ଜିଲ୍ଲା ପରିକ୍ରମା

ବାପାର ନାମ ବଦଳାଇ ଅନ୍ୟର ଜମି ହଡପ ଅଭିଯୋଗ

ଭଦ୍ରକ, ୧୮ା୪  (ଓଡ଼ିଆପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲା ଚାନ୍ଦବାଲି ତହସିଲ ଅଧୀନ ଖେରଙ୍ଗ ପଂଚାୟତ ନୂଆଗାଁ ଗ୍ରାମର ସ୍ୱର୍ଗତ ଦାଶରଥୀ ରାଉତଙ୍କ ଏକମାତ୍ର ଝିଅ ରେବତୀ ରାଉତ (୫୮) ନିଜ ପୈତୃକ ସଂପତ୍ତିର ଏକମାତ୍ର ଉତ୍ତରାଦôକାରୀ ହୋଇଥିବାବେଳେ ସେହି ଗାଁର ୰ ଭରତ ରାଉତଙ୍କ ସାନ ପୁଅ ସନାତନ ରାଉତ ନିଜକୁ ଦାଶରଥୀ ରାଉତଙ୍କ ପୁଅ ବୋଲି ଜାଲ୍ କାଗଜପତ୍ର କରି ରେବତୀଙ୍କ ପୈତୃକ ସଂପତ୍ତିକୁ ହଡପ କରିବାକୁ ଚକ୍ରାନ୍ତ କରୁଥିବା ଅଭିଯୋଗ ହୋଇଛି । ଏପରିକି କେତେକ ସଂପତ୍ତିକୁ ମଧ୍ୟ ବିକି୍ର କରିଦେଇଥିବା ଅଭିଯୋଗ ହୋଇଛି । ବାହୁବଳ ଓ ଲୋକବଳ ଦେଖାଇ ରେବତୀ ଓ ତାଙ୍କ ପରିବାରକୁ ଜୀବନରୁ ମାରିଦେବାକୁ ବିଭିନ୍ନ ସମୟରେ ଧମକ ଦେଉଥିବା ଅଭିଯୋଗ ହୋଇଛି । ଏପରିକି ୧୯୭୯ ରେ ଦାଶରଥୀଙ୍କ ମୃତୁ୍ୟ ପରେ ତାଙ୍କ ଘରେ ଥିବା ତାଙ୍କ ଝିଅ ରେବତୀର ସମସ୍ତ ସାର୍ଟିଫିକେଟ୍, ଭୋଟର କାର୍ଡ, ସ୍କୁଲ ସାର୍ଟିଫିକେଟ୍ ପୋଡି ନିଜକୁ ଦାଶରଥୀ ରାଉତଙ୍କ ଏକମାତ୍ର ପୁଅ ବୋଲି ବିଭିନ୍ନ ଜାଲି ପ୍ରମାଣପତ୍ର ତିଆରି କରି ଦାଶରଥୀ ରାଉତଙ୍କ କୌଣସି ଝିଅ ନାହିଁ ବୋଲି ଦର୍ଶାଇଛନ୍ତି । ଖେରଙ୍ଗ ପଂଚାୟତ ନାଲଗୁଣ୍ଡା ସର୍କଲ ନୂଆଗାଁ ମୌଜାରେ ଥିବା ପୈତୃକ ସଂପତ୍ତି ୫ ଏକର ଜମିକୁ ବେଆଇନ୍ ଜବରଦଖଲ କରି ରଖିଥିବା ବେଳେ ତାଙ୍କ ଘର ଡିହକୁ ମଧ୍ୟ ଜବରଦଖଲ କରି ରଖିଛନ୍ତି । ଏ ନେଇ ନ୍ୟାୟ ପାଇବା ପାଇଁ ଅଦାଲତରେ ଆଶ୍ରୟ ନେଇଛନ୍ତି ରେବତୀ । ହେଲେ ଦୀର୍ଘ ୩୫ ବର୍ଷ ହେବ ନ୍ୟାୟ ପାଉନାହାଁନ୍ତି । ଏହି ସୁଯୋଗରେ ମଧ୍ୟ ରେବତୀ ରାଉତଙ୍କ ଅଗୋଚରରେ ସ୍ୱର୍ଗତ ଦାଶରଥୀ ରାଉତଙ୍କ ନାମରେ ଥିବା ବାଂଶଡା ପଂଚାୟତ ବଳିହାରପୁର ମୌଜାରେ ଥିବା ଖାତା ନଂ ୧୧୨ ର ୬ ଗୋାଟି ପ୍ଳଟ୍ ଏରିଆ ଏ୮.୮୧ ଡି. ଜମିରୁ ୭ ଏକର ୪୧ ଡି. ଜମିକୁ ଅନୀଲ ଦାସ, ବିଜୁ ଗୋଚ୍ଛାୟତ, ସହିଦ ଆଲାମ ପ୍ରମୁଖ ୩ ଜଣ ବ୍ୟକ୍ତିଙ୍କୁ ବିକି୍ର କରିଦେଇଥିବା ବେଳେ ସଂପୃକ୍ତ ଜମିକୁ ପୁଣି ଭୁବନେଶ୍ୱରସ୍ଥିତ ଏକ ଘରୋଇ ସଂସ୍ଥା ମଧ୍ୟ ବିକି୍ର କରିଦେବା ପାଇଁ କବଲା ପ୍ରସ୍ତୁତି କରିଛନ୍ତି । ୨୦୧୧ ମସିହା ଅଗଷ୍ଟ ମାସରେ ଏହା ଜାଣିବା ପରେ ରେବତୀ ରାଉତ ଚାନ୍ଦବାଲି ସବ୍ରେଜିଷ୍ଟାର ଅଫିସ୍ରେ ଅଭିଯୋଗ ପରେ ବିକି୍ର କବଲା ବନ୍ଦ ରହିଥିଲା । ମାତ୍ର ପୁଣି ସଂପୃକ୍ତ ବ୍ୟକ୍ତି ରେବତୀ ରାଉତଙ୍କ ଅଗୋଚରରେ ଜାଲ୍ କାଗଜ ବଳରେ ଉକ୍ତ ଜମିକୁ ବିକି୍ର କରିଦେଇଛନ୍ତି । ଏହା ଜାଣିବା ପରେ ଚାନ୍ଦବାଲି ସବ୍ରେଜିଷ୍ଟାର, ଭଦ୍ରକ ଜିଲ୍ଲାପାଳ, ଚାନ୍ଦବାଲି ତହସିଲଦାରଙ୍କୁ ଜଣାଇଥିଲେ । ଏହି ଜମିକୁ ନାମଜାରୀ ନକରି ତାଙ୍କ ଜମିକୁ ଫେରସ୍ତ କରିବାକୁ ରେବତୀ ଦାବି କରିଥିଲେ । ଜମିଜମା ସଂକ୍ରାନ୍ତରେ ନିଜକୁ ଅସହାୟ ମନେ କରି ଆଇନ୍ରେ ଆଶ୍ରୟ ନେଇଛନ୍ତି । ହେଲେ ନ୍ୟାୟ ନପାଇବାରୁ ସପରିବାର ମାନସିକ ଭାରସାମ୍ୟ ହରାଇ ଶେଷରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ନିକଟକୁ ଅଭିଯୋଗ ଫର୍ଦ୍ଦ ଦାଖଲ କରିଥିଲେ । ଅଭିଯୋଗ ପରେ ପ୍ରଧାନମନ୍ତ୍ରୀଙ୍କ ଦପ୍ତରରୁ ସେକ୍ସନ ଅଫିସର ରାଜୀବ ରଂଜନ କୁଶ୍ୱାଡା ୨୦୧୭ ମସିହା ଡିସେମ୍ବର ୧୯ ତାରିଖରେ ଚିଠି ନଂ ପି.ଏମ୍.ଓ.ପି.ଜି./ଡି/୨୦୧୭/୦୫୮୭୧୫୧ ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ପଠାଇଥିଲେ । ମାତ୍ର ଇତିମଧ୍ୟରେ ୫ ମାସ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅସହାୟ ବୃଦ୍ଧା ରେବତୀଙ୍କୁ ନ୍ୟାୟ ମିଳିପାରିନାହିଁ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top