ବାପୁ ମେମୋରିଆଲ କ୍ରିକେଟର ତୃତୀୟ ଦିବସ, ଇମେଜ ଏକାଦଶ ଓ ବ୍ଲୁ ଫାଇଟର୍ସ ବିଜୟୀ

ଭଦ୍ରକ, ୩୦ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ବାପୁ ଫ୍ରେଣ୍ଡସ କ୍ଳବ ଆନୁକୂଲ୍ୟରେ ଚରମ୍ପା ଠାରେ ତୃତୀୟ ବାପୁ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ତୃତୀୟ ଦନିବସରେ ଆଜି ୨ଟି ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ମ୍ୟାଚରେ ଟସ ଜିଣି ପ୍ରଥମେ ବ୍ୟାଟିଂ କରି ଭଦ୍ରକର ବ୍ଲୁ ଫାଇଟର୍ସ ୧୫ଓଭରରେ ୯ୱିକେଟ ହରାଇ ୧୯୩ରନ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ବି.ପ୍ରଦୀପ ୩୬ରନ କରିଥିଳେ। ଏହାର ଜବାବରେ ବେଳମଳାର ଏମବିସିସି କ୍ଲବ୍ ନିର୍ଦ୍ଧାରିତ ସଭରରେ ୭ୱିକେଟ ହରାଇ ୧୬୮ରନ ସଂଗ୍ରହ କରି ପରାଜିତ ହୋଇଥିଲା। ଦଳ ପକ୍ଷରୁ ଉମାକାନ୍ତ ରାଉତ ୭୫ରନ କରିଥିଳେ। ଉମାକାନ୍ତଙ୍କୁ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ କରାଯାିଥିଲା। ଦ୍ୱିତୀୟ ମ୍ୟାଚ ବରପଦାର ଇମେଜ, କାଦଶ ଓ ମଠସାହିର ଏମସିସି ମଧ୍ୟରେ ଖେଳାଯାଇଥିଲା। ଇମେଜ, କାଦଶ ପ୍ରଥମେ ବ୍ୟାଟିଂ କରି ଇମ୍ରାନ ଖାଁଙ୍କ ୮୪ ଓ ରିଆଜ ଖାନଙ୍କ ୬୯ରନ ବଳରେ ୧୫ଓଭରରେ ୬ୱିକେଟ ହରାଇ ବିଶାଳ ୨୪୯ରନ ସ୍କୋର କରିଥିଲା। ଏହାର ପ୍ରତ୍ୟୁତତ୍ତରରେ ମଠସାହି ଦଳ ୧୫ସଭରରେ ଅବଦୁଲ କାଦରୀଙ୍କ ୫୮ରନ ସହାୟତାରେ ୫ୱିକେଟ ହରାଇ ୧୭୬ ରନ କରିବାକୁ ସମର୍ଥ ହୋଇଥିଲା। ଇମ୍ରାନ ଓ ରିଆଜଙ୍କୁ ଯୁଗ୍ମ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ କରାଯାଇଥିଲା। ଉକ୍ତ ୨ଟି ମ୍ୟାଚକୁ ଲାକ୍ଷାଦୀପ ଦାସ, ଉତ୍ତମ ଦାସ ଓ ସୋମନାଥ ରାଉତ ପରିଚାଳନା କରିଥିବାବେଳେ ସ୍କୋରର ଦାୟିତ୍ୱ ରଂଜିତ ଦାସ ଓ ବିକାଶ ଜେନା ତୁଲାଇଥିଲେ। କ୍ଳବର ସଦସ୍ୟ ପ୍ରିତମ ଦାସ, ରାଧାମାଧବ ଦାସ, ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *