ବାରଣାସୀର ନିର୍ମାଣାଧୀନ ଫ୍ଲାଏ ଓଭରବ୍ରିଜ୍‌ ଭୁଶୁଡ଼ିବାରୁ ୧୯ ଲୋକଙ୍କ ମୃତ୍ୟୁରେ ବିଜୁ ଜନତା ଦଳର ଦୁଃଖ ପ୍ରକାଶ

ଭୁବନେଶ୍ୱର, ୧୬/୫/୨୦୧୮(ଓଡ଼ିଆ ପୁଅ): ଉତ୍ତରପ୍ରଦେଶ ବାରଣାସୀର କ୍ୟାଣ୍ଟନ୍‌ମେଣ୍ଟରେ ନିର୍ମାଣାଧୀନ ଫ୍ଲାଏ ଓଭରବ୍ରିଜ୍‌ ଭୁଶୁଡ଼ି ୧୯ରୁ ଅଧିକ ଶ୍ରମିକ ଓ ସାଧାରଣ ଲୋକେ ମୃତ୍ୟୁମୁଖରେ ପଡିଛନ୍ତି। ଏହା ନିଶ୍ଚିତ ରୂପେ ଦୁଃଖଦାୟକ ଘଟଣା। ମୃତକଙ୍କ ଆତ୍ମାର ସଦ୍‌ଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ବିଜୁ ଜନତା ଦଳ ଗଭୀର ସମବେଦନା ଜ୍ଞାପନ କରୁଛି। ଏଭଳି ଦୁର୍ଘଟଣା ଭାରତର ବିଭିନ୍ନ ସ୍ଥାନରେ ଘଟିବା ଦେଖାଯାଉଛି। ନିରାପଦ ସୁରକ୍ଷା ବ୍ୟବସ୍ଥା ଆହୁରି କଡ଼ାକଡ଼ି ହେବା ସହିତ ଭବିଷ୍ୟତରେ କିଭଳି ଧନଜୀବନ ହାନି ହେବ ନାହିଁ, ସେଥିପାଇଁ ସମସ୍ତେ ତତ୍ପର ହେବା ଦରକାର। ତେବେ ଏଭଳି ଦୁର୍ଘଟଣାକୁ ନେଇ ରାଜନୀତି କରିବା ଆଦୌ ସ୍ପୃହଣୀୟ ନୁହେଁ। ବିଜେପି ବାରଣାସୀ ଘଟଣାରୁ ଶିକ୍ଷା ଲାଭ କରିବା ଉଚିତ୍‌। ବିଜୁ ଜନତା ଦଳ କେବେବି କୌଣସି ଦୁର୍ଘଟଣାକୁ ନେଇ ରାଜନୀତି କରେ ନାହିଁ। ବିଜେଡି ସକରାତ୍ମକ ବିକାଶ ଅଭିମୁଖି ରାଜନୀତିରେ ବିଶ୍ୱାସ କରେ। ବିଜେଡି ପ୍ୟାନେଲିଷ୍ଟ ତେଜେଶ୍ୱର ପରିଡ଼ା ବାରଣାସୀ ଦୁର୍ଘଟଣାକୁ ନେଇ ଯେଉଁ ମତ ଓ ମନ୍ତବ୍ୟ ରଖିଛନ୍ତି, ତାହା ତାଙ୍କର ନିଜସ୍ୱ। ଏହା ବିଜେଡିର ମତ ନୁହେଁ ବୋଲି ବିଜୁ ଜନତା ଦଳ ରାଜ୍ୟ ସଂପାଦକ ବିଜୟ ନାୟକ ସ୍ପଷ୍ଟ କରିଦେଇଛନ୍ତି।

Leave a Reply

Your email address will not be published. Required fields are marked *