ବାଣିଜ୍ୟ ପରିବହନ ସଚିବଙ୍କ ବାହାନଗା ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ

ବାହାନଗା/ବାଲେଶ୍ୱର, ୨୭/୦୬(ଓଡ଼ିଆ ପୁଅ/ଭାରତୀ ଦାସ)- ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକର ବିଭିନ୍ନ ଅଞ୍ଚଳକୁ ରାଜ୍ୟ ସରକାରଙ୍କ ଶ୍ରମ, ବାଣିଜ୍ୟ ପରିବହନ ସଚିବ ଜି. ଶ୍ରୀନିବାସ ପରିଦର୍ଶନ କରିଥିବାର ଜଣାପଡ଼ିଛି। ଏହି ଗସ୍ତ ଅବସରରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଦେଖିବା ସହ ବିଭିନ୍ନ ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ। ଆଜି ଅପରାହ୍ନରେ ସଚିବ ଶ୍ରୀ ଶ୍ରୀନିବାସ ବାହାନଗା ବ୍ଲକର ଖନ୍ତାପଡ଼ା ଦାଣ୍ଡକାଳୀ ସ୍ଥିତ ମା ମଙ୍ଗଳା ପ୍ରଡ୍ୟୁସର ଗ୍ରୁପ ରେ ପହଞ୍ଚି ଗ୍ରୁପ ସଦସ୍ୟଙ୍କ ଦ୍ୱାରା ନିର୍ମିତ ହେଉଥିବା ଠାକୁରଙ୍କର ପ୍ଲାଷ୍ଟିକ ଫୁଲହାର, ମୁକୁଟ ଓ ଅନ୍ୟାନ୍ୟ ହାତ ତିଆରି ସାମଗ୍ରୀ ପଦ୍ଧତି ଦେଖିବା ସହ ସଦସ୍ୟଙ୍କ ସହ କାରବାର ସମ୍ପର୍କରେ ପଚାରି ବୁଝିଥିଲେ। ଏହାପରେ ସୁଠଙ୍ଗ ଗ୍ରାମରେ ଦିନଦୟାଲ ଗ୍ରାମୀଣ ଜ୍ୟୋତି ଯୋଜନା ଓ ସୌଭାଗ୍ୟ ଯୋଜନାରେ ବିଦ୍ୟୁତ ଯୋଗାଣ, ଗୋଲାପ ଦଳେଇ ଓ କବିତା ବେହେରାଙ୍କ ବିଜୁ ପକ୍କା ଘର, ପାନୀୟ ଜଳ ଯୋଗାଣ ପ୍ରକଳ୍ପ, ମା ବନଦୁର୍ଗା ମହିଳା ଏସଏଚଜି ଗ୍ରୁପ, ଚିତାପଦା ଗ୍ରାମର ନିର୍ମାଣଧିନ ପାନୀୟ ଜଳ ପ୍ରକଳ୍ପ, ନୂଆପଡ଼ା ଅଙ୍ଗନୱାଡ଼ି କେନ୍ଦ୍ରରେ ମମତା ହିତାଧିକାରୀ ଓ ପଥରପେଣ୍ଠ ଗ୍ରାମର ନିର୍ମାଣ ଶ୍ରମିକଙ୍କ ସହ ଆଲୋଚନା କରିଥିଲେ। ଶେଷରେ ଗୋପାଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ନିରାମୟ ଯୋଜନାର ସମୀକ୍ଷା କରିଥିଲେ।। ସଚିବଙ୍କ ଏହି ଗସ୍ତ ଅବସରରେ ଜିଲ୍ଲା ପ୍ରସାଶନ ତରଫରୁ ଜିଲ୍ଲାପାଳ ରମେଶ ରାଉତ, ପ୍ରକଳ୍ପ ନିର୍ଦ୍ଦେଶକ ତ୍ରିଲୋଚନ ପ୍ରଧାନ, ଜିଲ୍ଲା ପରିବହନ ଅଧିକାରୀ ବିକାଶ ଚୌଧୂରୀ ପ୍ରମୁଖ ଉପସ୍ଥିତ ଥିବା ବେଳେ ବ୍ଲକ ପ୍ରସାଶନ ତରଫରୁ ବିଡ଼ିଓ ଉମାକାନ୍ତ ନାୟକ, ଏବିଡ଼ିଓ ମାନସ କୁମାର ଚୌଧୁରୀ, ଭାରପ୍ରାପ୍ତ ସିଡ଼ିପିଓ କାଞ୍ଚନ ମହାନ୍ତି, ବ୍ଲକ ଏମଆଇ ଏଲିନା ସାହୁ ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *