ଓଡ଼ିଶା

ବାପର ମୃତ୍ୟୁ ପରେ ମା ଅନ୍ୟ କହା ହାତ ଧରି ଚାଲିଗଲା, ୧୬ ବର୍ଷର ଝିଅ ମୁଣ୍ଡରେ ୩ଜଣ ପାଠ ପଢା ଭାଇ ଭଉଣୀ ଚିନ୍ତା, ପ୍ରଶାସନର ନଜର ପଡୁନାହିଁ

ହରିଚନ୍ଦନପୁର,ତା ୧୭.୦୨(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ବପଳାଶପାଳ ଗ୍ରାମପଞ୍ଚାୟତର ଭୋକା ଗ୍ରାମର ମୁରଲୀ ମୋଦି ରୋଗର ପଡି ପଡି ଆଜକୁ ୭ବର୍ଷ ପୂର୍ବରୁ ମୃତୃ୍ୟ ବରଣ କରିଥିଲେ ଓ ପରେ ପରେ ତାଙ୍କ ସ୍ତ୍ରୀ ସଙ୍ଗିତା ମୋଦି ଅନ୍ୟ କାହା ହାତ ଧରି ସବୁ ଦିନ ପାଇଁ କୁଆଡେ ଚାଲିଯାଇଥିଲେ । ସେମାନଙ୍କର ୪ଟି ସନ୍ତାନ ବାପ ମାଆ ଛେଉଣ୍ଡ ହୋଇ ରହିଥିଲେ । ବାପା-ମା ଛେଉଣ୍ଡ ୪ଜଣ ଭାଇ ଭଉଣୀ ଆଦିବାସୀ ସଂପ୍ରଦାୟର ହୋଇଥିବା ବେଳେ ଏମାନଙ୍କ ପାଖରେ ସରକାରୀ ସୁବିଧା ସାତ ସପନ ପାଲଟିବା ଭଳି ରହିଛି । ବାପ ମାଆଙ୍କ ପରେ ୧୬ ବର୍ଷର ବଡଝିଅ ପ୍ରିୟା ମୋଦି ୪ର୍ଥ ଶ୍ରେଣୀରୁ ନିଜର ପାଠ ଛାଡି ସାଙ୍ଗରେ ୨ଜଣ ସାନ ଭଉଣୀ ଓ ଗୋଟିଏ ସାନ ଭାଇକୁ ମୁଲ ମଜୁରୀ ଲାଗି ଖାଇବା,ପିନ୍ଧିବା ଦେବା ସହ ବହୁତ କଷ୍ଟରେ ଦୁଇ ଭଉଣୀଙ୍କୁ ପାଠ ପଢାଉଛନ୍ତି । ମୁସ୍କାନ ମୋଦିଙ୍କୁ ଭୋକା ଗ୍ରାମରେ ଥିବା ସ୍କୁଲରେ ୭ମ ଶ୍ରେଣୀରେ ପଢାଉଥିବା ବେଳେ ସାନ ଭଉଣୀ ପାଏଲ ମୋଦିକୁ ୫ମ ଶ୍ରେଣୀରେ ସେହି ସ୍କୁଲରେ ପାଠ ପଢାଉଥିବାର ଜଣାପଡିଛି । ସାନ ଭାଇ ପୂର୍ଣ୍ଣଚନ୍ଦ୍ର ମୋଦିକୁ ବହୁ କଷ୍ଟରେ ୮ମ ଶ୍ରେଣୀ ପ୍ରର୍ଯ୍ୟନ୍ତ ପାଠ ପଢାଇ ଥିଲେ ଆଗକୁ ଆଉ ପାଠ ପଢା ଖର୍ଚ୍ଚ ଦେଇ ନପାରିବାରୁ ତାଙ୍କ ପାଠ ପଢା ବନ୍ଦ କରିଥିବାର ଜଣାଇଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବରେ ଅନାଥ ଆଦିବାସୀ ଶିଶୁ ମାନଙ୍କ ଭବିଶ୍ୟତ ଗଢିବା ଓ ଉଚ୍ଚ ଶିକ୍ଷିତ ହେବା ଦିଗରେ ଲକ୍ଷ୍ୟ ଲକ୍ଷ୍ୟଟଙ୍କା ଖର୍ଚ୍ଚକରି ଯୋଜନା ଉପରେ ଯୋଜନାମାନ ପ୍ରଣୟନ କରିଛନ୍ତି । ଯୋଜନା ଗୁଡିକ ଯେପରି ଠିକ୍ ଭାବରେ ପ୍ରଣୟନ ହେବ ସେଥିପାଇଁ ବ୍ଲକରେ ଅନେକ ଗୁଡିଏ ସଂସ୍ଥାକୁ ଦାୟୀତ୍ୱ ଦେଇଛନ୍ତି । କିନ୍ତୁ ସଂସ୍ଥା ଗୁଡିକ ନିଜ ମନମୁଖୀ ଭାବେ କାମ କରୁଥିବା ସହ ଏହି ଭଳି ଅନାଥ ପିଲାମାନଙ୍କ ପାଇଁ ଆସୁଥିବା ଯୋଜନାଗୁଡିକୁ ବାଟବଣା କରୁଥିବାର ଜଣାପଡୁଛି । ସରକାରଙ୍କ ତରଫରୁ ଆଜି ପ୍ରର୍ଯ୍ୟନ୍ତ ଏ ବାପ ମାଆ ନଥିବା ପରିବାରକୁ ଇନ୍ଦିରା ଆୱାସ କିମ୍ବା ମୋକୁଡିଆ ଯୋଜନାରେ ଅନ୍ତର୍ଭୂକ୍ତ କରାଯାଇନାହିଁ । ତେଣୁ ୩ଭାଇ ଭଉଣୀକୁ ନେଇ ବିପଦପୂର୍ଣ୍ଣ ଭାବେ ଭଙ୍ଗା ଘରେ ଦୟନୀୟ ଅବସ୍ଥାରେ ରହୁଥିବାର ଦେଖିବାକୁ ମିଳିଛି । ସରକାରଙ୍କ ଦ୍ୱାରା ମିଳୁଥିବା ସହାୟତା ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟକୁ ଦୌଡି ଥିଲେ ମଧ୍ୟ କୌଣସି ସୁଫଳ ପାଇ ନପାରି ଅଭାବ ଅନାଟନରେ ପରିବାର ପୋଷୁଛନ୍ତି । ପ୍ରତ୍ୟେକ ଦିନ ବଡ ଝିଅ ବାହାର ଲୋକ ମାନଙ୍କ ପାଖକୁ କାମ କରିବା ପାଇଁ ଯାଇଥାଏ ସେଥିରୁ ଯାହା ଟଙ୍କା ପାଏ ଦୁଖ କଷ୍ଟରେ ଚଳି ଯାହାନ୍ତି । ଯେଉଁ ଦିନ କାମ ନମିଳେ ପାଖରେ ଥିବା ଜଙ୍ଗଲରୁ ଶାଳ ପତ୍ର ସଂଗ୍ରହ କରି ଆଣି ଖଲି,ଚଉପତି ତିଆରି କରି ବିକ୍ରି କରିଥାହାନ୍ତି । ଗାଁ ଲୋକମାନେ ଅନେକ ସମୟରେ ଏହି ଅନାଥ ଶିଶୁ ମାନଙ୍କ ସୁବିଧା ଅସୁବିଧା ବୁଝିଥାନ୍ତି । ଅନାଥ ଶିଶୁମାନଙ୍କୁ ଯଦି ଜିଲ୍ଲାପ୍ରଶାସନ ତରଫରୁ କିଛି ସୁବିଧା କିମ୍ବା ଥଇଥାନ କରାଯାଆନ୍ତା ତେବେ ଏମାନେ ପାଠ ପଢି ଆଗାମୀ ଦିନରେ ଶିକ୍ଷିତ ହୋଇପାରନ୍ତେ ବୋଲି ବୁଦ୍ଧିଜୀବି ମତ ପ୍ରକାଶ କରିଛନ୍ତି । ଏହି ଘଟଣାକୁ ନେଇ ସ୍ଥାନୀୟ ବିଡିଓଙ୍କ ନଜରକୁ ଆଣିଥିଲୁ ସେ ଯଥାଶିଘ୍ର ଏମାନଙ୍କୁ ସରକାରଙ୍କ ସମସ୍ତ ମୌଳିକ ସୁବିଧା ଯୋଗାଇ ଦେବାର ପ୍ରତିଶୃତି ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top