ଓଡ଼ିଶା

ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଂଚଳରେ ମୋବାଇଲ ସଂଯୋଗ ବ୍ୟବସ୍ଥାକୁ କ୍ୟାବିନେଟର ଅନୁମୋଦନ

ଓଡିଶାର ୧୮ ଜିଲ୍ଲାରେ ପ୍ରତିଷ୍ଠା ହେବ ୪୮୩ ଟାୱାର

ନୂଆ ଦିଲ୍ଲୀ ୨୩ ମଇ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ “ସାମଗ୍ରୀକ ସେବା ଉତରଦାୟିତ୍ୱ ପାଣ୍ଠି” (ୟୁଏସଓଏଫ)ର ଦ୍ୱିତୀୟ ପର୍ଯ୍ୟାୟ ପ୍ରକଳ୍ପକୁ ମଞ୍ଜୁରି ଦେଇଛନ୍ତି। ଏହି ଯୋଜନା ଅଧୀନରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ଦେଶର ପ୍ରସ୍ତାବିତ ୧୦ଟି ରାଜ୍ୟର ୯୬ଟି ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଜିଲ୍ଲାରେ ଚିହ୍ନଟ ହୋଇଥିବା ବିଚ୍ଛିନ୍ନ ଓ ଅପହଁଚ ଇଲାକାରେ ୪୦୭୨ଟି ଟେଲିଫୋନ/ମାଇକ୍ରୋୱେଭ ଟାୱାର ପ୍ରତିଷ୍ଠା କରାଯାଇ ମୋବାଇଲ ସେବା ଯୋଗାଇ ଦିଆଯିବ। ଏହି ପ୍ରକଳ୍ପ ପାଇଁ ମୋଟ ୭, ୩୩୦ କୋଟି ଟଙ୍କା ଖର୍ଚ୍ଚ କରାଯିବ।

ବାମପନ୍ଥୀ ଉଗ୍ରବାଦ ଇଲାକାରେ ନିୟୋଜିତ ସୁରକ୍ଷାକର୍ମୀ ଏହି ନେଟୱାର୍କକୁ ବ୍ୟବହାର କରିବେ। ଏହି ପ୍ରକଳ୍ପ ଦ୍ୱାରା ମଧ୍ୟ ବିଚ୍ଛିନ୍ନାଂଚଳରେ ଥିବା ଅପହଁଚ ଗ୍ରାମର ଲୋକମାନେ ମୋବାଇଲ ସେବା ପାଇପାରିବେ ଯାହା ଏହିସବୁ ଅଂଚଳରେ ଅର୍ଥନୈତିକ କାର୍ଯ୍ୟକଳାପରେ ଉନ୍ନତି ଆଣିବ। ଡିଜିଟାଲ ମୋବାଇଲ ସଂଯୋଗର ଉପଲବ୍ଧତା ଫଳରେ ପଛୁଆ ଏବଂ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଂଚଳରେ ମଧ୍ୟ ଏହା ଇ-ପ୍ରଶାସନ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେବ।

୧୦ଟି ରାଜ୍ୟରେ ପ୍ରସ୍ତାବିତ ମୋବାଇଲ ଟାୱାର ସ୍ଥାପନ ଅଂଚଳ ସଂଖ୍ୟା ନିମ୍ନରେ ଦିଆଗଲା।

କ୍ରଂ ସଂଖ୍ୟା ରାଜ୍ୟ ଜିଲ୍ଲା ମୋବାଇଲ ଟାୱାର ସ୍ଥାପନ ଅଂଚଳ

୧ ଆନ୍ଧ୍ରପ୍ରଦେଶ ୮ ୪୨୯
୨ ବିହାର ୮ ୪୧୨
୩. ଛତିଶଗଡ଼ ୧୬ ୧୦୨୮
୪. ଝାଡ଼ଖଣ୍ଡ ୨୧ ୧୦୫୪
୫. ମଧ୍ୟପ୍ରଦେଶ ୧ ୨୬
୬. ମହାରାଷ୍ଟ୍ର ୨ ୧୩୬
୭. ଓଡ଼ିଶା ୧୮ ୪୮୩
୮. ତେଲଙ୍ଗାନା ୧୪ ୧୧୮
୯. ଉତରପ୍ରଦେଶ ୩ ୧୮୯
୧୦. ପଶ୍ଚିମବଙ୍ଗ ୫ ୨୦୭
ମୋଟ ୧୦ ୯୬ ୪୦୭୨

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top