ଜିଲ୍ଲା ପରିକ୍ରମା

ବାରମ୍ବାର ଏନଏଚ ରାସ୍ତା ମଝିରେ ବହୁଛି ୨ ଫୁଟ ପାଣି, ସବୁ ଜାଣିଲା ପରେ ମଧ୍ୟ ଆଖି ବୁଜିଛି ବିଭାଗ

ଖଡିଆଳ/ନୂଆପଡା-୦୯.୦୯.୧୮(ଓଡିଆପୁଅ/ସୁଜିତ କୁମାର ପ୍ରଧାନ) ଖଡିଆଳ ଅଚଂଳରେ ଏବର୍ଷ ଜୁଲାଇ ୨୫ ସମୟରେ, ଅଗଷ୍ଟ ୧୫ ସମୟରେ ଓ ବର୍ତମାନ ସେପ୍ଟେମ୍ବର ୫ ତାରିଖ ଠାରୁ ଲଘୁଚାପ ବର୍ଷା କୁ ମିଶାଇ ୩ ଥର ଳଘୁଚାପ ବର୍ଷା ହୋଇଛି। ହେଲେ ଖଡିଆଳ ମିଶନ ପାଖ ୩୫୩ ନମ୍ବର ଜାତୀୟ ରାଜପଥ ରାସ୍ତା ବର୍ଷାରେ ବର୍ତମାନ ବେହାଲ ହୋଇପଡିଛି। ରାସ୍ତା ମଝିରେ ଅନବରତ ୨ ଫୁଟ ପାଣି ବହୁଛି। ସୂଚନା ଥାଉକି ଏହି ୩୫୩ ନମ୍ବର ଜାତୀୟ ରାଜପଥ କୁ ଲାଗି ଏକ ଗାଡିଆ ପୋଖରୀ ରହିଛି। ଏହା ଗାଡିଆରେ ଖଲିଆ ମାଳ ମାଟିଥିବାରୁ ଅଳ୍ପ ବର୍ଷା ହେଲେ ମଧ୍ୟ ପାଣି ଭରି ଯାଇଥାଏ। ଏହି ପାଣି ନିର୍ଗତ ହେବା ପାଇଁ କୈାଣସି ରାସ୍ତା ନଥିବାରୁ ସବୁବେଲେ ୩୫୩ ନମ୍ବର ଜାତୀୟ ରାଜପଥ ରେ ବହୁଥାଏ। କମ ବର୍ଷାରେ ମଧ୍ୟ ଗାଡିଆରେ ପାଣି ଭରିଗଲେ ସବୁ ପାଣି ଜାତୀୟ ରାଜପଥ ରେ ଝରଣା ପରି ବହିଥାଏ। ଗତ ଅଗଷ୍ଟ ୧୫ ବେଲକୁ ହୋଇଥିବା ଲଘୁଚାପ ବର୍ଷା ଏବଂ ଜୁଲାଇ ୨୫ ହେଉଥିବା ଲଘୁଚାପ ଓ ବର୍ତମାନ ହେଉଥିବା ଲଘୁଚାପ ବର୍ଷାରେ ଏହି ରାସ୍ତା ୨ ଫୁଟ ପାଣି ଅନବରତ ଝରଣା ପରି ବୋହି ଯାଉଛି। ଏହି ସବୁ ସମସ୍ୟା ରାଜପଥ ବିଭାଗ ଜାଣିଥିଲେ ମଧ୍ୟ କୈାଣସି ବ୍ୟବସ୍ଥା ନକରିବା ଦ୍ୱାରା ରାସ୍ତାରେ ଜାତାୟତ କରୁଥିବା ଜାନବାହନ ସାଙ୍ଗକୁ ସାଧାରଣ ଲୋଙ୍କୁ ନାହିନଥିବା ଅସୁବିଧା ସୃଷ୍ଟି ହୋଇଛି। ଏଥିପାଇଁ ଜାତୀୟ ରାଜପଥ ବିଭାଗ ସମ୍ପୁଣ୍ଣ ଭାବେ ଦାୟୀ। କାରଣ ଜାତୀୟ ରାଜପଥ ବିଭାଗ ପକ୍ଷରୁ ରାସ୍ତା ସାଇଟ ରେ ଡ୍ରେନ୍ ସୁବିଧା କରି ଏହି ବହିଯାଉଥିବା ପାଣିକୁ ଡ୍ରେନ୍ ଯୋଗେ ପାଣିକୁ ଅନ୍ୟତ୍ର ବାହାର କଲେ ଏପରି ପରିସ୍ଥିତି ସୃଷ୍ଟି ହୁଆନ୍ତା ନାହିଁ ବୋଲି ସ୍ଥାନୀୟ ମିଶନର ଲୋକମାନେ ପ୍ରକାଶ କରିଛନ୍ତି। ଜାତୀୟ ରାଜପଥ ବିଭାଗ ଜାଣି ଜାଣି ଜାତୀୟ ରାଜପଥ ରାସ୍ତା କୁ ଏକ ଝରଣା ରେ ପରିଣତ କରିଦେଇଥିବା ଆଲୋଚନା ହେଉଛି। ଏ ବିଷୟରେ ଜାତୀୟ ରାଜପଥ ବିଭାଗ ସହକାରୀ ଯନ୍ତ୍ରୀ ସଂଯୋଗ କୁମାର ମେହେର ଙ୍କୁ ଯୋଗାଯୋଗ କରାଯାଇଥରଲେ ମଧ୍ୟ ସେ ସେ କୈାଣସି ଠୋସ ଉତର ଦେଇନଥିଲେ। ସେହିପରି ଖଡିଆଳ ରାଜାଏଟି ହାଇସ୍କୁଲ ପାଖରେ ରାସ୍ତା କଟିଯାଇ ରାସ୍ତା ମଝୀରେ ୨ ପୂଟ ପାଣି ବହିଯାଉଛି। କେନ୍ଦ୍ରିୟ ବିଦ୍ୟାଳୟକୁ ଯାଉଥିବା ଛାତ୍ରଛାତ୍ରୀ ସମେତ ରାଜାଏଟି ହାଇସ୍କୁଲ ଛାତ୍ରଛାତ୍ରୀ ମାନଙ୍କୁ ଯାତାୟାତ କରିବା ପାଇଁ ନାହି ନ ଥିବା ଅସୁବିଧା ହେଉଛି। ଛାତ୍ରଛାତ୍ରୀ ମାନେ ଏହି କୁତ୍ରିମ ନାଳାରେ ପଡିଯାଇ ଖଣ୍ଡିଆ ଖାବାରା ହୋଇପଡୁଛନ୍ତି। ବର୍ଷା ସମୟରେ ଗେଟ ସାମନାରେ ଏକ ଝରଣା ସୃଷ୍ଟି ହୋଇଯାଉଛି। ଜାତୀୟ ରାଜପଥ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସାମଲ ବାବୁ ଙ୍କୁ ଯୋଗାଯୋଗ କଲେ ସେ ମଧ୍ୟ ହାତ ଟେକି ଦେଇଛନ୍ତି। ତୁରନ୍ତ ଖଡିଆଳ ମିଶନ ପାଖରେ ଗାଡୁଏଲ ବ୍ୟବସ୍ଥା ସହିତ ଖଡିଆଳ ରାଜାଏଟି ହାଇସ୍କୁଲ ପାଖରେ ଡ୍ରେନ ସୁବିଧା କରିବା ପାଇଁ ଦାବି କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top