କେନ୍ଦ୍ରାପଡ଼ା

ବାରିମୂଳ ଗାନ୍ଧୀ ସ୍ମୃତି ପୀଠରେ ସର୍ବୋଦୟ ମେଳା

କେନ୍ଦ୍ରାପଡା ୩୦/୧(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ )- ବାରିମୂଳସ୍ଥିତ ଗାନ୍ଧିସ୍ମୃତିପୀଠ ପଡିଆରେ ମହାମ୍ôାଗାନ୍ଧୀ ଫାଉଣ୍ଡେସନ ଓ ବାପୁଜୀ ଯୁବକ ସଂଘର ମିଳିତ ଆନୁକୁଲ୍ୟରେ ଏକ ସର୍ବୋଦୟ ମେଳା ଉତ୍ସବ ବରିଷ୍ଠ ଆଇନଜିବୀ ପ୍ରତାପ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ କେନ୍ଦ୍ରାପଡାର ଅତିରିକ୍ତ ଜିଲ୍ଲାପାଳ ଧନଞ୍ଜୟ ସ୍ୱାଇଁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉତ୍ସବକୁ ଉଦ୍ଘାଟନ କରିବା ସହିତ ଗାନ୍ଧି ଦର୍ଶନର ଦୁଇଟି ପ୍ରମୁଖ ମାର୍ଗ ଅହିଂସା ଓ ସତ୍ୟାଗ୍ରହ ସଂପର୍କରେ ଅବତାରଣ କରିଥିଲେ। ଇଂରାଜୀ ଲେଖକ ଜନ ରସ୍କିନ୍ଙ୍କର “ଅନ୍ ଟୁ ଦିସ୍ ଲାଷ୍ଟ” ପୁସ୍ତକ ମୋହନ ଦାସ କରମଚାନ୍ଦ ଗାନ୍ଧୀଙ୍କୁ ମହାମ୍ôାରେ ପରିଣତ କରିଦେଇଥିଲା ବୋଲି ମୁଖ୍ୟ ଅତିଥି ଶ୍ରୀ ସ୍ୱାଇଁ ମତବ୍ୟକ୍ତ କରିଥିଲେ। ଏହି ପୁସ୍ତକଟି ଗାନ୍ଧିଜୀଙ୍କୁ ଅତ୍ୟନ୍ତ ପ୍ରଭାବିତ କରିଥିଲା। ଯାହା ଗାନ୍ଧିଜୀ ତାଙ୍କ ରଚିତ “ଏକ୍ସପେରୀମେଣ୍ଟ ଉଇଥ ଟୁଥ“ ପସ୍ତକର “ସର୍ବୋଦୟ” ବିଷୟରେ ଉଲ୍ଲେଖ କରିଛନ୍ତି। ଯେ କୈାଣସି ପରିସ୍ଥିତିରେ ସତ୍ୟକୁ ନଛାଡିବାର ସଂକଳ୍ପ ହିଁ ହେଉଛି ସତ୍ୟାଗ୍ରହ। ଆଜି ଗାନ୍ଧୀ ଚେତନା ଓ ଦର୍ଶନକୁ ମନ ପକାଇବାର ସମୟ ଆସିଛି ବୋଲି ମୁଖ୍ୟ ଅତିଥି ଶ୍ରୀ ସ୍ୱାଇଁ ଅଭିବ୍ୟକ୍ତି ରଖିଥିଲେ। ଏଥିସହିତ ମୁଖ୍ୟ ଅତିଥି ଏହି ଗାନ୍ଧୀ ସ୍ମୃତିପୀଠର ଉନ୍ନତି କରଣ ପାଇଁ ରାଜ୍ୟ ସଂସ୍କୃତି ବିଭାଗକୁ ଜିଲ୍ଲା ପ୍ରଶାସନ ସୁପାରିଶ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଉତ୍ସବରେ କେନ୍ଦ୍ରାପଡା ସଚେତନତା ନାଗରିକ ମଂଚର ସାଧାରଣ ସଂପାଦକ ଇଂ ସୈାମ୍ୟରଂଜନ ବିଶ୍ୱାଳ ମୁଖ୍ୟବକ୍ତା ଓ ଡେରାବିଶ ବ୍ଲକ ଅଧ୍ୟକ୍ଷ ସରୋଜକାନ୍ତ ସାହୁ, ବାରିମୁଳ ପଞ୍ଚାୟତର ସରପଞ୍ଚ ସୁଦ୍ଧଦେବ ବେହେରା, ସମିତି ସଭ୍ୟା ନଳୀନୀ ପ୍ରଭା ମଲ୍ଲିକ ଅନ୍ୟତମ ସମ୍ମାନୀତ ଅତିଥିଭାବେ ଯୋଗଦେଇ ୧୯୩୪ ମସିହା ମଇ ମାସ ୨୯ ତାରିଖରେ ଗାନ୍ଧିଜୀ ସଲାର ଗ୍ରାମରୁ ଗରାପୁର ଡାକବଙ୍ଗଳାକୁ ଆସି ସେଠାରେ ରାତ୍ରିଯାପନ କରିବା ସହିତ ପରଦିନ ବାରିମୁଳ ସ୍ଥିତ ବାପୁଜୀ ନିମ୍ନ ମୈାଳିକ ବିଦ୍ୟାଳୟରେ ରାତ୍ରିଯାପନ କରି ନାଉରସ ପିଇଥିଲେ ଓ ପରଦିନ ଧୂମାତ ଯାଇ ସେଠାରେ ସ୍ନାନ କରିଥିଲେ ଯେଉଁଠାରେ ଏବେବି ସ୍ନାନଶୀଳା ସ୍ମୃତି ଭାବରେ ବିଦ୍ୟମାନ ରହିଛି ଏବଂ ଧୂମାତରୁ ବରୀ ଯାଇଥିଲେ। ଏହି ଉତ୍ସବରେ ବାରିମୁଳର ବାପୁଜୀ ନିମ୍ନ ମୈାଳିକ ବିଦ୍ୟାଳୟ, ପଞ୍ଚାୟତ ହାଇସ୍କୁଲ ବାରିମୁଳ ଓ ରାଧାମୋହନ ଜୀଉ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ। ଏହି ସ୍ମୃତିକୁ ମନେରଖିବା ପାଇଁ ପ୍ରତ୍ୟେକ ବର୍ଷ ଜାନୁଆରୀ ମାସ ୩୦ତାରିଖ ଦିନ ବାରିମୁଳ ଗାନ୍ଧି ସ୍ମୃତିପୀଠରେ ଉତ୍ସବ ଅନୁଷ୍ଠିତ ହେବା ସହ ସମସ୍ତ ଅତିଥି ଓ ଉତ୍ସବରେ ଯୋଗଦେଇଥିବା ଲୋକମାନଙ୍କୁ ଭାତ ସହିତ ନାଉ ଡାଲମା ଖାଦ୍ୟଭାବେ ପ୍ରଦାନ କରାଯାଇଥାଏ। ପଞ୍ଚାୟତ ହାଇସ୍କୁଲର ଶିକ୍ଷକ ସରୋଜକାନ୍ତ ଜେନା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଅବସରପ୍ରାପ୍ତ ବରିଷ୍ଟ ଶିକ୍ଷକ କଣ୍ଡୁରି ଚରଣ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଗାନ୍ଧୀ ଓ ୭୧ ବର୍ଷ ଭାରତ ଶୀର୍ଷକ ଉପରେ ବକ୍ତୃତା, କୈାତୁକ ପୋଷାକ ଅଭିନୟ ଏବଂ ଦେଶାମ୍ôବୋଧ ସଂଗୀତ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗୀତାରେ କେନ୍ଦ୍ରୀୟ ବିଦ୍ୟାଳୟ, ମଡର୍ଣ୍ଣ ଉଚ୍ଚ ବିଦ୍ୟାଳୟ, ବାପୁଜୀ ମୈାଳିକ ବିଦ୍ୟାଳୟ, ପଞ୍ଚାୟତ ହାଇସ୍କୁଲର ଛାତ୍ରଛାତ୍ରୀଙ୍କ ସମେତ ଆଖପାଖ ଅଞ୍ଚଳର ୧୫ଟି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଗାନ୍ଧିଜୀଙ୍କ ପ୍ରିୟଭଜନ ରାମଧୁନ ଗାନ କରାଯାଇଥିଲା। ଏହି ଅବସରରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top