ଓଡ଼ିଶା

ବାଣିବିହାର ପ୍ରାଙ୍ଗଣରେ ଥିବା ହିନ୍ଦୁ ଦେବାଦେବୀଙ୍କ ପ୍ରତିମୂର୍ତି ଉଠାଇବା ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କଲା ହିନ୍ଦୁ ଜାଗରଣ ସାମ୍ମୁଖ୍ୟ

ଭୁବନେଶ୍ୱର, ୪/୦୯ (ଓଡ଼ିଆ ପୁଅ) : ଶିକ୍ଷା ପ୍ରଦାନ କରୁଥିବା ସଂସ୍ଥା ଗୁଡିକ ହେଉଛି ଜ୍ଞାନର ମନ୍ଦିର। ସେହି ସ୍ଥାନରେ ହିନ୍ଦୁ ମନ୍ଦିର ଓ ପ୍ରତିମୂର୍ତିକୁ ନେଇ କୌଣସି ବିବାଦ ହେବା ଉଚିତ୍ ନୁହେଁ। ସେହିପରି ହିନ୍ଦୁ ମନ୍ଦିର ଓ ପ୍ରତିମୂର୍ତିକୁ ନେଇ ବିଶ୍ୱବିଦ୍ୟାଳୟ ପରିସର ମଧ୍ୟରେ କୋଣସି ପ୍ରକାର ବିଶୃଙ୍ଖଳା ଦେଖା ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା। ବିଶ୍ୱବିଦ୍ୟାଳୟ ମାନଙ୍କରେ ହିନ୍ଦୁ ଦେବା ଦେବୀଙ୍କ ପ୍ରତିମୂତି ଓ ମନ୍ଦିରର ସୁରକ୍ଷା ପ୍ରସଙ୍ଗରେ ଆଜି ହିନ୍ଦୁ ଜାଗରଣ ସାମ୍ମୁଖ୍ୟର ରାଜ୍ୟ ସଭାପତି ଅଜିତ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ବିଶ୍ୱବିଦ୍ୟାଳୟର କୁଳାଧିପତି ମହାମହିମ ରାଜ୍ୟପାଳଙ୍କୁ ଭେଟି ଏକ ସ୍ମାରରପତ୍ର ପ୍ରଦାନ କରି ଏଭଳି ଏକ ସ୍ପର୍ଶକାତର ଘଟଣାର ସମାଧାନ ନିମନ୍ତେ ହସ୍ତେକ୍ଷପ ଲୋଡିଛି।

ରାଜ୍ୟର ସର୍ବପୂରାତନ ବିଶ୍ୱବିଦ୍ୟାଳୟ ଭାବେ ପରିଚିତ ଉତ୍କଳ ବିଶ୍ୱ ବିଦ୍ୟାଳୟ ପରିସରରେ ଥିବା ସମସ୍ତ ହିନ୍ଦୁ ଦେବାଦେବୀଙ୍କ ପ୍ରତିମୂତି ଏବଂ ମନ୍ଦିରକୁ ଉଚ୍ଛେଦ କରାଯିବା ଗତ ଅଗଷ୍ଟ ୨୮ ତାରିଖରେ ଦୈନିକ ଖବର କାଗଜ ‘ସମାଜ’ରେ ପ୍ରକାଶିତ ହୋଇଥିଲା। ବିଦ୍ୟାଧାର୍ତ୍ରୀ ମା ସରସ୍ୱତୀଙ୍କ ନାମରେ ବାଣିବିହାରର ନାମ କରଣ କରାଯାଇଛି। ସେଥିଲାଗି ବିଶ୍ୱବିଦ୍ୟାଳୟ ବାହାରେ ମା ସରସ୍ୱତୀଙ୍କ ପ୍ରତିମୂର୍ତିକୁ ସ୍ଥାପନା କରାଯାଇଛି। ଭାରତୀୟ ସଂସ୍କୃତି ବିରୋଧୀ କିଛି ଖଳ ପ୍ରକୃତିର ଲୋକ ଏହି ମୂର୍ତିକୁ ହଟାଇବାକୁ ଚାହୁଁଛନ୍ତି। ବିଶ୍ୱବିଦ୍ୟାଳୟ କର୍ମଚାରୀଙ୍କ ପରିବାର ଏବଂ ଛାତ୍ରଛାତ୍ରୀମାନେ ଏହି ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥାନ୍ତି। ଧର୍ମ ନିପରେକ୍ଷତା ନାମରେ କିଛି ଲୋକ ଅସହିଷ୍ଣୁ ହୋଇ ହିନ୍ଦୁତ୍ୱ ଉପରେ ଆକ୍ରମଣ କରିବାକୁ ପଛାଉ ନାହାଁନ୍ତି ବୋଲି ପ୍ରତିନିଧୀ ଦଳ କହିଛନ୍ତି।

ଉତ୍କଳ ବିଶ୍ୱବିଦ୍ୟାଳୟରେ ୯୦ ପ୍ରତିଶତରୁ ଅଧିକ ହିନ୍ଦୁ ଛାତ୍ରଛାତ୍ରୀ ଅଧ୍ୟୟନ କରିଥାନ୍ତି। ଏହି ବିଶ୍ୱବିଦ୍ୟାଳୟରେ ମନ୍ଦିର ଥିବାରୁ କୌଣସି ପ୍ରକାରର ସାଂସ୍କୃତିକ କିମ୍ବା ଧର୍ମ ବିବିଧତା ଦେଖାଯାଇନଥାଏ। ଏବେ ବିଶ୍ୱବିଦ୍ୟାଳୟ ପରିସର ଭିତରୁ ମନ୍ଦିର ଉଠାଇବା ପାଇଁ କିଛି ଅସାମାଜିକ ଲୋକ ତପ୍ତର ହୋଇ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବାକୁ ଲାଗିଛନ୍ତି। ଏହି ନିଷ୍ଫତି ଦ୍ୱାରା ଭବିଷ୍ୟତରେ ବିଶ୍ୱବିଦ୍ୟାଳୟର ପରିସର ଭିତରେ ବିଶୃଙ୍ଖଳା ଆଶଙ୍କା କରାଯାଉଛି ବୋଲି ପ୍ରତିନିଧୀ ଦଳ କହିଛନ୍ତି।

ଭାରତରେ ପ୍ରଭୃ ଗଣେଶ ଜ୍ଞାନର ଦେବତା ଏବଂ ବିଦ୍ୟା ଓ ବୃଦ୍ଧି ପାଇଁ ମା ସରସ୍ୱତୀଙ୍କୁ ପୂଜା କରାଯାଏ। ଯଦି ଶିକ୍ଷା ଅନୁଷ୍ଠାନ ଗୁଡିକରେ ହିନ୍ଦୁ ଦେବାଦେବୀ ପୂଜା ନପାଇବେ ତେବେ ହିନ୍ଦୁ ସମାଜ ବିଲ୍ ୁପ୍ତ ହୋଇଯିବ। ବିଶ୍ୱବିଦ୍ୟାଳୟରେ କୌଣସି ଦେବାଦେବୀଙ୍କୁ ପୂଜା କରିବା ବାଧ୍ୟତାମୂଳକ ନୁହେଁ ଏହା ନିଜର ଭାବାବେଗ ଉପରେ ନିର୍ଭର କରେ। ତେଣୁ ଏହାକୁ ନେଇ କୌଣସି ବିଶୃଙ୍ଖଳା ଦେଖାଯିବା ଉଚିତ୍ ନୁହେଁ ବୋଲି ପ୍ରତିନିଧୀ ଦଳ କହିଛନ୍ତି।

ଏହି ସ୍ମାରକ ପତ୍ର ଗ୍ରହଣ କରିବା ପରେ ମହାମହିମ ରାଜ୍ୟପାଳ ଘଟଣା ସଂପର୍କରେ ଅନୁସନ୍ଧାନ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି।

ଏହି ପ୍ରତିନିଧୀ ଦଳରେ ହିନ୍ଦୁ ଜାଗରଣ ସାମ୍ମୁଖ୍ୟର ରାଜ୍ୟ ସଂପାଦକ ବୀର କିଶୋର ମହାନ୍ତ, ପୁରୀ ବିଭାଗ ସଂଯୋଜକ ସୁମନ୍ତ କୁମାର ଘଡେଇ, ପୂର୍ବତନ ସାଧାରଣ ସଂପାଦକ ରବି ଶଙ୍କର ପଟ୍ଟନାୟକ ପ୍ରମୁଖ ସାମିଲ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top