ବାବାଲଙ୍କେଶ୍ୱର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ

ବାଲେଶ୍ୱର/ଖଇରା ୬/୧/୨୦୧୮(ଓଡିଆପୁଅ/ ନରେନ୍ଦ୍ର ପ୍ରସାଦ ବେହେରା)-ଖଇରା ବ୍ଲକ ଗଣ୍ଡିବେଡ ଠାରେ ବାବା ଲଙ୍କେଶ୍ୱର କ୍ରିକେଟ ଟୁର୍ଣ୍ଣାମେଣ୍ଟଉଦ୍ଘାଟିତ ହୋଇଯାଇଛି। ଉଦ୍ଘାଟନିମେଚରେ ବିଡିଓଶିବାନନ୍ଦ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଆନଷ୍ଠାନିକଭାବେ ଉଦ୍ଘାଟନ କରିଥିଲେ। ଏଥିରେ ଶୁସାନ୍ତ ମହାକୁଡ, ଅଜୟ କୁମାର ବେହେରା, ଟୁର୍ଣ୍ଣାମେଣ୍ଟର ସଭାପତି ଅଭିମନ୍ୟୁ ରାଉଳ ଯୋଗଦେଥିଲେ। ଉଦ୍ଘାଟନି ଦିବସରେ କଟକ ନିମାପୁର ସ୍ପୋଟିଂ ଟଚ ଜିତି ବୋଲିଂ କରିବାପାଇଁ ସିଦ୍ଧାନ୍ତ ନେଇଥିଲେ। ବାଲେଶ୍ୱର ସମ୍ରାଟ କ୍ରିକେଟ କ୍ଲବ ୨୦ ଓଭରରେ ୧୭୩ ରନ ସଂଗ୍ରହ କରିଥିଲା। ଜବାବରେ ଆବଶ୍ୟକ ରନ ସଂଗ୍ରହ କରି କଟକ ନିମାପୁର ସ୍ପୋଟିଂ କ୍ଲବ ଆବଶ୍ୟକ ରନ ସଂଗ୍ରହ କରି ଉଦ୍ଘାଟନି ମ୍ୟାଚରେ ବିଜୟି ହୋଇଛି। ଅମ୍ପେୟାର ଭାବେ ସଂଜିବ ବେହେରା, ଲଲାଟ କେଶରୀ ନନ୍ଦ ଖେଳପରିଚାଳନା କରୁଥିବାବେଳେ ଶ୍ରୀକାନ୍ତ ରାଉଳ, ସପନ ମହାନ୍ତି, ଗୋବର୍ଦ୍ଧନ ମହାରଣା, ଜୀବନଜ୍ୟୋତି ଦାସ, ଶୁଭସୁନ୍ଦର ଦାସ, ଭରତ ମହାରଣା, ସମ୍ଭୁନାଥ.ଲମ୍ବୋଦର, ଉଦୟଭାନୁ, ଶୁଶାନ୍ତଙ୍କ ସମେତ ଖେଳକର୍ମ କର୍ତ୍ତାମାନେ ସହେଯାଗ କରିଥିଲେ। ଆସନ୍ତା କାଲିର ମ୍ୟାଚରେ ଭଦ୍ରକର ସୂର୍ଯ୍ୟଶିଖା ସହିତ ବାଲେଶ୍ୱରର ମଣିଂ ଷ୍ଟାର ମଧ୍ୟରେ ୨ୟ କ୍ୱାଟର ଫାଇନାଲ ଅନୁଷ୍ଟିତହେବ। ଖେଳ ଦେଖିବା ପାଇଁ କ୍ରିକେଟ ପ୍ରେମୀମାନଙ୍କର ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା।

Leave a Reply

Your email address will not be published. Required fields are marked *