ବାପୁ ମୋମାରିଆଲ କ୍ରିକେଟର ୬ଷ୍ଠ ଦିବସ ଇମେଜ ଏକାଦଶ ଓ ଏମବିସିଟି ବିଜୟୀ

ଭଦ୍ରକ,୨ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ବାପୁ ଫ୍ରେଣ୍ଡସ କ୍ଳବ ଆନୁକୂଲ୍ୟରେ ଚରମ୍ପା ଠାରେ ଚାଲିଥିବା ତୃତୀୟ ବାପୁ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି ଥିଲା ୬ଷ୍ଠ ଦିବସ । ପ୍ରଥମ ମ୍ୟାଚ ଇମେଜ ଏକାଦଶ ଓ ବ୍ଲୁ ଫାଇଟର୍ସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ବ୍ଲୁ ଫାଇଟର୍ସ ଟସ ଜିଣି ପ୍ରଥମେ ବ୍ୟାଟିଂ କରି ୧୨ଓଭରରେ ସମସ୍ତ ୱିକେଟ ହରାଇ ୮୫ରନ ସଂଗ୍ରହ କରିଥିଲା । ରାଜୀବ ବାରିକ ଦଳ ପକ୍ଷରୁ ସର୍ବାଧିକ ୨୮ ରନ କରିଥିଲେ । ଏହାର ଜବାବରେ ଇମେଜ ଏକାଦଶ ୭ଓଭରରେ ୧ୱିକେଟ ବିନିମୟରେ ଆବଶ୍ୟକ ରନ ସଂଗ୍ରହ କରି ବିଜୟୀ ହୋଇଥିଲା । ଦଳ ପକ୍ଷରୁ ମୃତୁ୍ୟଞ୍ଜୟ ସେନାପତି ୩୨ରନ କରିଥିଲେ । ରାଜୀବଙ୍କୁ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ କରାଯାଇଥିଲା । ଦ୍ୱିତୀୟ ମ୍ୟାଚ ପଗଡ଼ ଏମବିସିଟି କ୍ଲବ ଓ ଲକି ଷ୍ଟାର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏମବିସିଟି ପ୍ରଥମେ ବ୍ୟାଟିଂ କରି ୧୫ଓଭରରେ ୮ୱିକେଟ ହରାଇ ୧୬୨ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଲୋକେଶ ପଲାର ୩୪ରନ କରିଥିଲେ । ଏହାର ପ୍ରତୁ୍ୟତ୍ତରରେ ଲକିଷ୍ଟାର କ୍ଳବ ସମସ୍ତ ୱିକେଟ ହରାଇ ୧୪.୪ଓଭରରେ ୧୪୭ରନ କରି ପରାଜିତ ହୋଇଥିଲା । ଦଳ ପକ୍ଷରୁ ରଶ୍ମୀ ରାଉତ୍ ୪୧ରନ କରିଥିଲେ । ଲଲାଟେନ୍ଦୁ ଘଡ଼େଇଙ୍କୁ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ କରାଯାଇଥିଲା । ଅଶୋକ ଛତର, ଲାକ୍ଷାଦୀପ ଦାସ ଓ ନିରଂଜନ ଛତର ଖେଳ ପରିଚାଳନା କରିଥିବାବେଳେ ରଂଜିତ ଦାସ ସ୍କୋରର ଦାୟିତ୍ୱ ତୁଲାଇଥିଲେ । ପ୍ରିତମ ଦାସ, ଲାଲଦୀପ ଦାସ, ବିକ୍ରମ ଜେନା, ଅଜୟ ନାୟକ ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *