ଜିଲ୍ଲା ପରିକ୍ରମା

ବାରିକପୁର ହାଟ ନିକଟରେ ଆକ୍ଟିଭା ଉପରେ ଚଢିଲା ଟ୍ରକ, ଆରୋହୀ ମୃତ ୧ଘଣ୍ଟା ଧରି ରାସ୍ତା ଅବରୋଧ

ବାହାନଗା/ ବାଲେଶ୍ୱର, ୩୧/୦୮(ଭାରତୀ ଦାସ/ଓଡ଼ିଆପୁଅ)- ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥର ବାରିକପୁର ସ୍ଥିତ ମାଂସ ହାଟ ନିକଟରେ ଆକ୍ଟିଭା ଆରୋହୀ ଉପରେ ଟ୍ରକ ଚଢିଯିବାରୁ ଘଟଣା ସ୍ଥଳରେ ଆରୋହୀ ଜଣକ ମୃତ୍ୟୁବରଣ କରିଛନ୍ତି। ମୃତଆରୋହୀ ଜଣକ ହେଲେ ଔପଦା ଥାନା ଅଧିନ ଅଘିରାପଦା ପଞ୍ଚାୟତ ଚିଞ୍ଚିଡ଼ା ଗ୍ରାମର ରାମଚନ୍ଦ୍ର ମହାନ୍ତି(୪୦)। ତେବେ ଦୁର୍ଘଟଣା ପରେ ଟ୍ରକ ଚାଳକ ଗାଡ଼ି ଛାଡ଼ି ଫେରାର ଥିବା ବେଳେ ହେଲପର ଜଣକ ଲୋକଙ୍କ ହାବୁଡ଼ରେ ପଡ଼ି ନିସ୍ତୁକ ଛେଚା ଖାଇଛନ୍ତି। ତେବେ ଶୁକ୍ରବାର ହାଟବାରି ଥିବାରୁ ସ୍ଥାନୀୟ ଲୋକେ ହାଟବାରି ଦିନ ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ମୃତୟନ ଦାବିରେ ଘଣ୍ଟାଏ କାଳ ରାସ୍ତାରୋକ ହୋଇଥିବାର ଜଣାପଡ଼ିଛି। ସୂଚନା ଅନୁସାରେ ରାମଚନ୍ଦ୍ର ଅପରାହ୍ନ ୧.୩୦ ସମୟରେ ବାରିକପୁର ସ୍ଥିତ ମାଂସ ହାଟକୁ ମାଂସ ନେବାକୁ ନିଜ ହୋଣ୍ଡା ଏକ୍ଟିଭା (ଓଡ଼ି୦୧ଡବ୍ଲୁ- ୧୫୪୫)ରେ ଆସିଥିଲେ। ମାଂସ ନେଇ ସାରି ଜାତୀୟ ରାଜପଥର ଡାଇଭରସନକୁ ଯିବା ପାଇଁ ନିଜ ଏକ୍ଟିଭା ଷ୍ଟାର୍ଟ କରି ହଠାତ୍ ରାସ୍ତାର ବାମ ପଟରୁ ଡାହାଣ ପଟକୁ ବୁଲାଇ ଥିଲେ। ଏହି ସମୟରେ ହାଇଦ୍ରାବାଦରୁ ଗୋହାଟୀ ଅଭିମୁଖେ ଯାଉଥିବା ଏକ ଡିଟେରଜେଣ୍ଟ ବୋଝେଇ ଟ୍ରକ(ଟିଏସ ୦୫ୟୁସି- ୨୨୯୫) ଦ୍ରୁତ ଗତିରେ ଆସି ଆକ୍ଟିଭା ଉପରେ ଚଢି ଯାଇଥିଲାା ଦୁର୍ଘଟଣା ଏତେ ଭୟଙ୍କର ଥିଲାଯେ ଘଟଣା ସ୍ଥଳରୁ ଟ୍ରକ ଉଭୟ ଆକ୍ଟିଭା ଓ ଆରୋହୀ ରାମଚନ୍ଦ୍ର ୨ଶହ ମିଟର ପର୍ଯ୍ୟନ୍ତ ଘୋଷାରି ନେଇ ଥିଲା। ଘଟଣା ସ୍ଥଳରେ ରାମଚନ୍ଦ୍ର ପ୍ରାଣବାୟୁ ଉଡ଼ି ଯାଇଥିଲା। ଖବର ପାଇ ସୋର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ସୁରକ୍ଷା ଦାବିରେ ସ୍ଥାନୀୟ ଲୋକେ ରାଜପଥ ଉପରେ ଗାଡ଼ି ଚଳାଚଳ ବନ୍ଦ ରଖିଥିଲେ। ତେବେ ମୃତ ଦେହ ଓ ଆକ୍ଟିଭାକୁ ଟ୍ରକ ତଳୁ ବାହାର କରିବା ନିମନ୍ତେ କ୍ରେନର ସହାୟତା ନେଇଥିଲେ। ପରେ ସୋର ପୋଲିସ ଦ୍ୱାରା ମୃତ ଦେହକୁ ଜବଦ କରି ବ୍ୟବଛେ୍ ଛଦ କରିବାକୁ ହସପିଟାଲକୁ ପଠାଇଥିବାର ଜଣାପଡ଼ିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top