ଗଞ୍ଜାମ

ବାତ୍ୟା ପରିସ୍ଥିତିର ମୁକାବିଲା କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ସତର୍କ ସୂଚନା ଜାରି

ବ୍ରହ୍ମପୁର ୨୦-୯ (ଓଡ଼ିଆ ପୁଅ/ଲଡ଼ୁକିଶୋର ଦାଶ) ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଗୋପାଳପୁର ନିକଟସ୍ଥ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ଏବଂ ଏହା ଆସନ୍ତା ୧୨ ରୁ ୨୪ ଘଣ୍ଟା ମଧ୍ୟରେ ଗୋପାଳପୁର ଅତିକ୍ରମ କରିବାର ସମ୍ଭାବନା ରହିଛି। ଏଣୁ ଏହି ପରିସ୍ଥିତିର ମୁକାବିଲା କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସମସ୍ତ ଲାଇନ ଡିପାର୍ଟମେଣ୍ଟକୁ ସଜାଗ ରହିବା ପାଇଁ ଆଦେଶ ଦେଇଛନ୍ତି। ଏହାର ପ୍ରଭାବରେ ଘଣ୍ଟା ପ୍ରତି ୬୦ ରୁ ୭୦ କିମି ବେଗରେ ପବନ ବହିବାର ଆଶଙ୍କା କରାଯାଉଅଛି। ଏହା ସହିତ ମଧ୍ୟମରୁ ପ୍ରବଳ ମାତ୍ରାରେ ବର୍ଷା ହେବାର ମଧ୍ୟ ସମ୍ଭାବନା ଅଛି। ଏଣୁ ଆପଣଙ୍କୁ ଅନୁରୋଧ କରାଯାଉଅଛିଯେ, ସମସ୍ତ ସତର୍କତା ଅବଲମ୍ବନ କରିବା ସହ ନିଜ ଗୃହପାଳିତ ପଶୁସମ୍ପଦ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରି ନିଅନ୍ତୁ। ମସ୍ଥ୍ୟଜୀବୀମାନେ ସମୁଦ୍ର ଭିତରକୁ ନ ଯିବାକୁ ସତର୍କ କରାଇ ଦିଆଯାଉଅଛି। ଏହାକୁ ଅତି ଜରୁରୀ ମନେ କରିବାକୁ ଜିଲ୍ଲା ପ୍ରଶାସନ ତରଫରୁ ନିବେଦନ କରାଯାଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top