ଅପରାଧ

ବାଣ ଫୁଟାକୁ କେନ୍ଦ୍ର କରି ମାମୁଁକୁ ହାଣିଲା ଭଣଜା

ବାହାନଗା/ବାଲେଶ୍ୱର, ୦୮/୧୧(ଓଡ଼ିଆ ପୁଅ/ ଭାରତୀ ଦାସ)- ଖନ୍ତାପଡ଼ା ଥାନା କଲ୍ୟାଣୀ ଗ୍ରାମରେ ବାଣଫୁଟାକୁ କେନ୍ଦ୍ର କରି ମାମୁଁ ଓ ମାଇଁକୁ ଭଣଜା ଭୁଜାଲିରେ ମରଣାନ୍ତକ ଆକ୍ରମଣ କରିଥିବାର ଜଣାପଡ଼ିଛି। ଉଭୟ ଗୁରୁତର ଅବସ୍ଥାରେ ଗୋପାଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ ଆଜି ସକାଳେ ମାମୁଁ ଗଗନ ସେଠୀଙ୍କ ପରିବାର ସଦସ୍ୟ ଘର ଆଗରେ ବାଣ ଫୁଟାଇଥିଲେ। ତେବେ ଅପରାହ୍ନ ୪.୩୦ରେ ଭଣଜା ଗଙ୍ଗାଧର, ସ୍ତ୍ରୀ ସୀତା ଓ ଭିଣୋଇ ରାଜୁ ସେଠୀ ୩ଜଣ ଯାକ କଣପାଇଁ ସକାଳେ ବାଣ ଫୁଟାଉଥିଲୁ ବୋଲି ଅଶ୍ଳିଳ ଭାଷାରେ ଗାଳିଗୁଲଜ କରି ଅତର୍କୀତ ଭାବେ ମାରଣାସ୍ତ୍ରରେ ଗଗନ ଓ ସ୍ତ୍ରୀ ଶାନ୍ତିଲତାକୁ ଆକ୍ରମଣ କରିଥିଲେ। ଖଣ୍ଡା ଓ ଭୁଜାଲି ଆକ୍ରମଣରେ ଗଗନ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇ ସଂଜ୍ଞାହୀନ ହେଇପଡ଼ିଥିଲା। ଶାନ୍ତିଲତାଙ୍କ ଚିକର ଶୁଣି ପଡ଼ୋଶୀ ଉଭୟଙ୍କୁ ଗୋପାଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଖବର ପାଇ ଗୋପାଳପୁର ଫାଣ୍ଡି ଏଏସଆଇ ପ୍ରକାଶ କୁମାର ଗୋସ୍ୱାମୀ ଡାକ୍ତରଖାନାରେ ପହଞ୍ଚି ଘଟଣାର ଅନୁସନ୍ଧାନ ଆରମ୍ଭ କରିଥିବା ବେଳେ ଗଗନଙ୍କ ସ୍ତ୍ରୀ ଶାନ୍ତିଲତା ଉପରୋକ୍ତ ୩ଜଣଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିବାର ଜଣାପଡ଼ିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top