ। ତା ସହିତ ରାତିରେ ମନୋରଞ୍ଜନ କାର୍ଯ୍ୟକ୍ରମ ହୁଏ। ଏବଂ ସରକାରୀ ସ୍ତରରେ ଯଦି ସହାୟତା ପ୍ରଦାନ କରାଯାଆନ୍ତା ତାହେଲେ ଶ୍ରଦ୍ଧାଳୁଙ୍କ ପାଇଁ ଅଧିକ ସୁବିଧା ହୁଅନ୍ତା।

Leave a Reply

Your email address will not be published. Required fields are marked *