ଜିଲ୍ଲା ପରିକ୍ରମା

ବାଥରୁମରେ ପଡି ଡିଏସପିଙ୍କ ବିୟୋଗ

ଯାଜପୁର,୧୪/୬(ଓଡ଼ିଆ ପୁଅ/ମାନସ ରାଉତ)- ଯାଜପୁର ଜିଲା ବୈରୀ ତାନା ଅଧିନସ୍ଥ ବୈରୀ-ସୋଲର ରାଜ୍ୟ ପୁଲିସ ପ୍ରଶିକ୍ଷଣ କେନ୍ଦ୍ରର ଡିଏସପି ସୁନିଲ କୁମାର ଚୌଧୁରୀ(୫୮)ଙ୍କ ବୁୁଧବାର ଅକାଳ ବିୟୋଗ ସୂଚନା ମିଳିଛି । ବୁଧବାର ଅପରାହ୍ନ ପ୍ରାୟ ୨ଟା ସମୟରେ ଶ୍ରୀ ଚୌଧୁରୀ ପ୍ରଶିକ୍ଷଣ କେନ୍ଦ୍ର ପରିସରରେ ଥିବା ତାଙ୍କ ଆବାସିକ ଘର ବାଥରୁମକୁ ଯିବା ସମୟରେ ତାଙ୍କର ଗୋଡ ଖସିଯାଇଥିଲା, ଫଳରେ ସେ ସେଠାରେ ଅଚେତ ହୋଇପଡିଥିଲେ । ନିକଟରେ ଥିବା ସହକର୍ମୀମାନେ ଖବରପାଇ ତାଙ୍କୁ ଅଚେତ ଅବସ୍ଥାରେ କଟକ ବଡ ଡାକ୍ତରଖାନାକୁ ନେଇଯାଇଥିଲେ । ଚିକିସôିତ ହେଉଥିବା ଅବସ୍ଥାରେ ଆଜି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଡିଏସପି ସ୍ୱର୍ଗତ ଚୌଧୁରୀଙ୍କ ଏପରି ଅକାଳ ବିୟୋଗରେ ପ୍ରଶିକ୍ଷଣ କେନ୍ଦ୍ରରେ ୋାକର ଛାୟା ଖେଳିଯାଇଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top