ଓଡ଼ିଶା

ବାଣିଜ୍ୟିକ ଅଭିବୃଦ୍ଧି ଲକ୍ଷ୍ୟନେଇ ନେପାଳ ସରକାରଙ୍କ ଉଚ୍ଚସ୍ତରୀୟ ଅଧିକାରୀଙ୍କ ଆଦାନୀ ଧାମରା ପୋର୍ଟ ଗସ୍ତ

ଭଦ୍ରକ, ୮ା୨ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ନେପାଳ ସରକାର ଭାରତ ସହ ବାଣିଜ୍ୟିକ କାରବାର ବୃଦ୍ଧିକୁ ଅନୁମେୟ କରି ଭାରତର ବିଭିନ୍ନ ବନ୍ଦର ଅନୁଧ୍ୟାନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ନେପାଳ ସରକାରଙ୍କ ଏକ ୭ ଜଣିଆ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଦାନୀ ଧାମରା ବନ୍ଦରରେ ଆସି ପହଂଚି ଥିଲେ। ଆଜି ପ୍ରାତଃପୋର୍ଟ ପରିସର ଭ୍ରମଣ କରିବା ସହ ବନ୍ଦର ପରିଚାଳନାରେ ବ୍ୟବହୃତ ହେଉଥିବା ବିଭିନ୍ନ ଅତ୍ୟାଧୁନିକ ତଥା ସ୍ୱୟଂଚାଳିତ ଯନ୍ତ୍ରପାତି ବିଷୟରେ ପଚାରି ବୁଝିଥିଲେ। ପୋର୍ଟ ପରିସରରେ ଥିବା ମିଟିଂ ହଲରେ ବନ୍ଦରର ମୁଖ୍ୟକାର୍ଯ୍ୟ ନିର୍ବାହୀ ଅଧିକାରୀ ସୁବ୍ରତ ତ୍ରିପାଠୀଙ୍କ ସମେତ ପୋର୍ଟର ବହୁ ଅଧିକାରୀଙ୍କ ସହ ନେପାଳରୁ ଆସିଥିବାଏହି ପ୍ରତିନିଧି ଦଳର ସବିଶେଷ ଆଲୋଚନା ହୋଇଥିଲା। ଏହି ଆଲୋଚନାରେ ବିଶେଷକରି ପୋର୍ଟର ଭୌଗୋଳିକ ଅବସ୍ଥିତି, ଗମନାଗମନ ବ୍ୟବସ୍ଥା, ପ୍ରସ୍ଥାବିତ ପ୍ରକଳ୍ପ ଏବଂ ମାଲ ପରିବହନ ନେଇମୂଲ୍ୟାୟନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଆଦାନୀ ଧାମରା ପୋର୍ଟ ସହିତ ବାଣିଜ୍ୟିକ କାରବାର ସାମ୍ଭାବ୍ୟତାକୁ ଲକ୍ଷ୍ୟରଖି ନେପାଳ ସରକାରଙ୍କ ପକ୍ଷରୁଏହି ପରିଦର୍ଶନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ନେପାଳ ବିଶେଷ କରି ଭାରତର ବିଭିନ୍ନ ବନ୍ଦର ଗୁଡ଼ିକ ସହ କଂଟେନର ଦ୍ୱାରା ଦ୍ରବ୍ୟ ଆମଦାନୀ ଓ ରପ୍ତାନୀ କରିଥାଏ। ଏହାକୁ ଲକ୍ଷ୍ୟରଖିଏହି ପ୍ରତିନିଧି ଦଳ ଧାମରା ପୋର୍ଟକୁ କଂଟେନର ପରିବହନ ରପ୍ତାନୀ ଭାବରେ କିପରି ବ୍ୟବହାର କରାଯାଇ ପାରିବ ସେଥିପାଇଁ ସ୍ଥିତି ପରଖିଥିଲେ। ଏହି ପ୍ରତିନିଧି ଦଳରେ ନେପାଳ ସରକାରଙ୍କ ବାଣିଜ୍ୟିକ ମନ୍ତ୍ରଣାଳୟ ସଚିବ ଚନ୍ଦ୍ର କୁମାର ଘିମିରେ, ଯୁଗ୍ମ ସଚିବ ରବିଶଙ୍କର ସାଏନ୍ଜୁ, କଷ୍ଟମ ବିଭାଗ ମହାନିର୍ଦ୍ଦେଶକ ଜଗଦୀଶ ରେଗ୍ମୀ, ନେପାଳ ଚାମ୍ବର ଅଫ୍ କମର୍ସ ସଭାପତି ରାଜେଶ କାଜିଶ୍ରେଷ୍ଠ, ନେପାଳ ଇଂଟରମୋଡାଲ ପରିବହନ ବିକାଶ ବୋର୍ଡର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଲକ୍ଷ୍ମଣ ବାହାଦୂର ବସନେଟ, ବାଣିଜ୍ୟ ମନ୍ତ୍ରଣାଳୟ ଅଧସ୍ଥନ ସଚିବ ଯୋଗେନ୍ଦ୍ର ପ୍ରସାଦ ପାଣ୍ଡେୟା, ନେପାଳ ଇଂଟର ମୋଡାଲ ପରିବହନ ବିକାଶ ବୋର୍ଡର ରମେଶ କୋଇରାଲା ପ୍ରମୁଖ ସାମିଲ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top