ବାବୁ ଜଗଜୀବନ ରାମଙ୍କ ଜୟନ୍ତୀ ଅବସରରେ ପାଳନ ହେଲା ସମତା ଦିବସ

ନୂଆଦିଲ୍ଲୀ ୫-୪ (ଓଡ଼ିଆ ପୁଅ) ବାବୁ ଜଗଜୀବନ ରାମଙ୍କ ୧୧୧ତମ ଜୟନ୍ତୀ ଅବସରରେ ଆଜି ନୂଆଦିଲ୍ଲୀ ସ୍ଥିତ ସମତା ସ୍ଥଳଠାରେ ଏକ ଶ୍ରଦ୍ଧାଞଳି ସମାରୋହ ଆୟୋଜିତ ହୋଇଛି। ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଅଧିନସ୍ଥ ବାବୁ ଜଗଜୀବନ ରାମ ରାଷ୍ଟ୍ରୀୟ ଫାଉଣ୍ଡେସନ ଦ୍ୱାରା ଏହି ଆୟୋଜନ ହୋଇଥିଲା।

କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଓ ବାବୁ ଜଗଜୀବନ ରାମ ରାଷ୍ଟ୍ରୀୟ ଫାଉଣ୍ଡେସନର ଅଧ୍ୟକ୍ଷ ଶ୍ରୀ ଥୱର ଚନ୍ଦ ଗେହଲୋଟ ଏବଂ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାମଦାସ ଅଠାୱଲେ, ଲୋକସଭାର ପୂର୍ବତନ ଅଧ୍ୟକ୍ଷ ଶ୍ରୀମତୀ ମୀରା କୁମାର, ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଏବଂ ବାବୁଜୀଙ୍କର ପରିବାର ବର୍ଗ ତଥା ତାଙ୍କ ସମର୍ଥକ ମାନେ ବାବୁଜୀଙ୍କୁ ଶ୍ରଦ୍ଧାଞଳି ପ୍ରଦାନ କରିବା ପରେ ସମାରୋହ ଆରମ୍ଭ କରାଯାଇଥିଲା। ଏହି ଅବସରରେ ଅନେକ ବରିଷ୍ଠ ମାନ୍ୟଗଣ୍ୟ ବ୍ୟକ୍ତି, ସାମାଜିକ କର୍ମୀ, ଏବଂ ବାବୁଜୀଙ୍କର ସମର୍ଥକମାନେ ପ୍ରାର୍ଥନା ସଭାରେ ଯୋଗ ଦେଇଥିଲେ। ଏକ ସର୍ବଧର୍ମ ପ୍ରାର୍ଥନା ସଭା ମଧ୍ୟ ଏହି ଅବସରରେ ଆୟୋଜନ କରାଯାଇଥିଲା।

Leave a Reply

Your email address will not be published. Required fields are marked *