ବାରିପଦାରେ ଗୋଟିଏ ଦିନରେ ଚାରିଚାରିଟା ATM ଲୁଟ

ବାରିପଦା ୨୨-୭ (ଓଡ଼ିଆ ପୁଅ/ସନ୍ତୋଷ କୁମାର ବରଜ) ଲୁଟେରା ଲୁଟିଲେ ATM, ଏଭଳି ଘଟଣା ଦେଖିବାକୁ ମିଳିଛି ବାରିପଦାରେ। ଗୋଟିଏ ରାତିରେ ୪ ଏଟିଏମ ଭାଙ୍ଗି ଲୁଟ। ଦୁର୍ବୁତ୍ତ ଫେରାର। ପୋଲିସ ତଦନ୍ତ ଆରମ୍ଭ। ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୁତ୍ତ ଏଟିଏମ ଭାଙ୍ଗି ବାରିପଦାର ଷ୍ଟେସନ ବଜାରର ଏକ୍ସିସ ବ୍ୟାଙ୍କ, ପାଲବଣିର ଇଉବିଆଇ, ତୁଳସୀ ଚଉରା SBI ଏବଂ ବ୍ୟାଙ୍କ ଅଫ ଇଣ୍ଡିଆ ଅସ୍ତିଆ ଅଞ୍ଚଳରୁ ଲୁଟ କରାଯାଇଛି। ସୂଚନାଯୋଗ୍ୟ ଗତକାଲି ଅର୍ଦ୍ଧ ରାତିରେ ଲୁଟେରା ଗୋଟିଏ ନୁହେଁ ୪ଟି ATM ରୁଲୁଟି ନେଇଗଲେ ଲକ୍ଷାଧିକ ଟଙ୍କା। ଏହି ଲୁଟ ହୋଇଛି। Axis Bank , SBI, BOI ଏବଂ UBI bank ATMକୁ ଲୁଟି ନେଇଛନ୍ତି ଲୁଟେରା। ଲୁଟ ପରେ ସଟରକୁ ବନ୍ଦ କରି ପଳେଇ ଥିଲେ। ତେବେ ଆଜି ସକାଳେ ସ୍ଥାନୀୟ ସହରବାସିନ୍ଦା କିଛି ଅନାବଶ୍ୟକ ଦୃଶ୍ୟ ଦେଖି ଖବର ଦେଇ ଥିଲେ Bank ଓ ପୁଲିସକୁ। ଖବରପାଇବା ପରେ Bank ଓ ପୋଲିସ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ଭୟଭିତ ହୋଇ ପଡିଛନ୍ତି। ତେବେ ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ସହିତ ପୁଲିସ ପେଟ୍ରୋଲିଂକୁ କଡାକଡି କରି ସହରର ସମସ୍ତ ପ୍ରବେଶ ପଥରେ ଅସ୍ଥାୟୀ ଆଉଟପୋଷ୍ଟ ସ୍ଥାପନ କରି ପୁଲିସ ଡ୍ୟୁଟି ଲଗାଇ ଥିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିବା ସହରବାସୀ ଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ତେବେ ଏହି ଘଟଣା ସ୍ଥାନୀୟ ସହର ପୁଲିସର ପାରିବାପଣିଆ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିବା ସହିତ ଲୋକଙ୍କ ସୁରକ୍ଷାକୁ ନେଇ ସନ୍ଦେହ ସୃଷ୍ଟି କରିଛି। ଅନ୍ୟପଟେ ସହରରେ ପୁଲିସ ପେଟ୍ରୋଲିଂ ଲାଗି ରହିଥିବା ସମୟରେ ରାସ୍ତା ପାର୍ଶ୍ଵରୁ ଲୁଟେରା ପୁଲିସକୁ ଚକମା ଦେଇ ଲୁଟି ନେଇଛନ୍ତି ATM। ଯଦି ଏଭଳି ଭିଡ଼ ସମୟରେ ରଥଯାତ୍ରା ସମୟରେ ପୋଲିସକୁ ଚକମା ଦେଇ ଲୁଟିନେଇଛନ୍ତି ATM। ତେବେ ଟାଉନ ପୁଲିସ ଏଭଳି ବେପରୁଆ ଢଙ୍ଗରେ ଦାୟିତ୍ୱ ତୁଲାଇଲେ ଲୁଟେରା ସହରବାସୀଙ୍କ ଘରେ ପଶି ଲୁଟିବାକୁ କେତେ ସମୟ ଲାଗିବ ବୋଲି ଅଭିଯୋଗକୁ ନେଇ ବାରିପଦା ସହରରେ ଚର୍ଚ୍ଚା ଯୋର ଧରିଛି। ଯାହା ଲୁଟେରା ମାନଙ୍କ ପୁଲିସ ବିଭାଗକୁ ଏକ ବଡ଼ ଚ୍ୟାଲେଞ୍ଜ ବୋଲି ଆଲୋଚନା ହେଉଛି। ତେବେ ପୁଲିସ ATM ଲୁଟ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଲୁଟେରାଙ୍କୁ ଧରିବା ଦିଗରେ ସଫଳତା ହାସଲ ପାଇଁ କି କୌଶଳ ଆପଣାଉଛି ଦେଖିବାକୁ ବାକିରହିଲା।

Leave a Reply

Your email address will not be published. Required fields are marked *