ବାବା ଚମ୍ପେଶ୍ୱର ମହାଦେବ ମନ୍ଦିରରେ ମହାଦୀପ ରାତି ୩ଟା ପରେ ଉଠିବ

ଅନୁଗୋଳ,୧୩/୨(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅଙ୍ଗାରବନ୍ଧ ଗ୍ରାମର ଚଣ୍ଡିଖମଣଠାରେ ବାବା ଚମ୍ପେଶ୍ୱର ମହାଦେବ ମନ୍ଦିରରେ ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ପବିତ୍ର ମହାଶିବରାତ୍ରୀ ଜାକଜମକରେ ପାଳନ କରାବା ପାଇଁ ଅଙ୍ଗାରବନ୍ଧବାସୀଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଛି । କିଛି ଦିନ ହେଲା ଅଙ୍ଗାରବନ୍ଧ ଗ୍ରାମବାସୀ ଓ ପୂଜକମାନଙ୍କ ମଧ୍ୟରେ ବିବାଦ ଲାଗି ରହିଥିବାରୁ ସେଠାରେ ବହୁ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା ଓ ଉଭୟ ଗ୍ରାମବାସୀ ଓ ପୂଜକମାନଙ୍କ ମଧ୍ୟରେ ଅସନ୍ତୋଷ ଥିବା ନେଇ ମନ୍ଦିରରେ ପୂଜା ଓ ନିତି ନେଇ ବହୁ ଅସୁବିଧା ହେଉଥିଲା । ନିକଟରେ ଦେବୋତର ବିଭାଗ ଅଙ୍ଗାରବନ୍ଧ ଗ୍ରାମବାସୀଙ୍କୁ ମହାଶିବରାତ୍ରୀ ପାଳନର ଦାୟିତ୍ୱ ପ୍ରଦାନ କରିବା ସହ ଶାନ୍ତି ଶୃଙ୍ଖଳାରେ ଶିବରାତ୍ରୀ ପାଳନ ପାଇଁ ପୂଜକମାନେ ପୂର୍ଣ୍ଣ ସହଯୋଗ କରିବାକୁ ଦେବୋତର କମିସନର,ଓଡିଶା, ଭୂବନେଶ୍ୱରଙ୍କ କାର୍ଯ୍ୟାଳୟରୁ ପତ୍ର ସଂଖ୍ୟା ୧୦୫୫/ ୦୯.୦୨.୨୦୧୮ରେ ଅନୁମତିପତ୍ର ପାଇଛନ୍ତି । ଫଳରେ ଉକ୍ତ ପତ୍ର ଅନୁଯାୟୀ ଗ୍ରାମବାସୀ ଅନୁଗୋଳ ଭାରପ୍ରାପ୍ତ ଇନସପେକ୍ଟରଙ୍କୁ ପତ୍ର ଜରିଆରେ ଜଣାଇଥିଲେ ଓ ଥାନା ଅଧିକାରୀ ଉଭୟ ଗ୍ରାମବାସୀ ଓ ପୂଜକମାନଙ୍କର ପ୍ରତିନିଧିଙ୍କୁ ଡାକି ଶାନ୍ତି ଶୃଙ୍ଖଳାର ସହ ଶିବରାତ୍ରୀ ପାଳନ ପାଇଁ ଦେବୋତର ବିଭାଗର ଆଦେଶ ମୁତାବକ ମାନି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଉଭୟ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହ ନିଜ ମଧ୍ୟରେ ସୌହାର୍ଦ୍ଧ୍ୟ ରଖି କାର୍ଯ୍ୟ ସମ୍ପାଦନ କରିବାକୁ କହିଥିଲେ । ବାବା ଚମ୍ପେଶ୍ୱର ମହାଦେବ ମନ୍ଦିର କମିଟି, ଅଙ୍ଗାରବନ୍ଧ ତରଫରୁ ଗ୍ରାମବାସୀଙ୍କ ପ୍ରଦତ ବାବାଙ୍କ ନୀତିକାନ୍ତି ଭୋଗ ଲାଗିହେବା ସହ ମହାଦୀପ ସାମଗ୍ରୀ ଯୋଗାଇ ଦେବାସହ ରାତି ପ୍ରାୟ ୩ ଘଟିକା ସମୟରେ ମହାଦୀପ ଉଠାଇବା ପାଇଁ ସ୍ଥିର କରିଛନ୍ତି । ଶିବରାତ୍ରୀ ଦିନ ସକାଳୁ ଭକ୍ତ ମାନେ ଯେଭଳି ଶାନ୍ତି ଶୃୃଙ୍ଖଳାର ସହ ଦର୍ଶନ କରିବେ ସେଥିପ୍ରତି ଧ୍ୟାନ ଦେବା ସହ ସଂଧ୍ୟାରେ ସମସ୍ତ ଦର୍ଶନାର୍ଥୀ ଦୀପ ଜାଳିବାର ବ୍ୟବସ୍ଥା କରାଯାଇଛି । ବିଭିନ୍ନ ଗ୍ରାମର ସଂକିର୍ତନ ମଣ୍ଡଳି ଦ୍ୱାରା ଭଜନ କିର୍ତନ ସହ ଦୀପ ଉଠିବା ପରେ ପ୍ରସାଦ ସେବନର ମଧ୍ୟ ବ୍ୟବସ୍ଥା ଗ୍ରାମବାସୀଙ୍କ ଦ୍ୱାରା କରାଯାଇଛି । ଏଣୁ ବହୁ ସଂଖ୍ୟାରେ ଭକ୍ତ ଉପସ୍ଥିତ ରହି ଉଜାଗର ପୂର୍ବକ ଦୀପ ଜଳାଇ ମହାଦୀପ ଉଠାଇବାରେ ସହଯୋଗ କରିବାକୁ ବାବା ଚମ୍ପେଶ୍ୱର ମହାଦେବ ମନ୍ଦିର କମିଟି,ଅଙ୍ଗାରବନ୍ଧ ତରଫରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *