ବାପଘରେ ବିବାହିତା ଝିଅର ସନ୍ଦେହଜନକ ମୃତ୍ୟୁ

ତିର୍ତ୍ତୋଲ୧୨/୧୧(ଓଡ଼ିଆ ପୁଅ/ଟୁକନ ସେଠୀ)- ତିର୍ତ୍ତୋଲ ଥାନା ଅନ୍ତର୍ଗତ ବୋଧେଇ ପଞ୍ଚାୟତ ଦିଆନପୁର କୁଳସାହି ଗ୍ରାମରେ ନିଜବାପଘରେ ବିବାହିତା ଝିଅର ସନ୍ଦେହ ଜନକ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଘଟଣାରୁ ଜଣାଯାଏଯେ ଦିଆନ ପୁର କୂଳସାହି ଗ୍ରାମର ସ୍ୱର୍ଗତ ରବିନ୍ଦ୍ର ଦାସଙ୍କ ଝିଅ ମାମା ଦାସ (୨୦) ଜଡ଼ତିରା ଗ୍ରାମରେ ପ୍ରେମବିବାହ କରିଥିଲେ। କିଛି ଦିନହେବ ନିଜବାପଘରେ ଝିଅ ରହୁଥଲେ। ରବିନ୍ଦ୍ରଙ୍କ ବାପା ଓ ରବିନ୍ଦ୍ରଙ୍କ ପଛ ସ୍ତ୍ରୀ କବିତା ଦାସ କୂଳୁସାହିରେ ରହୁଥିଲେ। ଝିଅର ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଥିଲା। ତିର୍ତ୍ତୋଲ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମୃତ ମହିଳାଙ୍କ ଶବ ଜବତ କରିବା ସହିତ ସାବତ ମା ଓ ରବିନ୍ଦ୍ର ବାପାଙ୍କୁ ପୋଲିସି ଥାନାକୁ ଆଣି ପଚରା ଉଚରା କରୁଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *